Advertisment

ଆଇପିଏଲ ଅକ୍ସନରେ କେହି କିଣି ନଥିଲେ, କିନ୍ତୁ ଟି-୨୦ରେ ନୂଆ ରେକର୍ଡ କଲେ ଏହି ଭାରତୀୟ

ଉତ୍ତରାଖଣ୍ଡ ବିପକ୍ଷରେ ୧୮୩ ରନର ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ ପାଇଁ ଆରମ୍ଭରୁ ଉର୍ବିଲ ବଡ଼ବଡ଼ ଶଟ ଖେଳିଥିଲେ। ସେ ଏକାକୀ ୪୧ ବଲରେ ଅପରାଜିତ ୧୧୫ ରନର ଇନିଂସ ଖେଳିବାରୁ ଗୁଜରାଟ ୧୩.୧ ଓଭରରେ ୨ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

IPL

IPL

Advertisment

ମାତ୍ର ୬ ଦିନ ଭିତରେ ଟି-୨୦ କ୍ରିକେଟରେ ନିଜର ଦ୍ୱିତୀୟ ଶତକ ହାସଲ କରିଛନ୍ତି ଗୁଜରାଟର ଓପନର ଉର୍ବିଲ ପଟେଲ। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ଶତକ ମାରିଛନ୍ତି। ଉର୍ବିଲ ୩୬ ବଲରେ ଶତକୀୟ ଇନିଂସ ଖେଳିବାରୁ ଗୁଜରାଟ ୧୩.୧ ଓଭରରେ ୮ ୱିକେଟ ପୂର୍ବରୁ ଦମଦାର ବିଜୟ ହାସଲ କରିଛି।

Advertisment

ଉର୍ବିଲ ପଟେଲ ପ୍ରଥମ ବ୍ୟାଟର ଭାବେ ଟି-୨୦ କ୍ରିକେଟରେ ୨ଟି ଶତକ ୪୦ରୁ କମ ବଲରେ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ସପ୍ତାହକ ତଳେ ଉର୍ବିଲ ତ୍ରିପୁରା ବିପକ୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିର ମ୍ୟାଚ୍‌ରେ ରେକର୍ଡ ୨୮ ବଲରେ ଶତକ ହାସଲ କରିଥିଲେ। ଏହାର ୬ ଦିନ ପରେ ସେ ପୁଣି ଗୋଟିଏ ଶତକ ମାରିଛନ୍ତି।

ଉତ୍ତରାଖଣ୍ଡ ବିପକ୍ଷରେ ୧୮୩ ରନର ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ ପାଇଁ ଆରମ୍ଭରୁ ଉର୍ବିଲ ବଡ଼ବଡ଼ ଶଟ ଖେଳିଥିଲେ। ସେ ଏକାକୀ ୪୧ ବଲରେ ଅପରାଜିତ ୧୧୫ ରନର ଇନିଂସ ଖେଳିବାରୁ ଗୁଜରାଟ ୧୩.୧ ଓଭରରେ ୨ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

ଉର୍ବିଲ ତାଙ୍କ ବିସ୍ଫୋରକ ଇନିଂସରେ ୮ଟି ଚୌକା ଓ ୧୧ଟି ବଡ଼ ଛକା ମାରିଛନ୍ତି। ଏହି ଇନିଂସ ବଳରେ ସେ ନିଜ ଦକ୍ଷତାର ପରିଚୟ ମଧ୍ୟ ସମସ୍ତଙ୍କୁ ଦେଇଛନ୍ତି।

ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ଗୁଜରାଟ ୧୫୬ ରନର ଟାର୍ଗେଟକୁ ପିଛା କରୁଥିବା ବେଳେ ଉର୍ବିଲ ୩୫ ବଲରେ ଅପରାଜିତ ୧୧୩ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ୧୨ଟି ଛକା ଓ ୭ଟି ଚୌକା ମାରିଥିଲେ। ଫଳରେ ଗୁଜରାଟ ୧୦.୨ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।

ଟି-୨୦ରେ କ୍ରିକେଟରେ ୨୮ ବଲରେ ଶତକ ହାସଲ କରିବାରେ ଉର୍ବିଲ ପ୍ରଥମ ଭାରତୀୟ ବ୍ୟାଟର ବନିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୩୨୨.୮୬ ରହିଥିଲା। ଇଷ୍ଟୋନିଆର ସାହିଲ ଚୌହାନ ୨୭ ବଲରେ ଶତକ ମାରିଥିଲେ। ତାଙ୍କ ପରେ ଉର୍ବିଲ ହେଉଛନ୍ତି ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଭାବେ ଟି-୨୦ରେ ଶତକ ମାରିଥିଲେ।

୨୦୨୩ ଆଇପିଏଲରେ ଉର୍ବିଲ ଗୁଜରାଟ ଟାଇଟନ୍ସ ସହ ରହିଥିଲେ। ତାଙ୍କୁ ପ୍ରାଞ୍ଚାଇଜ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ତେବେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ଗୁଜରାଟ ରିଲିଜ କରି ଦେଇଥିଲା। ସେ ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସ ସହ ମେଗା ଅକ୍ସନରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କୁ କେହି ବି କିଣିବାକୁ ଆଗ୍ରହ ଦେଖାଇ ନଥିଲେ।

ହେଲେ ଏବେ ସେ ଟି-୨୦ କ୍ରିକେଟରେ ନିଜର ବିସ୍ଫୋରକ ରୂପ ଦେଖାଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

IPL IPL 2025 Syed Mushtaq Ali Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe