Advertisment

ଆଇପିଏଲ୍-୧୪: ୧୬ ବର୍ଷରୁ କମ୍ ଫ୍ୟାନଙ୍କୁ ଷ୍ଟାଡିୟମ ଆସିବା ମନା

ନୂଆଦିଲ୍ଲୀ: ୟୁଏଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲିଗ୍ ସ୍ଥଗିତ ହେବା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଭାରତ ବଦଳରେ ୟୁଏଇରେ ବାକି ମ୍ୟାଚ୍ ଆୟୋଜିତ ହେଉଛି। ତେବେ ବଡ଼ କଥା ହେଉଛି ଲମ୍ବା ସମୟ ପରେ ଆଇପିଏଲରେ ପୁଣି ଫ୍ୟାନଙ୍କୁ ଦେଖିବାକୁ ମିଳିବ। ହେଲେ ଏଥିପାଇଁ ସବୁ ଆୟୋଜକ ଷ୍ଟାଡିୟମ […]

ଆଇପିଏଲ୍-୧୪: ୧୬ ବର୍ଷରୁ କମ୍ ଫ୍ୟାନଙ୍କୁ ଷ୍ଟାଡିୟମ ଆସିବା ମନା

ipl-2021

Advertisment

ନୂଆଦିଲ୍ଲୀ: ୟୁଏଇରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଲିଗ୍ ସ୍ଥଗିତ ହେବା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଭାରତ ବଦଳରେ ୟୁଏଇରେ ବାକି ମ୍ୟାଚ୍ ଆୟୋଜିତ ହେଉଛି। ତେବେ ବଡ଼ କଥା ହେଉଛି ଲମ୍ବା ସମୟ ପରେ ଆଇପିଏଲରେ ପୁଣି ଫ୍ୟାନଙ୍କୁ ଦେଖିବାକୁ ମିଳିବ। ହେଲେ ଏଥିପାଇଁ ସବୁ ଆୟୋଜକ ଷ୍ଟାଡିୟମ ଅଲଗା ଅଲଗା ନିୟମ ପ୍ରସ୍ତୁତ କରିଛନ୍ତି।

Advertisment

ଦ୍ୱିତୀୟ ପର୍ଯ୍ୟାୟର କିଛି ମ୍ୟାଚ୍ ଶାରଜାରେ ଖେଳାଯିବ। ତେବେ ଏହି ଷ୍ଟାଡିୟମରେ ୧୬ ବର୍ଷରୁ କମ୍ ଫ୍ୟାନଙ୍କୁ ଏଣ୍ଟ୍ରୀ ମିଳିବ ନାହିଁ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଷ୍ଟାଡିୟମକୁ ପ୍ରବେଶ କରିବା ସମୟରେ ଫ୍ୟାନଙ୍କର ତାପମାତ୍ରା ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ଦୁବାଇର ଷ୍ଟାଡିୟମରେ ପ୍ରବେଶ କରିବା ପୂର୍ବରୁ ଫ୍ୟାନଙ୍କୁ ଟିକାକରଣ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ସମସ୍ତ ଷ୍ଟାଡିୟମରେ ଫ୍ୟାନଙ୍କ ଏଣ୍ଟ୍ରୀ ପାଇଁ ଅଲଗା-ଅଲଗା ନିୟମ କରାଯାଇଛି।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଗୁଡ଼ିକ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଏସବୁ ଭେନ୍ୟୁରେ ଫ୍ୟାନଙ୍କୁ ସର୍ତ୍ତ ମୁତାବକ ଯିବା ପାଇଁ ଅନୁମତି ଦିଆଯାଇଛି। ଦୁବାଇକୁ ଆସିବାକୁ ଥିବା ଫ୍ୟାନଙ୍କୁ ଆରଟିପିସିଆର୍ ରିପୋର୍ଟ ଦେଖାଇବା ଜରୁରୀ ନୁହେଁ। ହେଲେ ୧୨ ବର୍ଷରୁ ଅଧିକ ବୟସ୍କର ସମସ୍ତ ଲୋକଙ୍କୁ ଡବଲ୍ ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ତେବେ ଦୁବାଇରେ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକାକରଣର ପ୍ରମାଣପତ୍ର ଦେଖାଇବାର ଆବଶ୍ୟକ ନାହିଁ। ଷ୍ଟାଡିୟମରେ ଫ୍ୟାନଙ୍କୁ ମ୍ୟାଚ୍ ତମାମ ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ସାମାଜିକ ଦୂରତା ମଧ୍ୟ ପାଳନ କରିବାକୁ ପଡ଼ିବ।

Advertisment

ଅନ୍ୟପକ୍ଷରେ ଶାରଜାରେ ନିୟମ ସମ୍ପୂର୍ଣ୍ଣ ଅଲଗା। ଶାରଜାରେ ୧୬ ବର୍ଷରୁ କମ୍ ଫ୍ୟାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଟିକାକରଣ ରିପୋର୍ଟ ସହ ଦର୍ଶକଙ୍କୁ ୪୮ ଘଣ୍ଟା ପୂର୍ବର ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏହାଛଡ଼ା ୟୁଏଇର ଏଲ୍ ହୋସ୍ନ ଆପରେ ଗ୍ରୀନ୍ ଷ୍ଟାଟସ୍ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଆବୁଧାବିର ଶେଖ ଜାୟେଦ ଷ୍ଟାଠିୟମରେ ମଧ୍ୟ ୧୬ ବର୍ଷରୁ ଅଧିକ ବୟସ୍କଙ୍କ ଫ୍ୟାନଙ୍କୁ ଆରଟିପିସିଆର୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe