Advertisment

ଯୁବରାଜଙ୍କ ଭଳି ୬ ବଲରେ ୬ ଛକା ମାରିଲେ ଏହି ଭାରତୀୟ, ଦେଖନ୍ତୁ ଭିଡିଓ

ଯୁବ ଭାରତୀୟ ଷ୍ଟାର ଜଣଙ୍କ ହେଲେ ପ୍ରିୟାଂଶ ଆର୍ଯ୍ୟ। ସେ ୬ ବଲରେ ଛକା ମାରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Priyansh Arya

Priyansh Arya

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ତର ଯୁବରାଜ ସିଂହ ଭଳି ଚମକିଛନ୍ତି ଆଉ ଜଣେ ଯୁବ ଭାରତୀୟ। ସେ ମଧ୍ୟ ଯୁବରାଜଙ୍କ ଭଳି ୬ ବଲରେ ମାରିଛନ୍ତି ୬ ଛକା। କେବଳ ସେ ୬ ବଲରେ ୬ ଛକା ମାରି ନାହାନ୍ତି, ବରଂ ଶତକ ମଧ୍ୟ ହାସଲ କରିଛନ୍ତି। ଯୁବ ଭାରତୀୟ ଷ୍ଟାର ଜଣଙ୍କ ହେଲେ ପ୍ରିୟାଂଶ ଆର୍ଯ୍ୟ। ସେ ୬ ବଲରେ ଛକା ମାରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ବର୍ତ୍ତମାନ ଦିଲ୍ଲୀ ପ୍ରିମିୟର ଟି-୨୦ ଲିଗ ଚାଲିଛି। ଏହି ଲିଗରେ ଯୁବ ଭାରତୀୟଙ୍କ ଜଲୱା ଦେଖିବାକୁ ମିଳୁଛି। କିନ୍ତୁ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାରଜ ଓ ଉତ୍ତର ଦିଲ୍ଲୀ ଷ୍ଟ୍ରାଇକର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

ଦକ୍ଷିଣ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ବିଶାଳ ୩୦୮ ରନ କରିଥିଲା। ଏହା ଟି-୨୦ କ୍ରିକେଟରେ ସର୍ବୋଚ୍ଚ ଦଳଗତ ସ୍କୋର। କିନ୍ତୁ ଏହା ରେକର୍ଡ ବୁକକୁ ଯିବ କି ନାହିଁ, ସେକଥା ଜଣାନାହିଁ।

Advertisment

ଆଜି ଯାଏ ଟି-୨୦ରେ ସର୍ବୋଚ୍ଚ ଦଳ ଗତ ସ୍କୋର ହେଉଛି ୨୮୭/୩। ୨୦୨୪ ଆଇପିଏଲରେ ଆରସିବି ବିପକ୍ଷରେ ହାଇଦ୍ରାବାଦ ଏପରି ସ୍କୋର କରିଥିଲା। ଟି-୨୦ ଅନ୍ତର୍ଜାତୀୟରେ ସର୍ବୋଚ୍ଚ ସ୍କୋର ନେପାଳ ନାଁରେ ରହିଛି। ଦଳ ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନ କରିଥିଲା।

ମ୍ୟାଚ୍‌ କଥା ବିଚାରକୁ ନେଲେ ଦିଲ୍ଲୀ ସୁପର ଲିଗରେ ଉକ୍ତ ମ୍ୟାଚ୍‌ରେ କେବଳ ଚୌକା ଓ ଛକା ବର୍ଷା ଦେଖିବାକୁ ମିଳିଛି। ୬ ଛକା ମାରିଥିବା ପ୍ରିୟାଂଶ ଆର୍ଯ୍ୟ ୫୦ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ସେହିପରି ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ଆୟୁଷ ବଦୋନି ୫୫ ବଲରେ ଅପରାଜିତ ୧୬୫ ରନ କରିଛନ୍ତି।

୧୨ ତମ ଓଭରରେ ବାମହାତୀ ବ୍ୟାଟର ପ୍ରିୟାଂଶ ଉତ୍ତର ଦିଲ୍ଲୀର ଜଣେ ବାମହାତୀ ସ୍ପିନରଙ୍କୁ ୬ ବଲରେ ୬ ଛକା ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହାପରେ ମ୍ୟାଚ୍‌ର ୧୫ତମ ଓଭରରେ ସେ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ।

ଘରୋଇ ଟି-୨୦ରେ ପ୍ରିୟାଂଶଙ୍କ ପୂର୍ବରୁ ୨୦୧୭ରେ ରସ୍‌ ହ୍ୱାଟଲେ, ୨୦୧୮ରେ ହଜରତତୁଲ୍ଲା ଜଜାଇ ଓ ୨୦୨୦ରେ ଲିଓ କାର୍ଟର ଏପରି ୬ ବଲରେ ୬ ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଯୁବରାଜ ସିଂହ, କାଏରନ ପୋଲାର୍ଡ ଓ ଦିପେନ୍ଦର ସିଂହ ଅଇରୀ(ଦୁଇ ଥର) ଏପରି ରେକର୍ଡ କରିଛନ୍ତି।

ପ୍ରିୟାଂଶ ମାତ୍ର ୫୦ ବଲରେ ୧୦ଟି ଚୌକା ଓ ୧୦ଟି ଛକା ବଳରେ ୧୨୦ ରନର ଇନିଂସ ଖେଳିଛନ୍ତି। ସେହିପରି ଆୟୁଷ ବଦୋନି ଟି-୨୦ରେ ନିଜର ପ୍ରଥମ ଶତକ ସହ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିପାରିଛନ୍ତି। ସେ ୫୫ ବଲରେ ୮ଟି ଚୌକା ଓ ୧୯ଟି ଛକା ବଳରେ ୧୬୫ ରନ କରିଛନ୍ତି।

ଏହି ଦୁଇ ବ୍ୟାଟରଙ୍କ ବିସ୍ଫୋରଣ ଯୋଗୁ ଦକ୍ଷିଣ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ୩୦୮ ରନ କରିଥିଲା। ଟି-୨୦ରେ ଦ୍ୱିତୀୟ ଥର ପାଇଁ କୌଣସି ଟିମ ୩୦୦ରୁ ଅଧିକ ରନ କରିପାରିଛି। ପ୍ରିୟାଂଶ ଓ ବଦୋନି ମଧ୍ୟ ୧୦୩ ବଲରେ ୨୮୬ ରନର ଭାଗିଦାରୀ କରିଛନ୍ତି। ଏହା ମଧ୍ୟ ଟି-୨୦ରେ ସର୍ବାଧିକ ଭାଗିଦାରୀ।

Cricket T20 Match T20 Cricket Priyansh Arya