Advertisment

ଅଲିମ୍ପିକ୍ସକୁ ଫେରିବ କ୍ରିକେଟ

କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟ ବଲ, ଫ୍ଲାଗ ଫୁଟବଲ, ସ୍କ୍ୱାଶ ଓ ଲାକ୍ରୋସେକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

IOC

IOC

Advertisment

ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଟି-୨୦ କ୍ରିକେଟର ମଜା। ପୁଣିଥରେ ଅଲିମ୍ପିକ୍ସରେ ବର୍ଷା ହେବ ଚୌକା ଓ ଛକା। କାରଣ ୨୦୨୮ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ। 

Advertisment

ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଆଜି ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ‌ଆଇଓସି ଗ୍ରହଣ କରି ନେଇଛି। ଏବେ ଆଇଓସିର ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ। ଅକ୍ଟୋବର ୧୪ରୁ ୧୬ ଯାଏ ଚାଲିବାକୁ ଥିବା ଏହି ବୈଠକରେ ଏହା ଉପରେ ଭୋଟ ହେବ। ଏହାପରେ ବିଧିବଦ୍ଧ ଭାବେ କ୍ରିକେଟ ଅଲିମ୍ପିକ୍ସ କ୍ରୀଡ଼ାରେ ସାମିଲ ହେବ।

୧୯୦୦ ମସିହା ଅଲିମ୍ପିକ୍ସରେ ଶେଷଥର ପାଇଁ କ୍ରିକେଟକୁ ଦେଖିବାକୁ ମିଳିଥିଲେ। ଏଥିରେ ଦୁଇଟି ଟିମ ଗ୍ରେଟ ବ୍ରିଟେନ ଓ ଫ୍ରାନ୍ସ ଭାଗ ନେଇଥିଲେ। ଉକ୍ତ ମ୍ୟାଚ୍‌ ଦୁଇ ଦିନ ଧରି ଚାଲିଥିଲା ଓ ଗ୍ରେଟ ବ୍ରିଟେନ ୧୫୮ ରନରେ ମ୍ୟାଚ୍‌କୁ ଜିତି ସ୍ୱର୍ଣ୍ଣ ପଦକ ଜିତିଥିଲା। ‍ଫ୍ରାନ୍ସକୁ ରୌପ୍ୟ ପଦକ ମିଳିଥିଲା। କିନ୍ତୁ ଏଠାରେ କୌଣସି ତୃତୀୟ ଦଳ ନଥିବାରୁ କାହାକୁ ବ୍ରୋଞ୍ଜ ପଦକ ମିଳି ନଥିଲା।

Advertisment

କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟ ବଲ, ଫ୍ଲାଗ ଫୁଟବଲ, ସ୍କ୍ୱାଶ ଓ ଲାକ୍ରୋସେକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ଖେଳଗୁଡ଼ିକ ଅଲିମ୍ପିକ୍ସରେ ସାମିଲ ହେବ କି ନାହିଁ, ତା’ ଉପରେ ମଧ୍ୟ ଭୋଟ ହେବ।

ଆଇଓସି ସଭାପତି ଥୋମାସ ବାକ କହିଛନ୍ତି, ସମସ୍ତ ୫ କ୍ରୀଡ଼ା ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ ହେବା ଦୌଡ଼ରେ ରହିଛନ୍ତି। ଏଗୁଡ଼ିକୁ ସାମିଲ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରି ନିଆଯାଇଛି। ଏବେ ମୁମ୍ବାଇ ବୈଠକରେ ଏହି ଖେଳଗୁଡ଼ିକ ଉପରେ ଭୋଟ ହେବ।

ଏହି କ୍ରୀଡ଼ାଗୁଡ଼ିକ ଆମେରିକାର ଖେଳ ସହ ଅନ୍ତର୍ଜାତୀୟ ସ୍ତରର ଖେଳକୁ ମଧ୍ୟ ପ୍ରଦର୍ଶିତ କରିବ। ଅଲିମ୍ପିକ୍ସରେ ନୂଆ କ୍ରୀଡ଼ା ଓ ନୂଆ କ୍ରୀଡ଼ାବିତଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ଦେଇଥିବା ପ୍ରସ୍ତାବରେ କହିଥିଲା ଯେ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଟିମ ଭାଗ ନେବେ। ୬ଟି ଲେଖାଏ ଦଳ ଅଲିମ୍ପିକ୍ସ ଖେଳିବେ। ଆଇସିସି ପ୍ରସ୍ତୁତ କରୁଥିବା ରାଙ୍କର ଟପ୍‌ ୬ ଟିମକୁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ସୁଯୋଗ ମିଳିବ। ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ରଖାଯିବ ଓ ଏହି ସମୟ ଭିତରେ ଟପ୍‌ ୬ରେ ରହିଥିବା ଦଳଗୁଡ଼ିକୁ ସିଧା ଅଲିମ୍ପିକ୍ସ ଟିକେଟ ମିଳିବ।

Cricket Olympics LA Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe