Advertisment

ଏସିଆ କପ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଟସ୍‌ ପୂର୍ବରୁ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ରୋହିତ ହାଇ ପ୍ରେସର ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି।

ଅଦ୍ୟତନ ହୋଇଛି
Ishan Kisan

Ishan Kisan

Advertisment

ଏସିଆ କପ ୨୦୨୩ର ସବୁ ଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ପାକିସ୍ତାନ। ଏହି ହାଇଭୋଲଟେଜ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଟସ୍‌ ପୂର୍ବରୁ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ରୋହିତ ହାଇ ପ୍ରେସର ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି।

Advertisment

ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରେୟସ ଆୟର ଆଜି ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ସେ ୪ନଂରେ ବ୍ୟାଟିଂ କରିବେ। ସେହିପରି ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଲ ଠାକୁର ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଦଳରେ ଅଛନ୍ତି। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ମଧ୍ୟ ରହିଛନ୍ତି। ୱିକେଟ କିପର ଭାବେ ଈଶାନ କିଷନ।

ପାକିସ୍ତାନ ଅଧିନାୟକ ବାବର ଆଜମ ଶୁକ୍ରାବାର ଠାରୁ ହିଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଥିଲେ। ନେପାଳ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ଯେଉଁ ୧୧ ଜଣ ଖେଳାଳି ଖେଳୁଥିଲେ, ସେମାନେ ହିଁ ଭାରତ ବିପକ୍ଷରେ ଲଢ଼େଇ କରିବେ।

Advertisment
Pakistan India Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe