Advertisment

ଏସିଆନ ଗେମ୍ସ: ମହିଳା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ

ଏସିଆନ ଗେମ୍ସ କ୍ରିକେଟରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ଚାଇନାରେ ଚାଲିଥିବା ୧୯ତମ ଏସିଆ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ଶୁଟିଂ ପରେ ଭାରତୀୟ ମହିଳା କ୍ରିକେଟ ଟିମ ଐତିହାସିକ ସ୍ୱର୍ଣ୍ଣ ଜିତିଛି। ଏସିଆ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତୀୟ ଟିମ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏସିଆନ ଗେମ୍ସ କ୍ରିକେଟରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ। ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମଥର ପାଇଁ ଏସିଆ ଗେମ୍ସରେ ଭାଗ ନେଇଥିବା ବେଳେ ସ୍ୱର୍ଣ୍ଣ ଜିତି ନୂଆ ରେକର୍ଡ କରିଛି।  

Advertisment

ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଫାଇନାଲରେ ହାରିଥିଲା। ସେହିପରି ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିଫାଇନାଲରେ ହାରି ଦଳ ବିଦାୟ ନେଇଥିଲା। କିନ୍ତୁ ଏସିଆ ଗେମ୍ସରେ ଦଳ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। 

ଆଜିର ଗୋଲ୍ଡ ମେଡାଲ ମୁକାବିଲାରେ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ ଭାରତୀୟ ମହିଳା ଦଳ ସ୍ମୃତି ମନ୍ଧାନାଙ୍କ ୪୬ ଓ ଜେମିମା ରୋଡ୍ରିଗସଙ୍କ ୪୨ ରନ ବଳରେ ୭ ୱିକେଟ ହରାଇ ୧୧୬ ରନ କରିଥିଲା।

Advertisment

ଏହାର ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ କେବଳ ୯୭ ରନ କରିବାକୁ ହିଁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ତିତାସ ସାନ୍ଧୁ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରାଜେଶ୍ୱରରେ ଗାଏକ୍ୱାଡ ୨, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକର ଓ ଦେବିକା ବୈଦ୍ୟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Cricket Asian Games