Advertisment

କ୍ରିକେଟର୍‌ ଦୀପକ ଚହର୍‌ଙ୍କ ବାପାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ଅଧାରୁ ଛାଡି ଘରକୁ ଫେରିଲେ ଦୀପକ ଚହର୍‌।

Deepak Chahar with his Father

Deepak Chahar with his Father

Advertisment

ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହେଲେ ଭାରତୀୟ କ୍ରିକେଟର ଅଲ୍‌ରାଉଣ୍ଡର ଦୀପକ ଚହର୍‌ଙ୍କ ବାପା। ଲୋକେନ୍ଦ୍ର ଚହର ଆଲିଗଡର ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ବେଳେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଶୁଣିବା ପରେ ଦୀପକ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ଅଧାରୁ ଛାଡି ଘରକୁ ଫେରି ଆସିଛନ୍ତି।

Advertisment

ଦୀପକ ଚହର ଘରକୁ ଫେରିବା ପରେ ହସ୍ପିଟାଲ ଯାଇ ବାପାଙ୍କୁ ଭେଟିଛନ୍ତି। ସେଠାରେ ସେ ତାଙ୍କର ସେବାରେ ଲାଗିଛନ୍ତି। କ୍ରିକେଟରଙ୍କ କହିବା ମୁତାବକ, ହସ୍ପିଟାଲରେ ତାଙ୍କ ବାପାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି। ଧୀରେ ଧୀରେ ସୁଧାର ଆସୁଛି। କିନ୍ତୁ ଯେତେ ଯାଏଁ ବାପା ପୂରା ସୁସ୍ଥ ହୋଇନାହାନ୍ତି ସେତେବେଳେ ଯାଏଁ ସେ ତାଙ୍କ ପାଖରେ ରହିବେ।

ମିଥରାଜ ହସ୍ପିଟାଲରେ ଏକ ଡାକ୍ତରୀ ଟିମ୍ ଲୋକେନ୍ଦ୍ରଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କୁ ଆଗ୍ରା କିମ୍ବା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଯୋଜନା ଚାଲିଛି। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଟିମ୍‌ଙ୍କ ସହ ଆଲୋଚନା କରିଛନ୍ତି ଦୀପକ।

Advertisment

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ, ୫୪ ବର୍ଷୀୟ ଲୋକେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧା ରାସ୍ତାରେ ହିଁ ବିଗିଡିବା ଆରମ୍ଭ ହୋଇଥିଲା। ଅଲିଗଡ଼ରେ ପ୍ରବେଶ କରିବା ପରେ ସେ ଗୁରୁତର ହୋଇଯାଇଥିଲେ। ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଆଗାମୀରୁ ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯାଇପାରେ। ତେବେ ବାପାଙ୍କ ଦେହ ଭଲ ନହେବା ପର୍ଯ୍ୟନ୍ତ ଦୀପକ ତାଙ୍କ ପାଖରେ ରହିବେ।

ତେଣୁ ଆସନ୍ତା ଦକ୍ଷିଣ ଆଫ୍ରିକା ଗସ୍ତରେ ଦୀପକଙ୍କୁ ଦେଖିବାକୁ ମିଳିନପାରେ। ଦୀପକଙ୍କ ବାପା ଲୋକେନ୍ଦ୍ର ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ। କିନ୍ତୁ ଦୀପକଙ୍କୁ ଭଲ କ୍ରିକେଟର କରିବାକୁ ନିଜର ଚାକିରି ଛାଡିଥିଲେ ଲୋକେନ୍ଦ୍ର।

Indian Cricket Team Deepak Chahar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe