Advertisment

ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମ୍ୟାଚ୍

ବର୍ମିଂହାମ୍: ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଆଇସିସି ଟି-୨୦ ବିଶ୍ୱକପ୍ ପରେ ଆସନ୍ତା ବର୍ଷ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଆସନ୍ତାବର୍ଷ ଜୁଲାଇ ୩୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ପୁଣିଥରେ ସାମିଲ୍ କରାଯିବା ପରେ ଏହି ମ୍ୟାଚକୁ ନେଇ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି। ତେବେ ପ୍ରଥମଥର ରାଜ୍ୟଗୋଷ୍ଠୀ […]

ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମ୍ୟାଚ୍

indo-pak

Advertisment

ବର୍ମିଂହାମ୍: ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଆଇସିସି ଟି-୨୦ ବିଶ୍ୱକପ୍ ପରେ ଆସନ୍ତା ବର୍ଷ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଆସନ୍ତାବର୍ଷ ଜୁଲାଇ ୩୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ପୁଣିଥରେ ସାମିଲ୍ କରାଯିବା ପରେ ଏହି ମ୍ୟାଚକୁ ନେଇ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି। ତେବେ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ଏଣ୍ଟ୍ରୀ ମିଳିଛି। ଏହା ପୂର୍ବରୁ ୧୯୯୮ରେ କୁଆଲା ଲୁମ୍ପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ୍ ସାମିଲ୍ ହୋଇଥିଲା।

Advertisment

ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରିକେଟ୍ ଇଭେଣ୍ଟରେ ମୋଟ ୮ଟି ମହିଳା କ୍ରିକେଟ୍ ଟିମ୍ ଭାଗ ନେବେ। ସେଥିମଧ୍ୟରୁ ଗ୍ରୁପ୍-ଏ’ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାର୍ବାଡୋସ୍ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍-ବି’ରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ କ୍ୱାଲିଫାୟର ଟିମ୍ ରହିଛନ୍ତି। ମହିଳା କ୍ରିକେଟ୍ ପ୍ରତିଯୋଗିତା ଜୁଲାଇ ୨୯ ତାରିଖରୁ ଏଜବାଷ୍ଟନରେ ଆରମ୍ଭ ହେବ ବୋଲି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସୂଚନା ଦେଇଛି।

ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଯାହା ପରେ ଭାରତ ଜୁଲାଇ ୩୧ ତାରିଖରେ ପାକିସ୍ତାନକୁ ଭେଟିବ। ସେହିପରି ଅଗଷ୍ଟ ୩ ତାରିଖରେ ଭାରତ ତା’ର ତୃତୀୟ ମ୍ୟାଚରେ ବାର୍ବାଡୋସକୁ ଭେଟିବ। ଆୟୋଜକ ଇଂଲଣ୍ଡ ଜୁଲାଇ ୩୦ ତାରିଖରେ ତା’ର ପ୍ରଥମ ମ୍ୟାଚରେ କ୍ୱାଲିଫାୟର ଟିମକୁ ଭେଟିବ। କ୍ୱାଲିଫାୟର ୨୦୨୨ ଆରମ୍ଭରୁ ଖେଳାଯିବ। ଇଂଲଣ୍ଡ ତା’ର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଅଗଷ୍ଟ ୨ରେ ଏବଂ ତୃତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଅଗଷ୍ଟ ୪ ତାରିଖରେ ଭେଟିବ।

Advertisment
Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe