Advertisment

ଜୀବନ ସହ ସଂଗ୍ରାମ କରୁଛନ୍ତି ଏହି ଷ୍ଟାର କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

୩୫ଟି ଦିନିକିଆ ଓ ୫୩ଟି ଟି-୨୦ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଥିବା ସିମି ଏବେ ଜୀବନ ସହ କରୁଛନ୍ତି।

author-image
Hemant Lenka
Simi Singh

Simi Singh

ହସ୍ପିଟାଲ ବେଡରେ ଷ୍ଟାର ଅଲରାଉଣ୍ଡର ସିମି ସିଂହ। ୩୫ଟି ଦିନିକିଆ ଓ ୫୩ଟି ଟି-୨୦ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଥିବା ସିମି ଏବେ ଜୀବନ ସହ କରୁଛନ୍ତି। ଲିଭର ଜନିତ ସାଂଘାତିକ ସମସ୍ୟାରେ ପଡ଼ିଥିବା ସିମିଙ୍କ ଚିକିତ୍ସା ଗୁରୁଗ୍ରାମ ସ୍ଥିତ ଗୋଟିଏ ହସ୍ପିଟାଲରେ ହେଉଛି।

Advertisment

ଭାରତୀୟ ବଂଶୋଦ୍ଭବ ସିମି ଦୀର୍ଘ ବର୍ଷ ଧରି ଆୟର୍ଲ୍ୟାଣ୍ଡ ପାଇଁ ଖେଳ ଆସୁଥିଲେ। ହେଲେ ଏବେ ସେ ଲିଭର ପ୍ରତିରୋପଣ ପାଇଁ ହସ୍ପିଟାଲ ବେଡରେ ରହିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ରିପୋର୍ଟ ପ୍ରକାଶ ପାଇଛି।

ମୋହାଲିରେ ଜନ୍ମିତ ସିମି ପଞ୍ଜାବ ପାଇଁ ଅଣ୍ଡର ୧୪ ଓ ଅଣ୍ଡର -୧୭ ସ୍ତରରେ କ୍ରିକେଟ ଖେଳିଥିଲେ। ତେବେ ଅଣ୍ଡର ୧୯ରେ ଖେଳିବା ପାଇଁ ସେ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ଭାରତରେ ଫେଲ ମାରିବା ପରେ ସେ ହୋଟେଲ ମ୍ୟାନଜେମେଣ୍ଟ ପାଠ ପଢ଼ିବା ପାଇଁ ଆୟର୍ଲ୍ୟାଣ୍ଡ ଚାଲି ଯାଇଥିଲେ।

Advertisment

ପାଠପଢ଼ିବା ସମୟରେ ଅର୍ଥାତ ୨୦୦୬ରେ ସେ ଡବଲିନରେ ଥିବା ମାଲାହାଇଡ କ୍ରିକେଟ କ୍ଲବରେ ନିଜକୁ ସାମିଲ କରିଥିଲେ। ସେଠାରେ ଖେଳିବା ବେଳେ ଆୟର୍ଲ୍ୟାଣ୍ଡର ଜାତୀୟ ଟିମରେ ତାଙ୍କର ଚୟନ ହୋଇଥିଲା।

ସେ ଦିନିକିଆରେ ଆୟର୍ଲ୍ୟାଣ୍ଡ ପାଇଁ ୩୯ଟି ଓ ଟି-୨୦ରେ ୪୪ଟି ୱିକେଟ ନେଇଛନ୍ତି। ୨୦୨୧ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଆୟର୍ଲ୍ୟାଣ୍ଡ ପାଇଁ ଶତକ ମଧ୍ୟ ମାରିଥିଲେ।

ସିମିଙ୍କ ଶ୍ୱଶୁର ପରବୀନ୍ଦର ସିଂହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “୫ରୁ ୬ ମାସ ତଳର କଥା। ସିମି ଡବଲିନାରେ ଥିବା ବେଳେ ଅଜବ ଧରଣର ଜ୍ୱର ତାଙ୍କୁ ହୋଇଥିଲା। ଜ୍ୱର କିଛି ସମୟ ଆସେ ପୁଣି ଛାଡ଼ି ଯାଏ। ସେଠାରେ ସେ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ। କିନ୍ତୁ କିଛି ବି ଲାଭ ମିଳି ନଥିଲା।

ଏପରି ଜ୍ୱର ଆସିବା ଓ ଛାଡ଼ିବାର କାରଣ ଡାକ୍ତରମାନେ ଜାଣି ନ ପାରିବାରୁ ତାଙ୍କର ଚିକିତ୍ସା ମଧ୍ୟ କରି ନଥିଲେ। ସମୟ ଗଡ଼ିବା ସହ ସିମିଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଥିଲା। ତେଣୁ ଆମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭାରତ ଆଣି ଦେଇଥିଲୁ।

ଜୁନ ଶେଷ ବେଳକୁ ସେ ମୋହାଲି ଆସିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ଜୁଲାଇ ଆରମ୍ଭରୁ ଚଣ୍ଡିଗଡ଼ର ପିଜିଆଇରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଟିବି ପାଇଁ ଚିକିତ୍ସା ଆରମ୍ଭ ହୋଇଥିଲା ଓ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଇଥିଲା। ହେଲେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେ ଟିବିରେ ଆକ୍ରାନ୍ତ ନୁହନ୍ତି।

ଜ୍ୱର ନ ଛାଡ଼ିବାରୁ ଆମେ ତାଙ୍କୁ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲକୁ ନେଇ ଆସିଥିଲୁ। ସେଠାରେ ଆମକୁ କୁହାଗଲା ଯେ ସିମି ଟିବିରେ ଆକ୍ରାନ୍ତ ନୁହନ୍ତି। ତଥାପି ୬ ସପ୍ତାହ ଧରି ଔଷଧ ଖାଇବାକୁ ପଡ଼ିବ। ଟିବି ମେଡିସନ ସହ ତାଙ୍କୁ ଷ୍ଟେରୋଏଡ୍ସ ମଧ୍ୟ ଦିଆଯାଇଥିଲା। ଏଥିଯୋଗୁ ଜ୍ୱର ବଢ଼ିଥିଲା ଓ ସେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ।

ଅଗଷ୍ଟ ଶେଷ ସପ୍ତାହରେ ଆମେ ତାଙ୍କୁ ପୁଣି ପିଜିଆଇକୁ ଆଣିଥିଲୁ ଓ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ୱାସ୍ଥ୍ୟୃବସ୍ଥା ଅଧିକ ବିଗିଡ଼ିଥିଲା। ଶେଷରେ ସେଠାରେ ହିଁ ସିମି ଭୟଙ୍କର ଲିଭର ସମସ୍ୟାରେ ପଡ଼ିଥିବା ଜଣାପଡ଼ିଥିଲା। ସେଠାକାର ଡାକ୍ତରମାନେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ।

କାରଣ ସିମି କୋମାକୁ ଚାଲିଯିବାର ଆଶଙ୍କା ଥିଲା। ସେପ୍ଟେମ୍ବର ୩ରେ ଆମେ ମେଦାନ୍ତକୁ ଆସିଛୁ। ବର୍ତ୍ତମାନ ମେଦାନ୍ତରେ ସିମିଙ୍କ ଲିଭର ପ୍ରତିରୋପଣ ହେବ। ଏଥିପାଇଁ ତାଙ୍କ ପତ୍ନୀ ଅଗମଦୀପ କୌର ନିଜ ଲିଭର କିଛି ଅଂଶ ଦେବାକୁ ରାଜି ହୋଇଛନ୍ତି।”

Cricket