Advertisment

ବାପା ହେବା ଖୁସିରେ ଭାରତ ଫେରିଆସିଲେ ବୁମରା ! ନେଟିଜେନ୍ସ କହିଲେ...

ଏସିଆ କପ୍ ମୁକାବିଲାରେ ଆଜି ନେପାଳକୁ ଭେଟୁଛି ଭାରତ। ମାତ୍ର ମ୍ୟାଚ୍ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଭାରତ ଫେରିଆସି ଟ୍ରୋଲର ଶିକାର ହେଲେ ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା।

author-image
Debibandita Barick
Jasprit Bumrah

Jasprit Bumrah

ଏସିଆ କପ୍ ମୁକାବିଲାରେ ଆଜି ନେପାଳକୁ ଭେଟୁଛି ଭାରତ। ମାତ୍ର ମ୍ୟାଚ୍ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଭାରତ ଫେରିଆସିଛନ୍ତି ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା। ସୁପର୍-4 ଷ୍ଟେଜ୍ ଖେଳ ପର୍ଯ୍ୟନ୍ତ ଟିମରେ ରହିବେନି ଏହି ଷ୍ଟାର୍ ପେସର୍। କୌଣସି ଆଘାତ ଜନିତ ସମସ୍ୟା ନୁହେଁ ବ୍ୟକ୍ତିଗତ କାରଣ ଥିବାରୁ ସେ ଭାରତ ଫେରିଥିବା ସୂଚନା ମିଳିଛ। ଗତକାଲି ବୁମାରଙ୍କର ପୁଅ ହୋଇଥିବାରୁ ସେ ଏସିଆ କପ୍ ଅଧାରୁ ଫେରି ଆସିଥିବା ଚର୍ଚ୍ଚା ହେଉଛି।

Advertisment

ଆଉ ଏହାକୁ ନେଇ ବୁମରାଙ୍କକୁ ଖୁବ୍ ଟ୍ରୋଲ୍ କରୁଛନ୍ତି ନେଟିଜେନ୍ସ। ବୁମରାଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍ସ ନାପସନ୍ଦ କରିଛନ୍ତି। ବିଶେଷ କରି ତାଙ୍କ ପ୍ରଦର୍ଶନକୁ ଯେଉଁମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କାରଣ ଦୀର୍ଘଦିନ ଧରି ଆହତ କାରଣରୁ ଟିମରୁ ବାଦ୍ ପଡିଥିଲେ ବୁମରା। ଏସିଆ କପ୍ ପୂର୍ବରୁ ସୁସ୍ଥ ହେବା ପରେ ଦଳରେ ସାମିଲ୍ ହୋଇଥିଲେ। ଏହି ଟୁଣ୍ଣାମେଣ୍ଟରେ ଭାରତ ଏଯାବତ୍ କେବଳ ଗୋଟିଏ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିଛି। ଆଜି ଶ୍ରୀଲଙ୍କାରେ ନେପାଳ ବିପକ୍ଷ ମ୍ୟାଚ୍ ଥିଲା।

Advertisment

କିନ୍ତୁ ବୁମରା ମ୍ୟାଚରେ ନ ରହି ପୁଅ ଜନ୍ମ ହେବା ପରେ ଫେରି ଆସିବା ସମର୍ଥକଙ୍କୁ ଆଘାତ ଦେଇଛି। କିଛି ଫ୍ୟାନ୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏହି ଘଟଣା ସହ ତୁଳନା କରିଛନ୍ତି। ଜଣେ ସୋଶାଲ ମିଡିଆ ୟୁଜର୍ ଲେଖିଛନ୍ତି, "ଧୋନି 2015 ୱାର୍ଲ୍ଡ କପ୍ ପାଇଁ ବିଦେଶରେ ଥିବା ସମୟରେ ଜିଭା ଜନ୍ମ ହୋଇଥିଲେ। ମାତ୍ର ସେ ସେତେବେଳେ କହିଥିଲେ, 'ମୁଁ ବର୍ତ୍ତମାନ ଦେଶ କାମରେ ଅଛି, କୌଣସି ବି ପରିସ୍ଥିତିରେ ଟିମକୁ ଅଧାରୁ ଛାଡି ଯାଇପାରିବି ନାହିଁ।' କିନ୍ତୁ ବର୍ତ୍ତମାନ ବୁମରା, ପୁଅ ଜନ୍ମ ହେବାର କିଛି ସମୟ ପରେ ଏସିଆ କପରେ ଟିମକୁ ଅଧାରୁ ଛାଡି ଆସିଲେ।" ତେବେ ଅନୁମାନ କରନ୍ତୁ, ଆଉ ସେ ପୂର୍ବ ଭଳି ପ୍ରତିବନ୍ଧତା ନାହିଁ ବୋଲି କହିଛନ୍ତି।  

ଅନ୍ୟପଟେ, କିଛି ଫ୍ୟାନ୍ ବୁମରାଙ୍କୁ ମଧ୍ୟ ସମର୍ଥନ କରିଛନ୍ତି। ଜଣେ ଫ୍ୟାନ୍ ଲେଖିଛନ୍ତି, ସେମାନଙ୍କ ପରିବାର ଓ ସେମାନଙ୍କ ପାଇଁ ଯାହା ଠିକ୍ ବୋଲି ମନେ କଲେ ତାହା କଲେ। ଧୋନୀ ସେତେବେଳେ ତାଙ୍କ ଦେଶ ପ୍ରତି କର୍ତ୍ତବ୍ୟବୋଧକୁ ଅନୁଭବ କଲେ, ବର୍ତ୍ତମାନ ବୁମରା ପରିବାର ପ୍ରତି କର୍ତ୍ତବ୍ୟ କଲେ। ତେଣୁ ସେମାନଙ୍କର ବ୍ୟକ୍ତିଗତ ପସନ୍ଦଙ୍କୁ ସମ୍ମାନ ଦେବା ଉଚିତ୍। କାରଣ ପ୍ରକୃତରେ ସେମାନଙ୍କ ଭାବନା କଣ ଏବଂ କେଉଁ ପରିସ୍ଥତି ପାଇଁ ଏପରି ନିଷ୍ପତ୍ତି ନିଅନ୍ତି ଆମକୁ ଜାଣାନଥାଏ। 

Bcci Indian Cricket Team Cricket Jasprit Bumrah Asia Cup