Advertisment

କାଲି ଆଇପିଏଲ ପାଇଁ ଖେଳାଳି ନିଲାମ, ଏହି ସବୁ ଖେଳାଳିଙ୍କ ଉପରେ ନଜର

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଏହି ମିନି ଅକ୍ସନ ଚେନ୍ନାଇର ଗୋଟିଏ ହୋଟେଲରେ ଦିନ ୩ଟାରୁ ଆରମ୍ଭ ହେବ। ବାଓବବଲ୍ସ ମଧ୍ୟରେ ଫ୍ରାଞ୍ଚାଇଜ୍‌ମାଲିକମାନେ ଏକାଠି ହୋଇ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜ ଟିମ୍‌ ପାଇଁ ଖେଳାଳି କିଣିବେ। ନିଲାମର ଚୂଡ଼ାନ୍ତ ତାଲିକାରେ ଦୁଇ ଓଡ଼ିଆଙ୍କ ସମେତ ମୋଟ ୨୯୨ ଜଣ ଖେଳାଳି ସାମିଲ ହେବେ। ଏମାନଙ୍କ ମଧ୍ୟରୁ ୮ଟି ଯାକ ଦଳ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ। ସବୁଠାରୁ […]

କାଲି ଆଇପିଏଲ ପାଇଁ ଖେଳାଳି ନିଲାମ, ଏହି ସବୁ ଖେଳାଳିଙ୍କ ଉପରେ ନଜର

IPL

Advertisment

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଏହି ମିନି ଅକ୍ସନ ଚେନ୍ନାଇର ଗୋଟିଏ ହୋଟେଲରେ ଦିନ ୩ଟାରୁ ଆରମ୍ଭ ହେବ। ବାଓବବଲ୍ସ ମଧ୍ୟରେ ଫ୍ରାଞ୍ଚାଇଜ୍‌ମାଲିକମାନେ ଏକାଠି ହୋଇ ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜ ଟିମ୍‌ ପାଇଁ ଖେଳାଳି କିଣିବେ।

Advertisment

ନିଲାମର ଚୂଡ଼ାନ୍ତ ତାଲିକାରେ ଦୁଇ ଓଡ଼ିଆଙ୍କ ସମେତ ମୋଟ ୨୯୨ ଜଣ ଖେଳାଳି ସାମିଲ ହେବେ। ଏମାନଙ୍କ ମଧ୍ୟରୁ ୮ଟି ଯାକ ଦଳ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆସନ୍ତାବର୍ଷ ଠାରୁ ଆଇପିଏଲରେ ସମ୍ଭବତଃ ୧୦ଟି ଟିମ୍‌ ସାମିଲ ହେବେ। ତେଣୁ ଫ୍ରାଞ୍ଚାଇଜ୍‌ମାନେ କିଛି ହାତ ଗଣତି ଖେଳାଳିଙ୍କୁ ରଖି ଆଉ ସମସ୍ତଙ୍କୁ ରିଲିଜ କରିବେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଖେଳାଳି ଚୟନ ବେଶ ରୋମାଞ୍ଚକର ରହିବ ବୋଲି ଅନୁମାନ କରାଯାଉଛି।

Advertisment

ଆସନ୍ତାକାଲିର ନିଲାମ ପ୍ରକ୍ରିୟାରେ ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ, ଡାଭିଡ ମଲନା, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ହରଭଜନ ସିଂହ ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କ ଉପରେ ନଜର ରହିବ। କାରଣ ଆଇପିଏଲର ୧୩ତମ ସଂସ୍କରଣ ପରେ ସଂପୃକ୍ତ ପ୍ରାଞ୍ଚାଇଜ୍‌ମାନେ ଏମାନଙ୍କୁ(ଅର୍ଜୁନଙ୍କୁ ଛାଡ଼ି) ନିଜ ନିଜ ଦଳରୁ ରିଲିଜ୍‌ କରିଛନ୍ତି। ଏବେ ଏମାନଙ୍କୁ କେଉଁ ସବୁ ଦଳ କିଣୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ୫୩.୨୦ କୋଟି ଟଙ୍କା ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖରେ ୩୫.୯୦ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୧୦.୭୫ କୋଟି ଓ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି ଟଙ୍କା ରହିଛି। ଏହି ଅର୍ଥରେ ସେମାନେ ନିଲାମ ପ୍ରକ୍ରିୟା ବେଳେ ଖେଳାଳି କିଣିପାରିବେ।

ସେହିପରି ଚେନ୍ନାଇ ସୁପର କିଙ୍ଗସ ପାଖରେ ୨୨.୯ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୩୫ କୋଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସବୁଠାରୁ କମ ମାତ୍ର ୧୩.୪ କୋଟି ଟଙ୍କା ରହିଛି।

ଆଇପିଏଲରେ ନିଲାମ ହେବା ପାଇଁ ମୋଟ ୧୧୧୪ ଜଣ ଖେଳାଳି ନିଜକୁ ପଞ୍ଜିକରଣ କରିଥିଲେ। ତେବେ ମୋଟ ୨୯୨ ଜଣ ଖେଳାଳି ନିଲାମ ପାଇଁ ପ୍ରସ୍ତୁତ ଚୂଡ଼ାନ୍ତ ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୬୪ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ଅଛନ୍ତି।

୧୦ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ସର୍ବାଧିକ ୨ କୋଟି ରହିଛି। ଏହି ୧୦ ଖେଳାଳିଙ୍କ ମଧ୍ୟରେ ହରଭଜନ ସିଂହ ଓ କେଦାର ଯାଦବ ରହିଛନ୍ତି। ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଆଇପିଏଲ ନିଲାମରେ ସାମିଲ ହେବେ। ତାଙ୍କ ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe