ପୁଣି ଟସ୍ ଜିତିଲେ ରୋହିତ, ପଦାର୍ପଣ କଲେ ହର୍ଷଲ୍

ରାଞ୍ଚି: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବି ଟସ୍ ଜିତି ଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମା। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ପୂର୍ବ ମ୍ୟାଚ୍ ଭଳି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ହର୍ଷଲ ପଟେଲ ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ […]

toss

Ranjit Kumar Jena
  • Published: Friday, 19 November 2021
  • , Updated: 19 November 2021, 06:55 PM IST

ରାଞ୍ଚି: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବି ଟସ୍ ଜିତି ଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ୍ ଶର୍ମା। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ପୂର୍ବ ମ୍ୟାଚ୍ ଭଳି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ।

ଆଜି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ହର୍ଷଲ ପଟେଲ ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ସେହିପରି ନ୍ୟୁଜିଲ୍ୟାଣ୍ଡ ତା’ର ଚୂଡ଼ାନ୍ତ ଏଦାଦଶରେ ତିନୋଟି ପରିବର୍ତ୍ତନ କରିଛି। ଅଲରାଉଣ୍ଡର ଜେମ୍ସ ନିଶାମ, ଆଡାମ୍ ମିଲନେ ଓ ଈଶ୍ ସୋଢୀ ଟିମକୁ ବ୍ୟାକ୍ କରିଛନ୍ତି। ତେବେ ଟଡ୍ ଆଷ୍ଟଲ୍, ଲକି ଫର୍ଗୁସନ୍ ଓ ରଚିନ୍ ରବୀନ୍ଦ୍ର ବାଦ୍ ପଡ଼ିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ମହମ୍ମଦ ସିରାଜ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ହାତରୁ ରକ୍ତ ବୋହିଥିଲା, ଯେଉଁକାରଣରୁ ଫିଜିଓ ଗ୍ରାଉଣ୍ଡକୁ ଆସିଥିଲେ। ଏହି ସମୟରେ ଲାଗୁଥିଲା ଯେପରି ସିରାଜ୍ ଆଉ ବୋଲିଂ କରିପାରିବେ ନାହିଁ, କିନ୍ତୁ ସେ ହାତରେ ପଟି ବାନ୍ଧି ବୋଲିଂ କରିଥିଲେ।

https://twitter.com/BCCI/status/1461685816510480388?s=20

ସୂଚନାଯୋଗ୍ୟ, ଆଜି ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ପାଇଁ ‘କର ବା ମର’। ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ବିଜୟୀ ହୋଇ ସିରିଜରେ ୧-୦ର ଅଗ୍ରଣୀ ଲାଭ କରିଛି। ଯଦି ଆଜି ମ୍ୟାଚ୍ କିୱି ଟିମ୍ ହାରିଯାଏ, ତାହେଲେ ଭାରତ ସିରିଜ୍ ହାତେଇ ନେବ। ତେଣୁ ନ୍ୟୁଜିଲ୍ୟାଣ୍ଡ ଟିମ୍ କୌଣସି ପରିସ୍ଥିତିରେ ମ୍ୟାଚ୍ ଜିତିବାକୁ ଚାହିଁବ।

https://twitter.com/BCCI/status/1461681068164009995?s=20

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଦୀପକ ଚହର୍।

ନ୍ୟୁଜିଲ୍ୟାଣ୍ଡ: ମାର୍ଟିନ ଗପ୍ଟିଲ୍, ଡାରିଏଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଟିମ୍ ସିଫର୍ଟ (ୱିକେଟ୍ କିପର), ଜେମ୍ସ ନିଶାମ୍, ମିଚେଲ୍ ସାଣ୍ଟନର, ଟିମ୍ ସାଉଦୀ (କ୍ୟାପଟେନ୍), ଈଶ୍ ସୋଢୀ, ଆଡାମ୍ ମିଲନେ, ଟ୍ରେଣ୍ଟ ବୋଲ୍ଟ।

Related story