Advertisment

୮୮ ବର୍ଷରେ ଦ୍ୱିତୀୟ ଘଟଣା, ଭାରତୀୟ ମହିଳା କ୍ରିକେଟ ଟିମର ନୂଆ ରେକର୍ଡ

ମହିଳା ଟିମ ରେକର୍ଡ ବୁକରେ ନିଜକୁ ସାମିଲ କରିଛି। ଭାରତୀୟ ମହିଳା କ୍ରିକେଟ ଟିମ ଦ୍ୱିତୀୟ ଦଳ ଭାବେ କୌଣସି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ କିମ୍ବା ତା’ଠାରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛି।

India

India

Advertisment

ଅବିଶ୍ୱସନୀୟ। ସ୍ମରଣୀୟ। ରେକର୍ଡ ବ୍ରେକିଂ। ଭାରତୀୟ ମହିଳା କ୍ରିକେଟ ଟିମ ରଚିଛି ଇତିହାସ। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଦିନକୁ ଭାରତୀୟ ମହିଳା ଟିମକୁ ମିଳିତ ଐତିହାସିକ ସଫଳତା।

Advertisment

ମହିଳା ଟିମ ରେକର୍ଡ ବୁକରେ ନିଜକୁ ସାମିଲ କରିଛି। ଭାରତୀୟ ମହିଳା କ୍ରିକେଟ ଟିମ ଦ୍ୱିତୀୟ ଦଳ ଭାବେ କୌଣସି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ କିମ୍ବା ତା’ଠାରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛି।

୧୯୩୫ରେ ଇଂଲଣ୍ଡ ଟିମ କୌଣସି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ରୁ ଅଧିକ ରନ କରିଥିଲା। ଏବେ ଭାରତୀୟ ମହିଳା କ୍ରିକେଟ ଟିମ ଏହି ରେକର୍ଡର ଅଧିକାରୀ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୪୧୦ ରନ କରି ନେଇଛି।

Advertisment

ଦଳ ପାଇଁ ୪ ଖେଳାଳି ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ୩ଟି ବଡ଼ ଭାଗିଦାରୀ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ ପାଇଁ ଦୀପ୍ତି ଶର୍ମା ୬୦ ଓ ପୂଜା ବସ୍ତ୍ରକର ୪ ରନ କରି ଅପରାଜିତ ରହିଛନ୍ତି। କାଲି ଏମାନେ ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇବାକୁ ଉଦ୍ୟମ କରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ଘରୋଇ ମାଟିରେ ନିଜର ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛି। ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଭାରତୀୟ ଟିମ ୯ ୱିକେଟ ହରାଇ ୪୦୦ ରନ କରିଥିଲା। ଏବେ ଦଳ ୭ ୱିକେଟ ହରାଇ ୪୧୦ ରନ କରି ସାରିଲାଣି।

ଭାରତ ଆଜି ତା’ର ଶେଷ ଅଧିବେଶ ୨୬୧/୪ରୁ ଆରମ୍ଭ କରିଥିଲା। ଅଧିନାୟକ ହରମନପ୍ରୀତ କୌର ଓ ୟାସ୍ତିକା ଭାଟିଆ ଏହି ସମୟରେ ଯଥାକ୍ରମେ ୨୫ ଓ ୧୫ ରନ କରି ଅପରାଜିତ ରହିଥିଲେ। କୌର ଧିମା ଖେଳିଥିଲେ ମଧ୍ୟ ୟାସ୍ତିକା ଦର୍ଶନୀୟ ଡ୍ରାଇଭ୍ସ ମାରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ। ୬୨ ଓଭର ସୁଦ୍ଧା ଭାରତୀୟ ଟିମ ୪ ୱିକେଟ ହରାଇ ୩୦୦ ପାର କରି ଯାଇଥିଲା।

ଶେଷ ଅଧିବେଶନରେ ୟାସ୍ତିକା ଅର୍ଦ୍ଧଶତକ ହାସଲ କରିଥିଲେ ହେଁ କୌର ୪୯ ରନ କରି ଦୁର୍ଭାଗ୍ୟଶବତଃ ରନ ଆଉଟ ହୋଇଯାଇଥିଲେ। ଭାରତ କ୍ରମାଗତ ଭାବେ କୌର ଓ ୟାସ୍ତିକା(୬୬)ଙ୍କୁ ମଧ୍ୟ ହରାଇଥିଲା। ଏତିକି ବେଳେ ଦୀପ୍ତି ଶର୍ମା ଓ ସ୍ନେହ ରାଣା ଇଂଲିଶ ବୋଲରଙ୍କୁ କାଉଣ୍ଟର କରି ୯୦ ରନ ଯୋଡ଼ିଥିଲେ। ରାଣା(୩୦)ଙ୍କୁ ଆଉଟ କରି ନାଟ ସ୍କିଭର ବ୍ରଣ୍ଟ ଭାରତକୁ ୭ମ ଝଟକା ଦେଇଥିଲେ। ଭାରତ ପ୍ରଥମ ଦିନରେ ୯୪ ଓଭର ବ୍ୟାଟିଂ କରି ୪୧୦ ରନ କରିଛି।

୮୮ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କୌଣସି ମହିଳା ଟିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ୪୦୦ରୁ ଅଧିକ ରନ କରିବାର ରେକର୍ଡ କରିଛି। ୧୯୩୫ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଦିନରେ ୪୩୧ ରନ କରିଥିଲେ। ଏବେ ୮୮ ବର୍ଷ ପରେ ଭାରତୀୟ ମହିଳା ଟିମ ଉକ୍ତ ରେକର୍ଡ ବୁକରେ ନିଜକୁ ସାମିଲ କରିଛି।

ଭାରତ ପାଇଁ ସ୍ମୃତି ମନ୍ଧାନା ୧୭, ଶେଫାଳି ବର୍ମା ୧୯ ରନ କରିଥିବା ବେଳେ ଏସ୍‌ ଶୁଭ ୬୯ ଓ ଜେମିମା ରୋଡ୍ରିଗସ ୬୮ ରନର ଇନିଂସ ଖେଳିଛନ୍ତି। ଇଂଲଣ୍ଡ ପ୍ରଥମ ଦିନରେ ୪୧୦ ରନ ଖର୍ଚ୍ଚ କରିଛି। ତେବେ ଦଳ ପାଇଁ ଲାଉରେନ ବେଲ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ କେଟ କ୍ରସ, ବ୍ରଣ୍ଟ, ଚାର୍ଲି ଡେନ ଓ ସୋଫିଆ ଏସଲେଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

India Cricket India Vs England Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe