Advertisment

ଡ୍ର’ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାକେଦମ୍ କଲା ଭାରତ

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ୍ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ଡ୍ର’ ହୋଇଛି। ଭାରତୀୟ ମହିଳା ଟିମ୍ ଦ୍ୱାରା ଧାର୍ଯ୍ୟ ୨୭୨ ରନର ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ମହିଳା ଟିମ୍ ୨ ୱିକେଟ୍ ହରାଇ ୩୬ ରନ୍ କରି ମ୍ୟାଚ୍ ଡ୍ର’ କରିଛି। ମ୍ୟାଚ୍ ଡ୍ର’ କରିଥିଲେ ଭାରତୀୟ ମହିଳା ଟିମ୍ ତା’ର ପ୍ରଦର୍ଶନ ଦ୍ୱାରା ଦମ୍ ଦେଖାଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୨୪୧ ରନ୍ […]

author-image
Ranjit Kumar Jena
ଡ୍ର’ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାକେଦମ୍ କଲା ଭାରତ

india-vs-aus

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ୍ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ଡ୍ର’ ହୋଇଛି। ଭାରତୀୟ ମହିଳା ଟିମ୍ ଦ୍ୱାରା ଧାର୍ଯ୍ୟ ୨୭୨ ରନର ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ମହିଳା ଟିମ୍ ୨ ୱିକେଟ୍ ହରାଇ ୩୬ ରନ୍ କରି ମ୍ୟାଚ୍ ଡ୍ର’ କରିଛି। ମ୍ୟାଚ୍ ଡ୍ର’ କରିଥିଲେ ଭାରତୀୟ ମହିଳା ଟିମ୍ ତା’ର ପ୍ରଦର୍ଶନ ଦ୍ୱାରା ଦମ୍ ଦେଖାଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୨୪୧ ରନ୍ କରି ପାଳି ଘୋଷଣା କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୧୩୫ ରନ୍ କରି ପାଳି ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଦମଦାର ଶତକ ମାରିଥିବା ସ୍ମୃତି ମନ୍ଧାନା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment

ଉକ୍ତ ମ୍ୟାଚର ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆ ତା’ର ପୂର୍ବଦିନର ସ୍କୋର ୧୪୩/୪ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟର୍ସ ଏଲିସ୍ ପେରୀ ଓ ଆଶଲେ ଗାର୍ଡନର୍ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଗାର୍ଡନର୍ ୫୧ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଦଳ ନିମୟିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟିମର ସ୍କୋର ୯ ୱିକେଟରେ ୨୪୧ ରନରେ ଥିବା ବେଳେ କ୍ୟାପଟେନ୍ ମେଗ୍ ଲାନିଙ୍ଗ୍ ଇନିଂସ୍ ଘୋଷଣା କରିଥିଲେ। ପେରୀ ୬୮ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ପୂଜା ବସ୍ତ୍ରାକର ୩ଟି, ଝୁଲଣ ଗୋସ୍ୱାମୀ, ମେଘନା ସିଂ ଓ ଦୀପ୍ତି ଶର୍ମା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ୧୪୬ ରନର ଲିଡ୍ ହାସଲ କରିଥିବା ଭାରତୀୟ ମହିଳା ଦ୍ୱିତୀୟ ଇନିଂସରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲା। ଦୁଇ ଓପ୍ନର ମନ୍ଧାନା ଓ ଶେଫାଳୀ ବର୍ମା ପ୍ରଥମ ୱିକେଟ୍ ପାଇଁ ୭୦ ରନ୍ ଯୋଡ଼ିଥିଲେ। ମନ୍ଧାନା ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଫାଳୀ ୫୨ ରନର ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିଲେ। ପୁନମ ରାଉତ ୪୧ ଓ ଦୀପ୍ତି ଶର୍ମା ୩ ରନ୍ କରି ଅପରାଜିତ ଥିଲେ।

Advertisment

୨୭୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୨୮ ରନରେ ୨ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ତେବେ କ୍ୟାପଟେନ୍ ଲାନିଙ୍ଗ୍ ଓ ପେରୀ ପାଖାପାଖି ୫ ଓଭର ଖେଳି ଦଳକୁ ଆଉ କ୍ଷତି ସହିବାକୁ ଦେଇନଥିଲେ। ଦଳର ସ୍କୋର ୩୬ ରନରେ ଥିଲା ବେଳେ ଉଭୟ ଦଳର କ୍ୟାପଟେନଙ୍କ ସହମତି କ୍ରମରେ ମ୍ୟାଚ୍ ଡ୍ର’ କରାଯାଇଥିଲା।