Advertisment

ଆଗରେ ବସିଥିଲେ ଦ୍ରାବିଡ୍, ପଛରେ ସିରାଜଙ୍କୁ ଚାପୁଡ଼ା ମାରିଲେ ରୋହିତ୍

ଜୟପୁର: ‘ହିଟ୍ ମ୍ୟାନ୍’ ରୋହିତ୍ ଶର୍ମା ଫୁଲ୍ ଟାଇମ୍ ଟି-୨୦ କ୍ୟାପଟେନ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଭାରତର ଏହି ବିଜୟରେ ରୋହିତ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ସେ ଏହି ମ୍ୟାଚରେ ୪୮ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚର ଏକ ମଜାଦାର ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କ୍ୟାପଟେନ୍ ରୋହିତ୍ ଶର୍ମା ପେସ୍ ବୋଲର ମହମ୍ମଦ ସିରାଜଙ୍କୁ […]

ଆଗରେ ବସିଥିଲେ ଦ୍ରାବିଡ୍, ପଛରେ ସିରାଜଙ୍କୁ ଚାପୁଡ଼ା ମାରିଲେ ରୋହିତ୍

rohit-and-riraj

Advertisment

ଜୟପୁର: ‘ହିଟ୍ ମ୍ୟାନ୍’ ରୋହିତ୍ ଶର୍ମା ଫୁଲ୍ ଟାଇମ୍ ଟି-୨୦ କ୍ୟାପଟେନ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ତାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଭାରତର ଏହି ବିଜୟରେ ରୋହିତ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ସେ ଏହି ମ୍ୟାଚରେ ୪୮ ରନର ଇନିଂସ ଖେଳିଥିଲେ।

Advertisment

ଏହି ମ୍ୟାଚର ଏକ ମଜାଦାର ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କ୍ୟାପଟେନ୍ ରୋହିତ୍ ଶର୍ମା ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓ ଭାରତୀୟ ଇନିଂସ୍ ବେଳେ ଘଟିଛି। ଟିମର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କ ସହ କଥା ହେବାରେ ବ୍ୟସ୍ତ ଥିଲେ। ଏହି ସମୟରେ ଦ୍ରାବିଡଙ୍କ ପଛରେ ରୋହିତ୍ ଶର୍ମା, ମହମ୍ମଦ ସିରାଜ ଓ ଲୋକେଶ ରାହୁଲ ଡଗ୍ ଆଉଟରେ ବସିଥିଲେ। ଏହାରି ଭିତରେ କଥା କଥାରେ ରୋହିତ୍ ମଜାକିଆ ଢଙ୍ଗରେ ସିରାଜଙ୍କୁ ଚାପୁଡ଼ା ମାରୁଛନ୍ତି। ସିରାଜଙ୍କୁ ଏହି ଚାପୁଡ଼ା ମାରୁଥିବା ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଏପରିକି ଭିଡିଓରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

https://twitter.com/its_mebhanu/status/1461014577877962758?s=20

ପ୍ରାୟ ବର୍ଷକ ତଳେ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ବେଳେ ସିରାଜଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ସେହି ଭିଡିଓରେ ସିରାଜ ସାଥୀ ଖେଳାଳି କୁଲଦୀପ ଯାଦବଙ୍କ ବେକକୁ ଧରିଥିବା ଦେଖିବାକୁ ମିଳିଥିଲା।

Advertisment

https://twitter.com/GuriChaudhary77/status/1360439368012369921?s=20

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ମହମ୍ମଦ ସିରାଜ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କ ହାତରୁ ରକ୍ତ ବୋହିଥିଲା, ଯେଉଁକାରଣରୁ ଫିଜିଓ ଗ୍ରାଉଣ୍ଡକୁ ଆସିଥିଲେ। ଏହି ସମୟରେ ଲାଗୁଥିଲା ଯେପରି ସିରାଜ୍ ଆଉ ବୋଲିଂ କରିପାରିବେ ନାହିଁ, କିନ୍ତୁ ସେ ହାତରେ ପଟି ବାନ୍ଧି ବୋଲିଂ କରିଥିଲେ। ସିରାଜଙ୍କ ଏହି ଖେଳୁଆଡ଼ ଆଚରଣ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe