Advertisment

ରାଗରେ ଆନ୍ଧ୍ର ଟିମକୁ ବାଏବାଏ କହିଲେ ଏହି ଷ୍ଟାର କ୍ରିକେଟର, ଆଣିଲେ ସାଂଘାତିକ ଅଭିଯୋଗ

ଆନ୍ଧ୍ର କ୍ରିକେଟ ଆସୋସିଏନ ତରଫରୁ ଚଳିତ ରଣଜୀ ଟ୍ରଫି ସିଜିନରେ ତାଙ୍କୁ ହଇରାଣ କରାଯିବା ସହ ଅପମାନିତ କରାଯାଇଥିବା ବିହାରୀ ଅଭିଯୋଗ କରିଛନ୍ତି।

Hanuma Vihari

Hanuma Vihari

Advertisment

ସିଡ୍‌ନୀ ଟେଷ୍ଟରେ ଭାରତର ହିରୋ ବନିଥିବା ଷ୍ଟାର କ୍ରିକେଟର ହନୁମା ବିହାରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଆନ୍ଧ୍ର ପ୍ରଦେଶ ପାଇଁ ଆଉ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି କହିଛନ୍ତି।

Advertisment

ନିଜର ଇନଷ୍ଟା ଆକାଉଣ୍ଟରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଆନ୍ଧ୍ର କ୍ରିକେଟ ଆସୋସିଏନ ତରଫରୁ ଚଳିତ ରଣଜୀ ଟ୍ରଫି ସିଜିନରେ ତାଙ୍କୁ ହଇରାଣ କରାଯିବା ସହ ଅପମାନିତ କରାଯାଇଥିବା ବିହାରୀ ଅଭିଯୋଗ କରିଛନ୍ତି।

ବିହାରୀ ଦାବି କରିଛନ୍ତି ରଣଜୀ ଟ୍ରଫିର କେବଳ ଗୋଟିଏ ମ୍ୟାଚ୍‌ ପରେ ରାଜନୀତିକ ହସ୍ତକ୍ଷେପ ଯୋଗୁ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ବେଙ୍ଗଲ ବିପକ୍ଷ ମ୍ୟାଚ୍‌ ବେଳେ ସେ ସାମାନ୍ୟ ରାଗି ଯାଇ ୧୭ତମ ଖେଳାଳିଙ୍କୁ ପାଟି କରିଥିଲେ।

Advertisment

ବାସ୍‌ ଏହି କାରଣ ପାଇଁ ମ୍ୟାଚ୍‌ ଜିତିବା ସତ୍ତ୍ୱେ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ କୁହାଯାଇଥିଲା। ଉକ୍ତ ଖେଳାଳିଙ୍କ ରାଜନୀତିକ ଲିଙ୍କ ରହିଛି। ସେ ଜଣେ ରାଜନେତାଙ୍କ ପୁଅ ହୋଇଥିବାରୁ ଆନ୍ଧ୍ର କ୍ରିକେଟ ଆସୋସିଏସନ ତାଙ୍କର ସମର୍ଥନ କରିଥିବା ବିହାରୀ ଅଭିଯୋଗ କରିଛନ୍ତି।

ଚଳିତ ରଣଜୀ ସିଜିନରେ ଆନ୍ଧ୍ରର ଅଭିଯାନ ସୋମବାର ଶେଷ ହୋଇଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ଦଳ ୪ରେ ମଧ୍ୟପ୍ରଦେଶ ଠାରୁ ହାରି ଯାଇଛି। ଏହି ମ୍ୟାଚ୍‌ ପରେ ଆନ୍ଧ୍ର ପାଇଁ ଆଉ ଖେଳିବେ ନାହିଁ ବୋଲି କହିଛନ୍ତି ବିହାରୀ।

ସେ କହିଛନ୍ତି, “ଦୁଃଖର ବିଷୟ ହେଉଛି ଯେ ଆସୋସିଏସନ ଭାବୁଛି ଯେ ଖେଳାଳିମାନଙ୍କ ଉପରେ ସେମାନଙ୍କର ହୁକୁମାତି ରହିଛି। କାରଣ ଖେଳାଳିମାନେ ଆଜି ଆସୋସିଏସନ ପାଇଁ ଏତେ ବାଟ ଯାଇଥିବା ସେମାନେ ଭାବୁଛନ୍ତି। ମୁଁ ଏବେ ନିଷ୍ପତ୍ତି ନେଇଛି ଯେ ମୁଁ ଆଉ ଆନ୍ଧ୍ର ପାଇଁ କେବେ ଖେଳିବି ନାହିଁ। ଏଠାରେ ମୁଁ ମୋର ଆତ୍ମ ସମ୍ମାନ ହରାଇଛି। ମୁଁ ମୋ ଟିମକୁ ବହୁତ ଭଲ ପାଏ। ଆମେ ପ୍ରତିଟି ସିଜିନରେ ଆଗକୁ ଯାଇଛୁ। କିନ୍ତୁ ଆସୋସିଏସନ ଆମେ ଆଗକୁ ଯାଉ ବୋଲି ଚାହୁଁନାହିଁ।”

