Advertisment

ଧୋନିଙ୍କୁ ବଡ଼ ଝଟକା, ସବୁଠୁ ମହଙ୍ଗା ଭାରତୀୟ ବୋଲର ଆଇପିଏଲରୁ ଆଉଟ୍!

ନୂଆଦିଲ୍ଲୀ: ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଗୋଡ଼ରେ ଆଘାତ ଲାଗିବା କାରଣରୁ ପେସ୍ ବୋଲର ଦୀପକ ଚହର ଟି-୨୦ ଲିଗର ଅଧିକାଂଶ ମୁକାବିଲା ଖେଳିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଆଘାତ ପାଇଥିବା ଚହରଙ୍କୁ ଫିଟ୍ ହେବା ପାଇଁ ଆହୁରି ଅନେକ ସମୟ ଲାଗିବ। ଗତ ମାସରେ ବେଙ୍ଗାଲୁରୁରେ ଆୟୋଜିତ ଆଇପିଏଲ୍ ନିଲାମରେ ଚହରଙ୍କୁ ଚେନ୍ନାଇ ୧୪ […]

ଧୋନିଙ୍କୁ ବଡ଼ ଝଟକା, ସବୁଠୁ ମହଙ୍ଗା ଭାରତୀୟ ବୋଲର ଆଇପିଏଲରୁ ଆଉଟ୍!

chahar-and-dhoni

Advertisment

ନୂଆଦିଲ୍ଲୀ: ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଗୋଡ଼ରେ ଆଘାତ ଲାଗିବା କାରଣରୁ ପେସ୍ ବୋଲର ଦୀପକ ଚହର ଟି-୨୦ ଲିଗର ଅଧିକାଂଶ ମୁକାବିଲା ଖେଳିପାରିବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଆଘାତ ପାଇଥିବା ଚହରଙ୍କୁ ଫିଟ୍ ହେବା ପାଇଁ ଆହୁରି ଅନେକ ସମୟ ଲାଗିବ।

Advertisment

ଗତ ମାସରେ ବେଙ୍ଗାଲୁରୁରେ ଆୟୋଜିତ ଆଇପିଏଲ୍ ନିଲାମରେ ଚହରଙ୍କୁ ଚେନ୍ନାଇ ୧୪ କୋଟି ଟଙ୍କା ଦେଇ କିଣିଥିଲା। ଏଥିସହ ଚହର୍ ଆଇପିଏଲରେ ସବୁଠାରୁ ମହଙ୍ଗା ଭାରତୀୟ ବୋଲର ହୋଇଥିଲେ। ପୂର୍ବରୁ ମଧ୍ୟ ଚହର ଧୋନିଙ୍କ ଚେନ୍ନାଇ ଟିମ୍ ପକ୍ଷରୁ ୪ଟି ସଂସ୍କରଣ ଖେଳିସାରିଛନ୍ତି।

ରିପୋର୍ଟ ମୁତାବକ, ଦୀପକ ଚହରଙ୍କ ଆଘାତ ଗୁରୁତର ରହିଛି ଏବଂ ତାଙ୍କୁ ଫିଟ୍ ହେବା ବହୁ ସପ୍ତାହ ଲାଗିପାରେ। ଟିମ୍ ଏବେ ତାଙ୍କ ଆହତର ଫାଇନାଲ୍ ରିପୋର୍ଟ ଅପେକ୍ଷାରେ ରହିଛି। ଚହର୍ ବର୍ତ୍ତମାନ ଏନସିଏରେ ରିହ୍ୟାବରେ ଅଛନ୍ତ। ଏହି ଡାହାଣହାତୀ ପେସର୍ ନୂଆ ବଲରେ ୱିକେଟ୍ ନେବାରେ ମାହିର୍। ଆଇପିଏଲ୍ ଅକ୍ସନରେ ଚହରଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଆଗ୍ରହ ଦେଖାଇଥିଲେ।

Advertisment

୨୯ ବର୍ଷୀୟ ଚହରଙ୍କର ଟି-୨୦ରେ ଜବରଦସ୍ତ ପ୍ରଦର୍ଶନ ରହିଆସିଛି। ସେ ଓଭରଅଲ୍ ୧୧୮ ଇନିଂସରେ ୨୪ ହାରରେ ୧୩୪ ୱିକେଟ୍ ନେଇଛନ୍ତି। ୭ ରନ୍ ଦେଇ ୬ ୱିକେଟ୍ ନେବା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ୩ଥର ୪ ଏବଂ ୨ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ଏପରିକି ସେ ଆବଶ୍ୟକ ପଡ଼ିଲେ ନିଜ ବ୍ୟାଟରେ କମାଲ୍ ଦେଖାନ୍ତି। ସେ ଟି-୨୦ରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ତେବେ ଆଇପିଏଲରେ ସେ ୫୮ ମ୍ୟାଚ୍ କେଳି ୫୮ ୱିକେଟ୍ ନେଇଥିଲେ। ସେ କେବଳ ପ୍ରାରମ୍ଭିକ ୬ ଓଭରରେ ମୋଟ ୪୨ ୱିକେଟ୍ ନେଇଛନ୍ତି।

ଚଳିତ ସିଜନରେ ମୋଟ ୧୦ଟି ଟିମ୍ ମଇଦାନକୁ ଓହ୍ଲାଇବେ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଖେଳାଯିବ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଟାଇଟଲ୍ ଜିତିଥିବା ବେଳେ ଚେନ୍ନାଇ ୪ଥର ଟ୍ରଫି ଜିତିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe