ଖୁସି ଖବର, ଆଇପିଏଲକୁ ଫେରିବେ ଦର୍ଶକ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ। ଏଥିପାଇଁ ସବୁ ଟିମ୍ ମଧ୍ୟ ୟୁଏଇରେ ପହଞ୍ଚି ସାରିଛନ୍ତି। ଲିଗ୍ ଆରମ୍ଭ ହେବାକୁ ଆଉ ମାତ୍ର ତିନି ଦିନ ସମୟ ବାକି ଥିବା ବେଳେ ଏହା ପୂର୍ବରୁ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର। ଏଥର ଆଇପିଏଲରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରୀ ମିଳିବ। ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ରବିବାର ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ […]

ipl-2021

Ranjit Kumar Jena
  • Published: Wednesday, 15 September 2021
  • , Updated: 15 September 2021, 04:44 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ। ଏଥିପାଇଁ ସବୁ ଟିମ୍ ମଧ୍ୟ ୟୁଏଇରେ ପହଞ୍ଚି ସାରିଛନ୍ତି। ଲିଗ୍ ଆରମ୍ଭ ହେବାକୁ ଆଉ ମାତ୍ର ତିନି ଦିନ ସମୟ ବାକି ଥିବା ବେଳେ ଏହା ପୂର୍ବରୁ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର। ଏଥର ଆଇପିଏଲରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରୀ ମିଳିବ।

ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ରବିବାର ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। କୋଭିଡ୍-୧୯ କାରଣରୁ ଭାରତରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟକୁ ଅଧାରୁ ରୋକିବାକୁ ପଡ଼ିଥିଲା। ଭାରତରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ଗୁଡ଼ିକରେ ଦର୍ଶକଙ୍କୁ ଅନୁମତି ମିଳିନଥିଲା। ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିଛି। ଏଥିସହ ୨୦୧୯ ପରେ ପ୍ରଥମଥର ଆଇପିଏଲରେ ଦର୍ଶକଙ୍କ କୋଳାହଳ ଦେଖିବାକୁ ମିଳିବ। ତେବେ ଷ୍ଟାଡିୟମର ସୀମିତ ଦର୍ଶକଙ୍କୁ ଏଣ୍ଟ୍ରୀ ମିଳିବ।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ୩୧ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ଗୁଡ଼ିକ ଦୁବାଇ, ଆବୁଧାବି ଓ ଶାରଜାରେ ଅନୁଷ୍ଠିତ ହେବ। ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ଫ୍ୟାନ୍ ସେପ୍ଟେମ୍ବର ୧୬ ତାରିଖରୁ ମ୍ୟାଚ୍ ପାଇଁ ଟିକେଟ୍ କିଣିପାରିବେ। ବିସିସିଆଇ ବୁଧବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି। ଟିକେଟ୍ ଗୁଡ଼ିକ ଆଇପିଏଲର ଅଫିସିଆଲ୍ ୱେବସାଇଟ୍ ( www.iplt20.com) ରେ କିଣିପାରିବେ। ଏହାସହ PlatinumList.net ଜରିଆରେ ମଧ୍ୟ ଟିକେଟକୁ କିଣାଯାଇପାରିବ।

ସୂଚନାଯୋଗ୍ୟ, ମେ' ମାସରେ ନୂଆଦିଲ୍ଲୀ ଓ ଅହମ୍ମଦାବାଦରେ ମ୍ୟାଚ୍ ଚାଲିଥିବା ବେଳେ ଫ୍ରାଞ୍ଚାଇଜିଙ୍କ ବାୟୋ-ବବଲରେ କରୋନା ପ୍ରବେଶ କରିଥିଲା। ଯାହା ପରେ ଆଇପିଏଲକୁ ସ୍ଥଗିତ କରାଯାଇଥିଲା। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

Related story