ପଦାରେ ପଡ଼ିଲା ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍ ଚିତ୍ର, ଅଲଗା ହେଲେ କୋହଲି ଓ ରାହୁଲ୍!

ନୂଆଦିଲ୍ଲୀ: ବିରାଟ୍ କୋହଲି ଯେବେଠାରୁ କ୍ୟାପଟେନ୍ ପଦ ଛାଡ଼ିଛନ୍ତି, ସେବେଠାରୁ ଟିମ୍ ଇଣ୍ଡିଆରେ କିଛି ବି ଠିକଠାକ୍ ଥିବା ଲାଗୁ ନାହିଁ। ବର୍ତ୍ତମାନ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ଅଛି। ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ କ୍ୟାପଟେନରୁ ଇସ୍ତଫା ଦେଇଛନ୍ତି। ଯାହା ପରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ ଖେଳୁଛି। ପ୍ରଥ ଦିନିକିଆରେ ଭାରତ ୩୧ ରନରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା। ମ୍ୟାଚ୍ ହାରିବା ପରେ ପାକିସ୍ତାନର ପୂର୍ବତନ […]

kohli-and-rahul

Ranjit Kumar Jena
  • Published: Friday, 21 January 2022
  • , Updated: 21 January 2022, 06:34 PM IST

ନୂଆଦିଲ୍ଲୀ: ବିରାଟ୍ କୋହଲି ଯେବେଠାରୁ କ୍ୟାପଟେନ୍ ପଦ ଛାଡ଼ିଛନ୍ତି, ସେବେଠାରୁ ଟିମ୍ ଇଣ୍ଡିଆରେ କିଛି ବି ଠିକଠାକ୍ ଥିବା ଲାଗୁ ନାହିଁ। ବର୍ତ୍ତମାନ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ଅଛି। ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ କ୍ୟାପଟେନରୁ ଇସ୍ତଫା ଦେଇଛନ୍ତି। ଯାହା ପରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ ଖେଳୁଛି। ପ୍ରଥ ଦିନିକିଆରେ ଭାରତ ୩୧ ରନରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା। ମ୍ୟାଚ୍ ହାରିବା ପରେ ପାକିସ୍ତାନର ପୂର୍ବତନ ସ୍ପିନର୍ ଦାନିଶ କାନେରିଆ ଭାରତୀୟ ଟିମକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

କାନେରିଆ କହିଛନ୍ତି ଯେ ପ୍ରଥମ ଦିନିକିଆ ବେଳେ ଭାରତୀୟ ଡ୍ରେସିଂ ରୁମ୍ ଦୁଇଟି ଗ୍ରୁପରେ ଭାଗ ହୋଇଥିଲା। ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କାନେରିଆ ଏମିତି କଥା କହିଛନ୍ତି। କାନେରିଆ କହିଛନ୍ତି, ଲୋକେଶ ରାହୁଲ ଓ ବିରାଟ୍ କୋହଲି ଅଲଗା ଅଲଗା ବସିଥିଲେ। ଏହାସହ କ୍ୟାପଟେନ୍ ଭାବେ କୋହଲି ଗ୍ରାଉଣ୍ଡ ହେଉ କି ଡ୍ରେସିଂ ରୁମ୍‌ରେ ଯେଉଁଭଳି ଆଚରଣ ଦେଖାବା କଥା ତାହା ତାଙ୍କ ଠାରୁ ଦେଖିବାକୁ ମିଳିନାହିଁ ବୋଲି କାନେରିଆ କହିଛନ୍ତି।

କାନେରିଆ ଆହୁରି କହିଛନ୍ତି, କୋହଲି ଟିମର ଜଣେ ପ୍ରମୁଖ ସଦସ୍ୟ ଏବଂ ସେ ନିଶ୍ଚିତ କମବ୍ୟାକ୍ କରିବେ। ରାହୁଲଙ୍କ ପାଖରେ ମଧ୍ୟ କ୍ୟାପଟେନ୍ ଭାବେ ଅଭିଜ୍ଞତାର ଅଭାବ ଥିବା ସ୍ପଷ୍ଟ ଦେଖିବାକୁ ମିଳିଥିବା କାନେରିଆ କହିଛନ୍ତି। ତେବେ କାନେରିଆଙ୍କ ଏହି କଥା ଯଦି ସତ ହୋଇଥାଏ, ତାହେଲେ ଭାରତୀୟ କ୍ରିକେଟକୁ ଏହା ନିଶ୍ଚିତ ଭାବେ କ୍ଷତି ପହଞ୍ଚାଇବ।

ଟି-୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଏହି ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିବାକୁ ଘୋଷଣା କରିଥିଲେ। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସ୍କ୍ୱାଡ୍ ଘୋଷଣା ପୂର୍ବରୁ ବିସିସିଆଇ କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଇ ଦେଇଥିଲା। କୋହଲିଙ୍କ ସ୍ଥାନରେ ବିସିସିଆଇ ରୋହିତ ଶର୍ମାଙ୍କୁ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍ କ୍ୟାପଟେନ୍ ଭାବେ ନିଯୁକ୍ତ କରିଛି।

ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ କ୍ୟାପଟେନ୍ ମଧ୍ୟ ଛାଡ଼ିବାକୁ ଘୋଷଣା କରିଥିଲେ। ଯାହା ପରେ ବିବାଦ ଆରମ୍ଭ ହୋଇଥିଲେ। କେହି କୋହଲିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ କିଛି ଏହାକୁ ନାପସନ୍ଦ ମଧ୍ୟ କରିଥିଲେ। ଆଉ ଟେଷ୍ଟ କ୍ରିକେଟରୁ କୋହଲିଙ୍କ କ୍ୟାପଟେନ୍ ପଦ ଛାଡ଼ିବା ପରେ ଭାରତୀୟ କ୍ରିକେଟରେ ଆଉ ସେହି ପୂର୍ବ ଜୋଶ୍ ନଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

Related story