Kuldeep Yadav, Hardik Pandya And Ishan Kishan
ଇଣ୍ଡିଆ-ଇଣ୍ଡିଜ୍ ପ୍ରଥମ ଦିନିକିଆରେ ଭାରତୀୟ ସ୍ପିନରଙ୍କ କମାଲ୍। 5 ୱିକେଟରେ ଇଣ୍ଡିଜକୁ ପରାସ୍ତ କଲା ରୋହିତ ବାହିନୀ। କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ ଘରୋଇ ମାଟିରେ ୱେଷ୍ଟ ଇଣ୍ଡିଜକୁ ଧରାଶାୟୀ କରି ଦେଇଛି। ଘାତକ ବୋଲିଂ ପାଇଁ କୁଲଦୀପ ଯାଦବ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ।
କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ 50 ଓଭର ବିଶିଷ୍ଟ ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ମାତ୍ର 114 ରନ୍ ସଂଗ୍ରହ କରିଥିଲା ଇଣ୍ଡିଜ୍ ଟିମ୍। ଏହାର ଜବାବରେ 5 ୱିକେଟ ହରାଇ 118 ରନ୍ ସଂଗ୍ରହ କରି ପ୍ରଥମ ଦିନିକିଆ ଜିତି ନେଇଛି ଭାରତ। ଇଣ୍ଡିଜ ପକ୍ଷରୁ ଦୁଇ ଓପନର୍ ବ୍ରାଣ୍ଡନ୍ କିଙ୍ଗ୍ ଓ କେଲି ମାୟର୍ସ ପଡିଆକୁ ଓହ୍ଲାଇଥିଲେ। ହେଲେ ଭାରତୀୟ ବୋଲରଙ୍କ ଶିକାର ହୋଇଥିଲେ ଇଣ୍ଡିଜ୍ ପ୍ଲେୟାର୍। ମାତ୍ର 7 ରନରେ ଘରୋଇ ଦଳ ପ୍ରଥମ ୱିକେଟ ହରାଇଥିଲା। ମ୍ୟାଚ୍ର ତୃତୀୟ ଓଭରରରେ ପାଣ୍ତ୍ୟା କାୟେଲ ମେୟର୍ସଙ୍କୁ ୨ ରନରେ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
ମୁକେଶ କୁମାର ପଦାର୍ପଣ ମ୍ୟାଚରେ ଆଲିକ ଆଥାଞ୍ଜେଙ୍କୁ ଆଉଟ୍ କରି ନିଜର ପ୍ରଥମ ୱିକେଟ ହାସଲ କରିଥିଲେ। ସେପଟେ ଦଳୀୟ ସ୍କୋର 45 ଥିବାବେଳେ ବ୍ରାଣ୍ଡନ କିଙ୍ଗକୁ 17 ରନରେ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ ଶାର୍ଦ୍ଦୁଲ ଠାକୁର। ଅଧିନାୟକ ସାଇ ହୋପଙ୍କୁ ବାଦ୍ ଦେଲେ ଅନ୍ୟ କେହି ଭଲ ପ୍ରଦର୍ଶନ କରିପାରି ନଥିଲେ। ହୋପ ବ୍ୟକ୍ତିଗତ 43 ରନ୍ ସଂଗ୍ରହ କରିଥିଲେ। ତଥାପି କୁଲଦୀପ ଯାଦବଙ୍କ ଘାତକ ସ୍ପିନର ସାମ୍ନା କରିନପାରି ପାଭିଲିୟନ ଫେରି ଯାଇଥିଲେ।
ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଥିଲା। ଜାଡେଜା ଏବଂ ଯାଦବଙ୍କ ଯୋଡି ଭାରତକୁ ଏହି ବିଜୟ ଭେଟି ଦେଇଛି। ଜାଡେଜା 3ଟି ୱିକେଟ ନେଇ ଥିବାବେଳେ ମାତ୍ର 6 ରନ ଦେଇ 4ଟି ୱିକେଟ ନେଇଛନ୍ତି କୁଲଦୀପ ଯାଦବ। ଫଳରେ ମାତ୍ର 23 ଓଭର୍ ଖେଳି 114 ରନ୍ ସଂଗ୍ରହ କରିଥିଲା ଇଣ୍ଡିଜ୍ ଦଳ। ଏହାପରେ ମୈଦାନକୁ ଓହ୍ଲାଇଥିଲେ ରୋହିତ ବାହିନୀ। 115 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। ଶୁବମନ୍ ଗିଲ୍ ଏବଂ ଇଶାନ କିସାନ ପାଳି ଆରମ୍ଭ କରିଥିଲେ। ମାତ୍ର ଗିଲ୍ ବେଶି ସମୟ ପଡିଆରେ ତିଷ୍ଟି ପାରିନଥିଲେ। 7 ରନ୍ କରି ସେ ପାଭିଲିୟନ୍ ଫେରି ଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନଙ୍କ ଭାଗିଦାରୀରେ ଦଳୀୟ ସ୍କୋର୍ 54ରେ ପହଞ୍ଚିଥିଲା।
ଏହାପରେ ସ୍ପିନର ଗୁଦାକେଶ ମୋତି ସୂର୍ଯ୍ୟକୁମାରଙ୍କୁ ପାଭିଲିୟନ୍ ପଠାଇ ଦେଇଥିଲେ। ଖେଳର ମଧ୍ୟମ ଭାଗରେ ମଧ୍ୟ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ପଡିଆକୁ ଆସିନଥିଲେ। ସୂର୍ଯ୍ୟକୁମାର ପାଭିଲିୟନ ଫେରିବା ପରେ ପଡିଆକୁ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା। ହେଲେ ସେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ। ମାତ୍ର 5 ରନ୍ କରି ଆଉଟ୍ ହୋଇଯାଇଥିଲେ ପାଣ୍ଡ୍ୟା। ଇଶାନ କିସାନ ଗୋଟିଏ ପଟ ବ୍ୟାଟିଂ ଭାର ସମ୍ଭାଳି ଥିଲେ। ସେ ବ୍ୟକ୍ତିଗତ 52(7 ଚୌକା, 1ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଆସିଥିଲେ ସାର୍ଦ୍ଦୁଲ ଠାକୁର। ମାତ୍ର ସେ ବି ନିରାଶ କରିଥିଲେ। ଦଳୀୟ ସ୍କୋର୍ 97 ହୋଇଥିବା ବେଳେ 5 ଟି ୱିକେଟ୍ ଯାଇ ସାରିଥିଲା। ଏହାପରେ ରୋହିତ ଶର୍ମା କ୍ରିଜରେ ଯୋଗ ଦେଇ ଅବଶିଷ୍ଟ ରନ୍ ସଂଗ୍ରହ କରିଥିଲେ। 163 ବଲ୍ ବାକି ଥିବାବେଳେ ଭାରତ 158 ରନ୍ ସଂଗ୍ରହ କରି ପ୍ରଥମ ଦିନିକିଆକୁ ଜିତି ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us