Advertisment

ବିଶ୍ୱକପର ପ୍ରଭାବ: ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା

ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଜାକା ଅଶରଫଙ୍କ ପାଖକୁ ପଠାଇ ଦେଇଛନ୍ତି।

Pakistan

Pakistan

Advertisment

ଭାରତରେ ଚାଲିଥିବା ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନ ପ୍ରଦର୍ଶନ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପଡ଼ିବା ଆରମ୍ଭ ହୋଇଛି। ବିଶ୍ୱକପ ବିପର୍ଯ୍ୟୟ ପାଇଁ ପାକିସ୍ତାନ ଟିମର ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକ ଇସ୍ତଫା ଦେଇଛନ୍ତି।

Advertisment

ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଜାକା ଅଶରଫଙ୍କ ପାଖକୁ ପଠାଇ ଦେଇଛନ୍ତି। ପାକିସ୍ତାନ ଚଳିତ ବିଶ୍ୱକପରେ କ୍ରମାଗତ ୪ଟି ମ୍ୟାଚ୍‌ ହାରି ସେମି ଦୌଡ଼ରୁ ଏକପ୍ରକାରର ବାଦ ପଡ଼ିବା ପରେ ଇଞ୍ଜମାମ ଏପରି ପଦକ୍ଷେପ ନେଇଛନ୍ତି।

ଇଞ୍ଜମାମ ୨୦୨୩ ଅଗଷ୍ଟ ମାସରେ ପାକିସ୍ତାନ ଜାତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ୨୦୧୬ରେ ମଧ୍ୟ ସେ ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ।

Advertisment

୩ ବର୍ଷ ପାଇଁ ସେ ଏହି ପଦରେ ରହିବା ପରେ ୨୦୧୯ରେ ଇସ୍ତଫା ଦେଇଥିଲେ। ୨୦୧୯ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ସେ ଇସ୍ତଫା ଦେଇଥିଲେ। ୨୦୧୯ରେ ମଧ୍ୟ ସର୍ଫରାଜ ଅହମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ବିଶ୍ୱକପ ସେମିରେ ପ୍ରବେଶ କରି ପାରି ନଥିଲା। ଏଥର ବାବର ଆଜମ ଆଣ୍ଡ କୋ ସମଦଶା ଭୋଗିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ଇଞ୍ଜମାମଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥର ଅଭିଯୋଗ ମଧ୍ୟ ଆସିଥିଲା। ଇଞ୍ଜମାମଙ୍କ ଶେୟାର ୟାଜୋ ଇଣ୍ଟରନ୍ୟାଶନାଲ ଲିଃ ରହିଛି। ଏହି କମ୍ପାନୀର ମାଲିକାନା କ୍ରିକେଟର୍ସ ଏଜେଣ୍ଟ ତଲହା ରେହମାନି ହାତରେ ରହିଛି। ରେହମାନି ପାକିସ୍ତାନର ଟପ କ୍ରିକେଟର ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ପ୍ରତିନିଧିତ୍ୱ କରନ୍ତି।

ରିଜୱାନ ମଧ୍ୟ ଉକ୍ତ କମ୍ପାନୀର କୋ ଓନର। ତେଣୁ ଇଞ୍ଜମାମଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଦ୍ୱୈତ ସ୍ୱାର୍ଥର ତଦନ୍ତ ପାଇଁ ପିସିବି ୫ ଜଣିଆ କମିଟି ଗଠନ କରିଛି। ଯଦି ଏହା ସତ ପ୍ରମାଣିତ ହେବ ବାବର ଆଣ୍ଡ କୋର ଅଡ଼ୁଆ ବଢ଼ିବ। 

ICC PCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe