Advertisment

ଦୁଃଖ ଦେଲା ତିନି ରବିବାର, ଟି-୨୦ ବିଶ୍ୱକପ୍ ପାଲଟିଲା ଦୁଃସ୍ୱପ୍ନ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରୁ ଭାରତ ବିଦାୟ ନେଇଛି। ରବିବାର ଆଫଗାନିସ୍ତାନର ପରାଜୟ ପରେ ଭାରତ ସେମିଫାଇନାଲ୍ ଆଶା ଶେଷ ହୋଇଯାଇଛି। ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଏଥିସହ ଭାରତର ଅଭିଯାନ ଶେଷ ହୋଇଛି ଏବଂ ଦୀର୍ଘ ୧୪ ବର୍ଷ ଧରି ଚାଲିଆସିଥିବା ଟି-୨୦ ବିଶ୍ୱକପ୍ ଜିତିବାର ସ୍ୱପ୍ନ ଏବେବି କାଏମ ରହିଛି। ଚଳିତ ବିଶ୍ୱକପରେ ଭାରତ ପାଇଁ ଗୋଟିଏ କଥା କାଳ ହୋଇଛି। ଆଉ ତାହା ହେଉଛି […]

ଦୁଃଖ ଦେଲା ତିନି ରବିବାର, ଟି-୨୦ ବିଶ୍ୱକପ୍ ପାଲଟିଲା ଦୁଃସ୍ୱପ୍ନ

india

Advertisment

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରୁ ଭାରତ ବିଦାୟ ନେଇଛି। ରବିବାର ଆଫଗାନିସ୍ତାନର ପରାଜୟ ପରେ ଭାରତ ସେମିଫାଇନାଲ୍ ଆଶା ଶେଷ ହୋଇଯାଇଛି। ବିଜୟ ସହ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଏଥିସହ ଭାରତର ଅଭିଯାନ ଶେଷ ହୋଇଛି ଏବଂ ଦୀର୍ଘ ୧୪ ବର୍ଷ ଧରି ଚାଲିଆସିଥିବା ଟି-୨୦ ବିଶ୍ୱକପ୍ ଜିତିବାର ସ୍ୱପ୍ନ ଏବେବି କାଏମ ରହିଛି।

Advertisment

ଚଳିତ ବିଶ୍ୱକପରେ ଭାରତ ପାଇଁ ଗୋଟିଏ କଥା କାଳ ହୋଇଛି। ଆଉ ତାହା ହେଉଛି ରବିବାର। ଭାରତୀୟ ଟିମ୍ ପାଇଁ ତିନି ରବିବାର ଭାରୀ ପଡ଼ିଛି। କାରଣ ଏହି ତିନୋଟି ରବିବାରରେ ଏଭଳି ଫଳାଫଳ ଆସିଛି, ଯାହା ଭାରତୀୟ ଟିମକୁ ବିଦା କରିବା ପାଇଁ ଯଥେଷ୍ଟ ଥିଲା।

ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିଥିଲା, ଯାହା ରବିବାର ଥିଲା। ଏଥିରେ ଭାରତ ୧୦ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ଭାରତ ସପ୍ତାହକ ବ୍ରେକ୍ ନେଇଥିଲା ଏବଂ ପରବର୍ତ୍ତୀ ରବିବାର ନ୍ୟୁଜିଲ୍ୟାଣ୍ଡକୁ ଭେଟିଥିଲା। ଏହି ମ୍ୟାଚରେ ମଧ୍ୟ ଭାରତ ପରାସ୍ତ ହୋଇଥିଲା।

Advertisment

ଏବେ ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଯେଉଁ ମ୍ୟାଚ୍ ଖେଳାଯାଇଥିଲା, ତାହା ମଧ୍ୟ ରବିବାର ଥିଲା। ଏହି ମ୍ୟାଚରେ ଭାରତୀୟ ଟିମର ସେମିଫାଇନାଲରେ ପହଞ୍ଚିବାର ଆଶା ନିର୍ଭର କରୁଥିଲା, କିନ୍ତୁ ଫଳାଫଳ ଭାରତ ସପକ୍ଷରେ ଆସିଲା ନାହିଁ। ଆଫଗାନିସ୍ତାନ ମ୍ୟାଚ୍ ହାରିଗଲା ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପହଞ୍ଚିଗଲା। ତେଣୁ ଏହି ତିନି ରବିବାର ଭାରତ ପାଇଁ ଦୁଃସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦିଓ ଭାରତ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ରବିବାର ଦିନ ହାରିଛି, କିନ୍ତୁ ଆଜି ଖେଳାଯାଇଥିବା ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଉପରେ କେବଳ ଭାରତୀୟ ଟିମ୍ ନୁହେଁ କୋଟି କୋଟି ଫ୍ୟାନଙ୍କର ନଜର ଥିଲା। ତେଣୁ ତିନି ରବିବାରରେ ଭାରତକୁ ନିରାଶା ହେବା ଏକ ସଂଯୋଗ।

ଟି-୨୦ ବିଶ୍ୱକପରେ ଭାରତ ଅଭିଯାନ
ପ୍ରଥମ ମ୍ୟାଚ୍: ପାକିସ୍ତାନ ନିକଟରୁ ୧୦ ୱିକେଟରେ ପରାସ୍ତ
ଦ୍ୱିତୀୟ ମ୍ୟାଚ୍: ନ୍ୟୁଜିଲ୍ୟାଣ୍ଡ ଠାରୁ ୮ ୱିକେଟରେ ପରାସ୍ତ
ତୃତୀୟ ମ୍ୟାଚ୍: ଆଫଗାନିସ୍ତାନକୁ ୧୦ ୱିକେଟରେ ପରାସ୍ତ
ଚତୁର୍ଥ ମ୍ୟାଚ୍: ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe