Advertisment

ଆଇପିଏଲ୍‌ ବ୍ୟାନ୍‌ କଲା ତାଲିବାନ

କାବୁଲ: ଆରମ୍ଭ ହୋଇଯାଇଛି ଆଇପିଏଲ୍‌-୨୦୨୧ ଦ୍ୱିତୀୟ ଫେଜ୍‌ ମ୍ୟାଚ୍‌। ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି। ସେପଟେ ଟି-୨୦ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିଛି। ସାରା ବିଶ୍ୱର ଦର୍ଶକ ଏହି ମ୍ୟାଚ୍‌ର ମଜା ଉଠାଉଛନ୍ତି। ଆଫଗାନିସ୍ତାନବାସୀ କିନ୍ତୁ ଏଥିରୁ ବାଦ୍‌ ପଡିଛନ୍ତି। ଆଫଗାନବାସୀ ଆଇପିଏଲ୍‌ ମଜା ନେଇପାରିବେ ନାହିଁ କି ନିଜ ନିଜ ସୁପରଷ୍ଟାର୍‌ଙ୍କୁ ଖେଳୁଥିବା ଦେଖିପାରିବେ ନାହିଁ। ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ବ୍ୟାନ୍‌ କରିଛି ତାଲିବାନ। ଆଫଗାନିସ୍ତାନକୁ ତାଲିବାନ ଦଖଲ […]

author-image
Madhupriya Mistry
ଆଇପିଏଲ୍‌ ବ୍ୟାନ୍‌ କଲା ତାଲିବାନ

IPL ban in taliban

କାବୁଲ: ଆରମ୍ଭ ହୋଇଯାଇଛି ଆଇପିଏଲ୍‌-୨୦୨୧ ଦ୍ୱିତୀୟ ଫେଜ୍‌ ମ୍ୟାଚ୍‌। ଚଳିତ ଥର ୟୁଏଇରେ ଏହି ମ୍ୟାଚ୍‌ ଖେଳାଯାଇଛି। ସେପଟେ ଟି-୨୦ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବି ଉତ୍ସାହ ବଢ଼ିଛି। ସାରା ବିଶ୍ୱର ଦର୍ଶକ ଏହି ମ୍ୟାଚ୍‌ର ମଜା ଉଠାଉଛନ୍ତି। ଆଫଗାନିସ୍ତାନବାସୀ କିନ୍ତୁ ଏଥିରୁ ବାଦ୍‌ ପଡିଛନ୍ତି। ଆଫଗାନବାସୀ ଆଇପିଏଲ୍‌ ମଜା ନେଇପାରିବେ ନାହିଁ କି ନିଜ ନିଜ ସୁପରଷ୍ଟାର୍‌ଙ୍କୁ ଖେଳୁଥିବା ଦେଖିପାରିବେ ନାହିଁ। ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ବ୍ୟାନ୍‌ କରିଛି ତାଲିବାନ।

Advertisment

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ତାଲିବାନୀ ଶାସନ ଚାଲିଛି। ସେ ଯାହା କହୁଛି ତାହା ହିଁ ହେଉଛି। ଆଫଗାନିସ୍ତାନରେ ଆଇପିଏଲ୍‌ ମ୍ୟାଚ୍‌ ପ୍ରସାରଣ ହେବ ନାହିଁ ବୋଲି ଏବେ ତାଲିବାନ ନିଷ୍ପତ୍ତି ନେଇଛି। ସମ୍ଭାବ୍ୟ ‘ଇସ୍‌ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ୨୦୨୧’ ଟେଲିକାଷ୍ଟ ଉପରେ ରୋକ ଲଗାଯାଇଛି।

ମ୍ୟାଚ୍‌ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍‌ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍‌ ମ୍ୟାଚ୍‌ ପ୍ରସାରଣ ହେବ ନାହିଁ। ଆଫଗାନିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଚଳିତ ଆଇପିଏଲ୍‌ରେ ଆଫଗାନିସ୍ତାନର ରାଶିଦ ଖାନ୍‌ ଏବଂ ମହୋମ୍ମଦ ନବି ଭଳି ଖେଳାଳିମାନେ ମଧ୍ୟ ଭାଗ ନେଇଛନ୍ତି। ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବା ବେଳେ ଏହି ଦୁଇ ଖେଳାଳି ଦେଶ ବାହାରେ ଥିଲେ। ବର୍ତ୍ତମାନ ଏହି ଦୁଇ ଖେଳାଳି ୟୁଏଇରେ ଅଛନ୍ତି। ସେପଟେ ପୁରୁଷମାନେ କ୍ରିକେଟ ଖେଳିବା ନେଇ କୌଣସି ଆପତ୍ତି ନଥିବା ପୂର୍ବରୁ ତାଲିବାନ ସ୍ପଷ୍ଟ କରିଛି।

କ୍ରୀଡ଼ା ସମେତ ଅଧିକାଂଶ ମନୋରଞ୍ଜନ ଉପରେ ତାଲିବାନ ନିଷେଧାଜ୍ଞା ଜାରି କରିଛି। ଏହା ବ୍ୟତୀତ, ମହିଳାମାନଙ୍କ ପାଇଁ କ୍ରୀଡ଼ା କ୍ଷେତ୍ର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

https://twitter.com/IbrahimReporter/status/1439629807134904326?s=20

IPL 2021