Advertisment

ବାର୍ବାଡସ୍‌ରେ ଫସଛି ଟିମ୍‌ ଇଣ୍ଡିଆ, ବାଟ ଓଗାଳିଛି ଘୂର୍ଣ୍ଣିଝଡ଼

ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ଫଳରେ ସେମାନେ ବାର୍ବାଡସରେ ଅଟକିଛନ୍ତି । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।

Team India Players

Team India Players

Advertisment

ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ଫଳରେ ସେମାନେ ବାର୍ବାଡସରେ ଅଟକିଛନ୍ତି । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି । 

Advertisment

ଆଣ୍ଟଲାଟିକରେ ସୃଷ୍ଟି ହୋଇଥିବା ସାମିୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ ସାଉଥ ଇଷ୍ଟ ବାର୍ବାଡସରୁ ୫୭୦ କିଲୋମିଟର ଦୂରରେ ରହିଛି । ଏହା ବର୍ତ୍ତମାନ ୨୧୦ କିମି ବେଗରେ ଆଗକୁ ବଢୁଛି ।  ଟିମ୍‌ ଇଣ୍ଡିଆ ସଦସ୍ୟ ‘ଦ ହିଲଟନ’ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ। ତେଣୁ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଟିମ୍‌ ଇଣ୍ଡିଆ ସଦସ୍ୟ ପ୍ରଥମେ ନ୍ୟୁୟର୍କ ଯାଇଥାନ୍ତେ। ସେଠାରୁ ସେମାନେ ଦୁବାଇ ଯାଇ ଭାରତ ଫେରିଥାନ୍ତେ। ଆଜି ରାତି ୮ଟା୩୦ରେ ସେମାନଙ୍କ ଫ୍ଲାଇଟ୍‌ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା।

Advertisment

ମାତ୍ର ସାମୁଦ୍ରିକ ଝଡ଼ର ଉଗ୍ର ରୂପକୁ ଦେଖି ଆଜି ସଂଧ୍ୟା ସୁଦ୍ଧା ରାଜଧାନୀ ବ୍ରିଜଟାଉନର ବିମାନ ବନ୍ଦର ବନ୍ଦ ହୋଇଯିବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ତୁରନ୍ତ ଟିମ୍‌ ଇଣ୍ଡିଆର ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି। 

 ବିଜୟୀ ଟିମ୍, ବିସିସିଆଇ ଅଫିସିଆଲ ଏବଂ ଟିମ୍ର ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ବିସିସିଆଇ ପକ୍ଷରୁ କରାଯାଉଥିବା ଜଣାପଡ଼ିଛି । ଏପରିକି ଏ ବାବଦରେ ପିଏମଓ ସହ ଯୋଗାଯୋଗ କରାଯାଉଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି। ତେଣୁ ସମଗ୍ର ଦେଶରେ ଉତ୍ସବର ମାହୋଲ ଖେଳି ଯାଇଥିବା ବେଳେ ବିଜୟୀ ଟିମ୍‌ ସଦସ୍ୟଙ୍କ ଫେରିବା ବାଟକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। 

T 20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe