Advertisment

ଧୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି । ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ୍ ଖେଳିବ । ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଚାରି ସପ୍ତାହ ଧରି ଚାଲିବାକୁ ଥିବା ଏହି ସିରିଜରେ ୬ଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି । ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘କଲମ୍ବୋ, ଶ୍ରୀଲଙ୍କାରେ […]

ଅଦ୍ୟତନ ହୋଇଛି
ଧୱନଙ୍କ ନେତୃତ୍ୱରେ ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

team-india

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି । ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ୍ ଖେଳିବ । ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଚାରି ସପ୍ତାହ ଧରି ଚାଲିବାକୁ ଥିବା ଏହି ସିରିଜରେ ୬ଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି । ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ‘କଲମ୍ବୋ, ଶ୍ରୀଲଙ୍କାରେ ପହଞ୍ଚିଲୁ’।

Advertisment

ନିୟମିତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଟେଷ୍ଟ ଟିମ୍ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା ଗସ୍ତରେ ଶିଖର ଧୱନ୍ ଟିମ୍ ଇଣ୍ଡିଆର ନେତୃତ୍ବ ନେବେ। ଭୁବନେଶ୍ୱର କୁମାର ଟିମର ଭାଇସ୍ କ୍ୟାପଟେନ୍ ହୋଇଥିବା ବେଳେ ରାହୁଲ୍ ଡ୍ରାଭିଡ୍ ଟିମର କୋଚ୍ ଅଛନ୍ତି।

ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଟିମର ଚୟନ କରିଥିଲା, ଯେଉଁଥିରେ ହାର୍ଦ୍ଦିକ ଓ ଅଭିଜ୍ଞ ସ୍ପିନର ଯୋଡ଼ି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିଛି। ଟିମରେ ଦେବଦତ୍ତ ପାଡିକଲ, ପୃଥ୍ୱୀ ଶ’, ନୀତୀଶ ରାଣା, ଋତୁରାଜ ଗାଏକ୍ୱାଡ ଓ ପେସ୍ ବୋଲର ଚେତନ ସାକାରିଆଙ୍କ ଭଳି ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି । ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଈଶାନ୍ କିଶନ ଓ ସଞ୍ଜୁ ସାମସନଙ୍କୁ ଟିମରେ ଚୟନ କରାଯାଇଛି। ଭାରତୀୟ ଟିମ୍ ଗସ୍ତରେ ଅଭ୍ୟାସ ପାଇଁ ନିଜ ନିଜ ଭିତରେ ଇଣ୍ଟ୍ରା ମ୍ୟାଚ୍ ଖେଳିବ ।

Advertisment

https://twitter.com/OfficialSLC/status/1409499922227810317?s=20

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଭାରତ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ। ସବୁଯାକ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ତିନୋଟି ଟି-୨୦ ସିରିଜ୍ ଖେଳାଯିବ, ଯାହା ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ହେବ।

ଭାରତୀୟ ସ୍କ୍ୱାଡ୍: ଶିଖର ଧୱନ୍ (କ୍ୟାପଟେନ୍), ଭୁବନେଶ୍ୱର କୁମାର (ଭାଇସ୍ କ୍ୟାପଟେନ୍), ପୃଥ୍ୱୀ ଶ’, ଦେବଦତ୍ତ ପାଡିକଲ୍, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ ରାଣା, ଇଶାନ୍ କିଶନ (ୱିକେଟ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ୍, ରାହୁଲ୍ ଚହର୍, କ୍ରିଷ୍ଣାପ୍ପା ଗୌତମ, କୃନାଲ୍ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁନ୍ ଚକ୍ରବର୍ତ୍ତୀ, ଦୀପକ ଚହର୍, ନବଦୀପ ସାଇନି, ଚେତନ ସାକାରିୟା।

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe