Advertisment

ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

କାନପୁର: ଆସନ୍ତା ୨୫ ତାରିଖରୁ କାନପୁରରେ ଆରମ୍ଭ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି। ରାହୁଲଙ୍କ ବାଦ୍ ପଡ଼ିବା ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ବିସିସିଆଇ ଟ୍ୱିଟ୍ କରି କହିଛି, ଟିମ୍ ଇଣ୍ଡିଆ […]

ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

kl-rahul

Advertisment

କାନପୁର: ଆସନ୍ତା ୨୫ ତାରିଖରୁ କାନପୁରରେ ଆରମ୍ଭ ହେବାକୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସ୍କ୍ୱାଡରେ ସାମିଲ୍ କରାଯାଇଛି।

Advertisment

ରାହୁଲଙ୍କ ବାଦ୍ ପଡ଼ିବା ନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି। ବିସିସିଆଇ ଟ୍ୱିଟ୍ କରି କହିଛି, ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାଚ୍ ଲୋକେଶ ରାହୁଲ୍ ତାଙ୍କର ବାମ ଗୋଡ଼ ଜଙ୍ଘର ମାଂସପେଶୀରେ ସମସ୍ୟା ରହିଛି। ଯେଉଁ କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ପେଟିଏମ୍ ଟେଷ୍ଟ ସିରିଜରୁ ହଟିଯାଇଛନ୍ତି। ବର୍ତ୍ତମାନ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରିହ୍ୟାବିଲିଟେସନରେ ରହିବେ ଏବଂ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତି କରିବେ।

ମଙ୍ଗଳବାର ରାହୁଲ୍ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ସେସନରେ ଭାଗ ନେଇନଥିଲେ। ତେବେ ବାକି ସବୁ ଖେଳାଳି ପ୍ରାକ୍ଟିସ୍ କରିଥିଲେ। ୨୯ ‍ବର୍ଷୀୟ ରାହୁଲ୍ ଭାରତ ପାଇଁ ୪୦ ଟେଷ୍ଟ ଖେଳି ୩୫.୧୬ ହାରରେ ୨୩୨୧ ରନ୍ କରିଛନ୍ତି। ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ସେ କ୍ୟାରିୟରର ସର୍ବାଧିକ ୧୯୯ ରନ୍ କରିଥିଲେ।

Advertisment

https://twitter.com/BCCI/status/1463092894995156995?s=20

ରାହୁଲଙ୍କ ହଟିବା ଦ୍ୱାରା ଭାରତକୁ ବଡ଼ ଝଟକା ଲାଗିଛି। ପୂର୍ବରୁ ରୋହିତ୍ ଶର୍ମା ଉଭୟ ଟେଷ୍ଟରୁ ବିଶ୍ରାମ ନେଇଛନ୍ତି। ଏବେ ରାହୁଲଙ୍କ ଅନୁପସ୍ଥିତିରେ ଭାରତର ବ୍ୟାଟିଂ ଲାଇନ୍ ପ୍ରଭାବିତ ହେବ। ରାହୁଲଙ୍କ ସ୍ଥାନରେ ଏବେ ମୟଙ୍କ ଅଗ୍ରୱାଲଙ୍କ ସହ ଶୁବମନ୍ ଗିଲ୍ ଓପନ୍ କରିବେ। ରାହୁଲ୍ ବାଦ୍ ପଡ଼ିବା ପରେ ଏବେ ଚେତେଶ୍ୱର ପୂଜାରା ଟିମର ଭାଇସ୍-କ୍ୟାପଟେନ୍ ଦାୟିତ୍ୱ ତୁଲାଇବେ।

ଗୁରୁବାର ଠାରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଶ୍ରେୟସ ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଟେଷ୍ଟ ପଦାର୍ପଣ କରିପାରନ୍ତି। ଏହା ପୂର୍ବରୁ ଗିଲ୍ ମିଡଲ୍ ଅର୍ଡରରେ ଖେଳିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ରାହୁଲଙ୍କ ହଟିବା ପରେ ମିଡଲ୍ ଅର୍ଡରରେ ଆୟର କିମ୍ବା ସୂର୍ଯ୍ୟକୁମାରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ।

ଭାରତୀୟ ଟେଷ୍ଟ ସ୍କ୍ୱାଡ୍: ଅଜିଙ୍କ୍ୟ ରାହାଣେ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା (ଭାଇସ୍-କ୍ୟାପଟେନ୍), ଶୁବମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଦ୍ଧିମାନ ସାହା (ୱିକେଟ୍ କିପର), ଶ୍ରୀକର ଭରତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ୍, ପ୍ରସିଦ୍ଧ କ୍ରିଷ୍ଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe