Advertisment

ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍‌ ହେବ ନା ନାହିଁ? ସୂଚନା ଦେଲେ କ୍ୟାବିନେଟ୍ ମନ୍ତ୍ରୀ

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ମାମଲା ଲଗାତର ବୃଦ୍ଧି ଭିତରେ ଶୁକ୍ରବାରଠାରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ଆରମ୍ଭ ହେବ। ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହିଁ କରୋନା ଅଧିକ ପ୍ରଭାବ ପକାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଏଭଳି ସ୍ଥିତିରେ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ କି ନାହିଁ, ତାକୁ ଦ୍ୱନ୍ଦ୍ୱ ଦେଖା ଦେଇଥିବା ବେଳେ ଏବେ ମହାରାଷ୍ଟ୍ରର କ୍ୟାବିନେଟ୍ […]

author-image
Ranjit Kumar Jena
ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍‌ ହେବ ନା ନାହିଁ? ସୂଚନା ଦେଲେ କ୍ୟାବିନେଟ୍ ମନ୍ତ୍ରୀ

Wankhede Stadium

ମୁମ୍ବାଇ: ଦେଶରେ କରୋନା ଭାଇରସ୍ ମାମଲା ଲଗାତର ବୃଦ୍ଧି ଭିତରେ ଶୁକ୍ରବାରଠାରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ଆରମ୍ଭ ହେବ। ଦେଶରେ ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହିଁ କରୋନା ଅଧିକ ପ୍ରଭାବ ପକାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ଖେଳାଯିବ। ଏଭଳି ସ୍ଥିତିରେ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ କି ନାହିଁ, ତାକୁ ଦ୍ୱନ୍ଦ୍ୱ ଦେଖା ଦେଇଥିବା ବେଳେ ଏବେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ନୱାବ ମଲିକ୍ ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି।

Advertisment

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଇପିଏଲ୍ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ ଏବଂ ଏଥିରେ କୌଣସି ପ୍ରତିବନ୍ଧକ ହେବ ନାହିଁ ବୋଲି ମଲିକ୍ ସ୍ପଷ୍ଟ କରିଛନ୍ତି। ମଲିକ୍ କହିଛନ୍ତି, କଟକଣା ସହ ମ୍ୟାଚ୍ କରାଇବା ପାଇଁ ଅନୁମତି ଦିଆଯାଇଛି। ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ। ଆଇପିଏଲରେ ଭାଗ ନେଉଥିବା ଖେଳାଳି ଓ ଅନ୍ୟ ସଦସ୍ୟମାନଙ୍କୁ ସମାନ ସ୍ଥାନରେ ଆଇସୋଲେସନରେ ରହିବାକୁ ପଡ଼ିବ।

ନୱାବ ଆହୁରି କହିଛନ୍ତି, ଟିକାକରଣ ପାଇଁ ଅନେକ ଲୋକେ ଦାବି କରିଛନ୍ତି। ବିସିସିଆଇ ମଧ୍ୟ ଖେଳାଳିଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଛି। କିନ୍ତୁ କେନ୍ଦ୍ର ସରକାର ଟିକାକରଣ ପାଇଁ ବୟସ ସୀମା ନିର୍ଦ୍ଧାରଣ କରିଛନ୍ତି। ଆମେ ଚାହୁଁଛୁ କେନ୍ଦ୍ର ସରକାର ଟିକାକରଣ ପାଇଁ ବୟସ ସୀମାକୁ କମ୍ କରନ୍ତୁ। ତେଣୁ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ନମିଳିଛି, ସେ ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ନୱାନ କହିଛନ୍ତି।

Advertisment

ଏହା ପୂର୍ବରୁ ରବିବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍ ମ୍ୟାଚ୍ ନିର୍ଦ୍ଧାରିତ ସମୟ ଅନୁସାରେ ହେବ। ମୁମ୍ବାଇରେ ଆଇପିଏଲର ୧୦ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୫୭,୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଆଗକୁ ସ୍ଥିତି ଆହୁରି ମାରାତ୍ମକ ହୋଇପାରେ।