ୟୁଏଇରେ ଖେଳାଯିବ ଆଇପିଏଲ: ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ଯାଏ ମ୍ୟାଚ୍‌!

ନୂଆଦିଲ୍ଲୀ: ମହମାରୀ କରୋନା ଯୋଗୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲ ୨୦୨୧ ସଂସ୍କରଣ ପୁଣି ଆରମ୍ଭ ହେବ। ବାକି ରହିଥିବା ୩୧ଟି ମ୍ୟାଚ୍‌ ୟୁଏଇରେ କରାଯିବ ବୋଲି ଆଜି ବିସିସିଆଇ କହିଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ୟୁଇଏଇ ରାଜି ହୋଇଥିବା ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସମ୍ଭବତଃ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ବାକି ଥିବା ୩୧ଟି ମ୍ୟାଚ୍ ଖେଳାଯିବାର ଯଥେଷ୍ଟ ସମ୍ଭବାନା ରହିଛି। ଏହାର ଅର୍ଥ ଅକ୍ଟୋବର ୧୦ରେ ଆଇପିଏଲର […]

IPL

IPL

Hemant Lenka
  • Published: Saturday, 29 May 2021
  • Updated: 29 May 2021, 04:17 PM IST

Sports

Latest News

ନୂଆଦିଲ୍ଲୀ: ମହମାରୀ କରୋନା ଯୋଗୁ ଅଧାରୁ ବନ୍ଦ ହୋଇଥିବା ଆଇପିଏଲ ୨୦୨୧ ସଂସ୍କରଣ ପୁଣି ଆରମ୍ଭ ହେବ। ବାକି ରହିଥିବା ୩୧ଟି ମ୍ୟାଚ୍‌ ୟୁଏଇରେ କରାଯିବ ବୋଲି ଆଜି ବିସିସିଆଇ କହିଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ୟୁଇଏଇ ରାଜି ହୋଇଥିବା ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। ସମ୍ଭବତଃ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ବାକି ଥିବା ୩୧ଟି ମ୍ୟାଚ୍ ଖେଳାଯିବାର ଯଥେଷ୍ଟ ସମ୍ଭବାନା ରହିଛି। ଏହାର ଅର୍ଥ ଅକ୍ଟୋବର ୧୦ରେ ଆଇପିଏଲର ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଆଇପିଏଲର ୨୦୧୯ ସଂସ୍କରଣ ମଧ୍ୟ କରୋନା ସଂକ୍ରମଣ ଯୋଗୁ ୟୁଏଇରେ ଖେଳାଯାଇଥିଲା। ଚଳିତ ଆଇପିଏଲକୁ ବାୟୋବବଲ୍ସ ମଧ୍ୟରେ ଭାରତରେ ଆୟୋଜନ କରାଯାଇଥିଲା। ତେବେ ଟୁର୍ଣ୍ଣାମେଣ୍ଟର ୨୯ଟି ମ୍ୟାଚ୍‌ ଶେଷ ହେବା ପରେ ହଠାତ୍‌ ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ବିସିସିଆଇ ତତ୍କାଳ ଭାବେ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

ଏବେ ଆଇପିଏଲର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ ବସିଥିଲା। ଏହି ବୈଠକରେ ଆଇପିଏଲର ବାକି ୩୧ଟି ମ୍ୟାଚ୍‌ ୟୁଏଇରେ ଆୟୋନ କରିବାକୁ ନିଷ୍ପତ୍ତି ହୋଇଛି। ୟୁଏଇ ମଧ୍ୟ ଏଥିପାଇଁ ରାଜି ଅଛି। ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ ହେଲେ ଏକାଧିକ ପ୍ରମୁଖ ବିଦେଶୀ ଖେଳାଳି ଏଥିରେ ଯୋଗ ଦେଇ ନପାରନ୍ତି। ଏହି ସମସ୍ୟାର ସମାଧାନ କରିବାକୁ ବିସିସିଆଇ ବିଦେଶୀ କ୍ରିକେଟ ବୋର୍ଡ ସହ ଆଲୋଚନା କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପ ମଧ୍ୟ ଭାରତରେ ଆୟୋଜନ ହେବାର ଅଛି। ଭାରତକୁ ହୋଷ୍ଟ ଦାୟିତ୍ୱ ମିଳିଛି। ହେଲେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ବିସିସିଆଇ ୟୁଏଇରେ ବିଶ୍ୱକପ ଟି-୨୦ ମଧ୍ୟ ଆୟୋଜନ କରିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ମଧ୍ୟ ହୋଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos