Advertisment

ମାର୍ଚ୍ଚ ୨୬ରୁ ଆଇପିଏଲ୍-୧୫

ନୂଆଦିଲ୍ଲୀ: ଘୋଷଣା ହେଲା ଆଇପିଏଲ୍ ତାରିଖ। ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଗୁରୁବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧୦ ଟିମ୍ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ। ଶ୍ରୀଲଙ୍କା ବିପକ୍ଷ ଭାରତର ଦ୍ୱିପାକ୍ଷିକ ସିରିଜର ୧୧ ଦିନ ପରେ ଅର୍ଥାତ୍ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବ। ତେବେ ଫାଇନାଲ୍ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ। […]

ଅଦ୍ୟତନ ହୋଇଛି
ମାର୍ଚ୍ଚ ୨୬ରୁ ଆଇପିଏଲ୍-୧୫

ipl

Advertisment

ନୂଆଦିଲ୍ଲୀ: ଘୋଷଣା ହେଲା ଆଇପିଏଲ୍ ତାରିଖ। ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଗୁରୁବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧୦ ଟିମ୍ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ।

Advertisment

ଶ୍ରୀଲଙ୍କା ବିପକ୍ଷ ଭାରତର ଦ୍ୱିପାକ୍ଷିକ ସିରିଜର ୧୧ ଦିନ ପରେ ଅର୍ଥାତ୍ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବ। ତେବେ ଫାଇନାଲ୍ ମ୍ୟାଚର ତାରିଖ ଘୋଷଣା କରାଯାଇନାହିଁ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ମାର୍ଚ୍ଚ ୧୫ ତାରିଖରେ ଶେଷ ହେବ। ଏହା ପରେ ଭାରତୀୟ ଖେଳାଳି ମାନେ ନିଜ ନିଜର ଫ୍ରାଞ୍ଚାଇଜି ସହ ଯୋଗ ଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ।

ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ୫୫ଟି ମ୍ୟାଚ୍ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପୁନେରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ।

Advertisment

ଆଇପିଏଲର ଫାଇନାଲ୍ ମେ’ ୨୯ ତାରିଖରେ ଖେଳାଯିବ। ତେବେ ଫାଇନାଲ୍ ଓ ପ୍ଲେଅଫ୍ ପାଇଁ ତାରିଖ ଓ ଭେନ୍ୟୁର ଘୋଷଣା କରାଯାଇନାହିଁ। କିନ୍ତୁ ରିପୋର୍ଟ ମୁତାବକ ଏସବୁ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe