ସେମିଫାଇନାଲ ପୂର୍ବରୁ ଟି-ଟ୍ୱେଣ୍ଟିର ରୋଚକ ମୋଡ଼

ନୂଆଦିଲ୍ଲୀ: ଅନିଶ୍ଚିତତାର ଖେଳ କ୍ରିକେଟ୍ । କେତେବେଳେ ବି ଘଟିପାରେ କିଛି ଚମତ୍କାର।  ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ। ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା । ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି । ସେପଟେ  ଶେଷ ମ୍ୟାଚରେ ଜିମ୍ବାୱେକୁ ହରାଇ ଗ୍ରୁପ୍ ଟପ୍ପର ଭାବେ ସେମି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ।  ସେମିରେ ଭାରତର […]

T20 world cup

T20 world cup

Tapas Behera
  • Published: Sunday, 06 November 2022
  • Updated: 06 November 2022, 08:09 PM IST

Sports

Latest News

ନୂଆଦିଲ୍ଲୀ: ଅନିଶ୍ଚିତତାର ଖେଳ କ୍ରିକେଟ୍ । କେତେବେଳେ ବି ଘଟିପାରେ କିଛି ଚମତ୍କାର।  ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ। ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା । ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି । ସେପଟେ  ଶେଷ ମ୍ୟାଚରେ ଜିମ୍ବାୱେକୁ ହରାଇ ଗ୍ରୁପ୍ ଟପ୍ପର ଭାବେ ସେମି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ।  ସେମିରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ।

ଭାରତ ବିପକ୍ଷରେ ପରାଜୟ ଓ ଜିମ୍ବାୱେ ବିରୁଦ୍ଧରେ ଆକସ୍ମିକ ଭାବେ ହାରିଯିବା ପରେ ଟି-ଟେଣ୍ଟି ବିଶ୍ୱକପ୍ ଆରମ୍ଭରୁ ହିଁ ମଉଳି ଯାଇଥିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତକୁ ହରାଇବା ପରେ ଏହି ଗଣିତ ଆହୁରି ଜଟିଳ ହୋଇଥିଲା। କେବଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପାକିସ୍ତାନ ଲାଗି ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ଥିଲା । ବାଂଲାଦେଶ ବିପକ୍ଷରେ ଜିତିଲେ ଏବଂ ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ୍ସଠୁ ହାରିଲେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା ଆକଳନ କରାଯାଇଥିଲା । ତେବେ ନେଦରଲ୍ୟାଣ୍ଡ୍ସ-ଦକ୍ଷିଣ ଆଫ୍ରିକାକୁ ହରାଇବ ଏ ଆଶା କାହାର ନଥିଲା । ଅର୍ଥାତ୍ ପାକିସ୍ତାନ ସୁପର-ଟ୍ୱେଣ୍ଟି ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଏକରକମ ନିଶ୍ଚିତ ହୋଇଯାଇଥିଲା । ମାତ୍ର ପୁଣି କରିସ୍ମା ଦେଖାଇଛି ଅନିଶ୍ଚିତତାର ଖେଳ କ୍ରିକେଟ୍। ଆଶ୍ଚଅର୍ଯ୍ୟଜନକ ଭାବେ ଦୁର୍ବଳ ନେଦରଲ୍ୟାଣ୍ଡଠୁ ହାରି ଯାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଛି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା। ଅନ୍ୟପକ୍ଷରେ ବାଂଲାଦେଶ ବିପକ୍ଷରେ ସହଜ ବିଜୟ ସହ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ପାକିସ୍ତାନ ବର୍ଷା ଯୋଗୁଁ  ଜିମ୍ବାୱେ ବିପକ୍ଷ ମ୍ୟାଚ୍ ବାତିଲ ହୋଇଯିବା ଦକ୍ଷିଣ ଆଫ୍ରିକା ଲାଗି ବି ଘାତକ ହୋଇଛି।

ଏପଟେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପରାଜୟ ସତ୍ତ୍ୱେ ନିଜର ଦବଦବା ଜାରି ରଖିଛି ଟିମ୍ ଇଣ୍ଡିଆ।  ନିଜର ଶେଷ ଲିଗରେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ନିଜ ଗ୍ରୁପରେ ଟପ୍ପର ହୋଇଛି। ରୋହିତ ବାହିନୀ  ୪ଟି ବିଜୟ ଓ ଗୋଟିଏ ପରାଜୟ ଅର୍ଥାତ ସର୍ବାଧିକ ୮ ପଏଣ୍ଟ ସହ ଗ୍ରୁପ୍ ଶୀର୍ଷରେ ରହି ସେମିଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛି ଦଳ॥ ଫଳରେ ଗ୍ରୁପ୍ ୱାନ୍‌ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ସହ ଭାରତ ଦ୍ୱିତୀୟ ସେମିଫାଇନାଲ୍ ଖେଳିବ । ଆସନ୍ତା ୧୦ ତାରିଖରେ ଏହି ମ୍ୟାଚ୍ ଆଡିଲେଡ୍‌ରେ ଖେଳାଯିବ।  ଅନ୍ୟପକ୍ଷରେ ଗ୍ରୁପ୍-ଓ୍ୱାନ୍ ଟପ୍ପର ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ସେମିଫାଇନାଲରେ ଭେଟିବ ପାକିସ୍ତାନ।  ୯ ତାରିଖରେ ସିଡନୀରେ ଏହି ମ୍ୟାଚ୍ ଖେଳାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story