କାଲିଠାରୁ ପୁଣି ଆଇପିଏଲ, ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ-ଚେନ୍ନାଇ ଟକ୍କର

ଦୁବାଇ: ମହାମାରୀ କରୋନା କାରଣରୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ୧୫ତମ ସଂସ୍କରଣର ବଳକା ମ୍ୟାଚ୍‌ କାଲିଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇଛି। ଆଇପିଏଲ୍‌ରେ ୩ଥର ଚାମ୍ପିୟନ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆସନ୍ତାକାଲି ଦୁଇ ପ୍ରମୁଖ ଖେଳାଳିଙ୍କ ବିନା […]

Dhoni

Dhoni

Hemant Lenka
  • Published: Saturday, 18 September 2021
  • Updated: 18 September 2021, 04:08 PM IST

Sports

Latest News

ଦୁବାଇ: ମହାମାରୀ କରୋନା କାରଣରୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ୧୫ତମ ସଂସ୍କରଣର ବଳକା ମ୍ୟାଚ୍‌ କାଲିଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇଛି।

ଆଇପିଏଲ୍‌ରେ ୩ଥର ଚାମ୍ପିୟନ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଆସନ୍ତାକାଲି ଦୁଇ ପ୍ରମୁଖ ଖେଳାଳିଙ୍କ ବିନା ମୈଦାନକୁ ଓହ୍ଲାଇବ। ସାମ କୁରାନ ଓ ଫାଫ ଡୁପ୍ଲେସିସି ଡେରିରେ ଦୁବାଇ ଆସିଥିବାରୁ ପ୍ରୋଟକଲ ଅନୁଯାୟୀ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ଉଭୟ କିଛି ମ୍ୟାଚ୍‌ ଖେଳିବେ ନାହିଁ।

ଅନ୍ୟପକ୍ଷରେ ଆଇପିଏଲରେ ୫ଥମ ଚାମ୍ପିୟନ ହୋଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ନିଜକୁ ଲଢ଼େଇ ପାଇଁ ପ୍ରସ୍ତୁତ କରିଛି। ଦଳ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, କାଏରନ ପୋଲାର୍ଡ ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ରହିଛନ୍ତି। ଆଇପିଏଲ ପରେ ୟୁଏଇରେ ହିଁ ଟି-୨୦ ବିଶ୍ୱକପ ଖେଳାଯିବ। ତେଣୁ ସବୁ ଦେଶର ଖେଳାଳି ଆଇପିଏଲ ଜରିଆରେ ନିଜର ଦକ୍ଷତାକୁ ମାପିବେ।

ଆଇପିଏଲ ୨୦୨୧ର ସଂସ୍କରଣ ବନ୍ଦ ହେବା ବେଳକୁ ୨୯ଟି ମ୍ୟାଚ ଖେଳା ଯାଇଥିଲା। ପଏଣ୍ଟ ଟେବୁଲ କଥା ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ୧ନଂରେ ଥିବା ବେଳେ ଧୋନିଙ୍କ ଚେନ୍ନାଇ ୧୦ ପଏଣ୍ଟ ସହ ଦ୍ୱିତୀୟ, ବିରାଟ କୋହଲିଙ୍କ ଆରସିବି ସମାନ ୧୦ ପଏଣ୍ଟ ସହ ତୃତୀୟ ଓ ରୋହିତଙ୍କ ମୁମ୍ବାଇ ୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

ଆଇପିଏଲ ଇତିହାସର ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ହେଲେ ମୁମ୍ବାଇ ଓ ଚେନ୍ନାଇ। ଏହି ଦୁଇ ଦଳର ଫ୍ୟାନମାନଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ଦୁଇ ଦଳ ପରସ୍ପରକୁ ଆଇପିଏଲରେ ୩୨ ଥର ଭେଟିଛନ୍ତି। ଏଥିରୁ ମୁମ୍ବାଇ ୧୯ ଥର ଜିତିଥିବା ବେଳେ ଚେନ୍ନାଇ ୧୩ଥର ବାଜିମାତ କରିଛି।

ଫାଇନାଲରେ ଉଭୟ ଦଳ ୪ଥର ମୁହାମୁହିଁ ହୋଇଥିବେ ବେଳେ ମୁମ୍ବାଇ ୩ଥର ଚାମ୍ପିୟନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଶେଷ ୬ଟି ମୁକାବିଲାରୁ ମୁମ୍ବାଇ ୫ଥର ବିଜୟୀ ହୋଇଛି। କରୋନା ପାଇଁ ଚଳିତ ବର୍ଷ ଅଧାରୁ ବନ୍ଦ ହୋଇଥିବା ଆଇପିଏଲର ଶେଷ ମ୍ୟାଚ୍‌ରେ ମୁମ୍ବାଇ ଚେନ୍ନାଇ ମୁହାଁମୁହିଁ ହୋଇଥିଲେ। ଏଥିରେ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଜିତିଥିଲା। ତେଣୁ ଆସନ୍ତାକାଲି ୟୁଏଇରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଛନ୍ତି।

ଚଳିତ ଆଇପିଏଲ ସିଜନର ବାକି ୩୧ ମ୍ୟାଚ୍ ଯଥାକ୍ରମେ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ। ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୨୭ ଦିନ ଧରି ଚାଲିବ। ସେପ୍ଟେମ୍ବର ୨୦ ତାରିଖରେ ଆବୁଧାବିରେ କୋଲକାତା ନାଇଟ୍ ରାଇଡର୍ସ ଓ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ।

ସେହିପରି ସେପ୍ଟେମ୍ବର ୨୧ ତାରିଖରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ। ସେପ୍ଟେମ୍ବର ୨୪ ତାରିଖରେ ଶାରଜାରେ ପ୍ରଥମ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଆରସିବି ଓ ଚେନ୍ନାଇ ପରସ୍ପରକୁ ଭେଟିବେ। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ।

୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story