ଭାରତ ପାଇଁ ୧୬ଟି ଟେଷ୍ଟ ଖେଳିଥିବା ବିହାରୀ ବେଙ୍ଗଲ ବିପକ୍ଷ ମ୍ୟାଚ ପରେ ଅଧିନାୟକ ପଦ ଛାଡ଼ିଥିଲେ। ଏହାପରେ ରିକି ଭୁଇ ଦଳର ନେତୃତ୍ୱ ନେଇଥିଲେ। ବିହାରୀ ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ିଥିବା କହିଥିଲେ। କିନ୍ତୁ ଏବେ ଆସୋସିଏସନ ଯୋଗୁ ସେ ଇସ୍ତଫା ଦେଇଥିବା ଖୁଲାସା କରିଛନ୍ତି।

ସେ କହିଛନ୍ତି,“ମୁଁ ବେଙ୍ଗଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ଥିଲି। ମ୍ୟାଚ ବେଳେ ମୁଁ ୧୭ତମ ଖେଳାଳିଙ୍କୁ ପାଟି କରିଥିଲି। ସେ ତାଙ୍କ ବାପାଙ୍କ ଆଗରେ ଅଭିଯୋଗ କରିଥିଲେ। ଏକଥା ଶୁଣିବା ପରେ ତାଙ୍କ ବାପା ଆସୋସିଏସନକୁ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।

ଆମେ ଗତବର୍ଷର ଫାଇନାଲିଷ୍ଟ ବେଙ୍ଗଲ ବିପକ୍ଷରେ ୪୧୦ ରନ ଚେଜ କରୁଥିଲୁ। ବିନା କୌଣସି ଭୁଲ ନ ଥାଇ ମୋତେ ଇସ୍ତଫା ଦେବାକୁ କୁହାଯାଇଥିଲା। ମୁଁ ଉକ୍ତ ଖେଳାଳିଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ଆଦୌ ପାଟି କରି ନଥିଲି।”

ବିହାରୀ ଯେଉଁ ଖେଳାଳିଙ୍କ କଥା କହୁଛନ୍ତି ସେ ହେଉଛନ୍ତି କେଏନ ପୃଥ୍ୱୀ ରାଜ। ଆଜି ସେ ବିହାରୀ ଆଣିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି, “ଆପଣମାନେ ଖୋଜୁ ଥିବା ଖେଳାଳି ଜଣଙ୍କ ହେଉଛି ମୁଁ। ଆପଣମାନେ ଯାହା ବି ଶୁଣିଛନ୍ତି ସେସବୁ ମିଛ।

କେହି ବି ଖେଳ ଠାରୁ ବଡ଼ ନୁହନ୍ତି। ମୋ ଆତ୍ମସମ୍ମାନ ସବୁ କିଛି ଠାରୁ ଉପରେ। ବ୍ୟକ୍ତିଗତ ଆକ୍ରମଣ ଓ ଅସଭ୍ୟ ଭାଷା ଆଦୌ ଗ୍ରହଣୀୟ ନୁହେଁ। ସେଦିନ କ’ଣ ଘଟିଥିଲା, ସେକଥା ଦଳର ସବୁ ଖେଳାଳି ଜାଣିଛନ୍ତି। ମିଷ୍ଟର ତଥାକଥିତ ଚାମ୍ପିୟନ ଆପଣ ଏହା ଠାରୁ ଆଉ କିଛି ଜାଣି ନାହାନ୍ତି। ଆପଣ ସମବେଦନାର ଖେଳ ଖେଳି ଚାଲନ୍ତୁ।”

ବିହାରୀଙ୍କ ସହ ଆନ୍ଧ୍ର ଟିମର ସବୁ ଖେଳାଳି ରହିଥିବା ସେ ଗୋଟିଏ ଚିଠି ମଧ୍ୟ ଶେୟାର କରିଛନ୍ତି।

Test Cricket Test Match Hanuma Vihari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe