Advertisment

ପ୍ରଥମ ଟେଷ୍ଟ: ୨୮ ରନରେ ଜିତିଲା ଇଂଲଣ୍ଡ

୨୦୨ ରନରେ ଅଲଆଉଟ୍ ହୋଇଗଲେ ରୋହିତ ବାହିନୀ।

ଅଦ୍ୟତନ ହୋଇଛି
Englnad Player

Englnad Player

Advertisment

ପ୍ରଥମ ଟେଷ୍ଟରେ ବାଜି ମାରିଛି ଇଂଲଣ୍ଡ। ହାଇଦ୍ରାବାଦରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ହାରିଯାଇଛି। ଭାରତକୁ ୨୮ ରନ୍‌ରେ ପରାସ୍ତ କରି ଇଂଲଣ୍ଡ ବିଜୟ ହାସଲ କରିବା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।  

Advertisment

ଆଜି ମ୍ୟାଚ୍‌ର ଚତୁର୍ଥ ଦିନରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୨୦ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ମ୍ୟାଚ୍ ଜିତିବାକୁ ଭାରତ ଆଗରେ ୨୩୧ ରନର୍‌ ବିଜୟ ଲକ୍ଷ୍ୟ ଥିଲା। ହେଲେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟର ଭଲ ଖେଳି ପାରିଲେ ନାହିଁ।  

ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୩୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ୩୦ ଟପି ନଥିଲା। ଯଶସ୍ୱୀ ଜୈସ୍ୱାଲ ୧୫ ରନ୍‌ କରି ଆଉଟ୍ ହୋଇଥିଲେ। ଶୁବମନ ଗିଲ୍ ଖାତା ଖୋଲି ପାରି ନଥିଲେ। ପ୍ରଥମ ଇନିଂସରେ ୮୬ ରନ୍ କରିଥିବା କେ.ଏଲ ରାହୁଲ ମାତ୍ର ୨୨ ରନ୍‌ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅକ୍ଷର ପଟେଲ ୧୭ ରନ୍ କରି ଆଉଟ୍ ହୋଇଥିଲେ। 

Advertisment

ପ୍ରଥମ ଇନିଂସରେ ଭଲ ଖେଳି ଥିବା ରବୀନ୍ଦ୍ର ଜାଡେଜା ମାତ୍ର ୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ଶ୍ରେୟଶ ଆୟର ୧୩ ରନ୍ କରିଥିଲେ। ଜ୍ୟାକ୍ ଲିଚଙ୍କ ଶିକାର ହୋଇଥିଲେ ଆୟର। ଶ୍ରୀକର ଭରତ ଏବଂ ରବିଚନ୍ଦ୍ରନ ଅଶ୍ୱିନ ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ବିଫଳ ହୋଇଥିଲେ। ୫୯ଟି ବଲ୍‌ର ସମ୍ମୁଖୀନ ହୋଇ ୨୮ ରନ୍‌ କରିଥିବା ଶ୍ରୀକରଙ୍କୁ ବୋଲ୍‌ଡ କରି ଦେଇଥିଲେ ଟମ୍ ହାର୍ଟଲୀ। 

ଦ୍ୱିତୀୟ ଇନିଂସରେ ସବୁଠୁ ଅଧିକ ସମୟ କ୍ରିଜ୍‌ରେ ରହିଥିଲେ ଅଶ୍ୱିନ। ସେ ସର୍ବାଧିକ ୮୪ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ସ୍କୋର ୨୮ରେ ପହଞ୍ଚିଥିବା ବେଳେ ଟମ୍‌ ହାର୍ଟଲୀଙ୍କ ବଲ୍‌ରେ ବେନ୍‌ ଫୋକ୍ସଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ। ଭରତ ଓ ଅଶ୍ୱିନ ଆଉଟ୍ ହେବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଯାଇଥିଲା।    

ଯଶପ୍ରୀତ ବୁମରା ୬ ରନ୍ କରି ଅପରାଜିତ ରହିଥିବା ବେଳେ ମହମ୍ମଦ ସିରାଜ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଦଳ ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୦୨ ରନ୍ କରିଥିଲା ଓ ୨୮ ରନ୍‌ରେ ଇଂଲଣ୍ଡ ଠାରୁ ହାରି ଯାଇଥିଲା। 

ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୪୨୦ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୪୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୦୨ ରନ୍ କରିଥିଲା।  ବିଶାଖାପାଟଣାରେ ଫେବ୍ରୁଆରୀ ୨ ତାରିଖରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ। 

Cricket INDvsENG Sports England Won India Vs England Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe