Advertisment

ଜାରି ହେଲା ଆଇପିଏଲ୍ ନିଲାମ ପାଇଁ ଖେଳାଳିଙ୍କ ତାଲିକା, କାହାର ବେସ୍ ପ୍ରାଇସ୍ କେତେ?

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ଖେଳାଳିଙ୍କ ନିଲାମର ତାଲିକା ଜାରି ହୋଇଛି। ଆଇପିଏଲ୍-୨୦୨୨ରେ ମୋଟ ୫୯୦ ଖେଳାଳିଙ୍କ ଉପରେ ନିଲାମ ଡକାଯିବ। ଆଇପିଏଲର ୧୫ଶ ସଂସ୍କରଣକୁ ଭବ୍ୟ କରିବା ଉଦ୍ଦେଶ୍ୟରେ ବିସିସିଆଇ ମେଗା ଅକ୍ସନ୍ ଆୟୋଜନ କରିବ। ଏଥର ଆଇପିଏଲ୍ ନିଲାମ ଦୁଇଦିନ ଚାଲିବ। ଫେବୃଆରୀ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ଖେଳାଳିଙ୍କ ନିଲାମ ହେବ। ଆଇପିଏଲ୍ ପାଇଁ ମୋଟ ୧୨୧୭ ଖେଳାଳିଙ୍କ ନାଁ ରେଜିଷ୍ଟର୍ କରାଯାଇଥିଲା। ସେଥିମଧ୍ୟରୁ ୫୯୦ ଶର୍ଟ ଲିଷ୍ଟ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଜାରି ହେଲା ଆଇପିଏଲ୍ ନିଲାମ ପାଇଁ ଖେଳାଳିଙ୍କ ତାଲିକା, କାହାର ବେସ୍ ପ୍ରାଇସ୍ କେତେ?

ipl-22

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ପାଇଁ ଖେଳାଳିଙ୍କ ନିଲାମର ତାଲିକା ଜାରି ହୋଇଛି। ଆଇପିଏଲ୍-୨୦୨୨ରେ ମୋଟ ୫୯୦ ଖେଳାଳିଙ୍କ ଉପରେ ନିଲାମ ଡକାଯିବ। ଆଇପିଏଲର ୧୫ଶ ସଂସ୍କରଣକୁ ଭବ୍ୟ କରିବା ଉଦ୍ଦେଶ୍ୟରେ ବିସିସିଆଇ ମେଗା ଅକ୍ସନ୍ ଆୟୋଜନ କରିବ। ଏଥର ଆଇପିଏଲ୍ ନିଲାମ ଦୁଇଦିନ ଚାଲିବ। ଫେବୃଆରୀ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ଖେଳାଳିଙ୍କ ନିଲାମ ହେବ।

Advertisment

ଆଇପିଏଲ୍ ପାଇଁ ମୋଟ ୧୨୧୭ ଖେଳାଳିଙ୍କ ନାଁ ରେଜିଷ୍ଟର୍ କରାଯାଇଥିଲା। ସେଥିମଧ୍ୟରୁ ୫୯୦ ଶର୍ଟ ଲିଷ୍ଟ ବା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ନିଲାମରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ କ୍ରିକେଟର ସାମିଲ୍ ହେବେ। ସେଥିମଧ୍ୟରୁ ୨୨୮ ଜଣ କ୍ୟାପଡ୍ ଖେଳାଳି ଏବଂ ୩୫୫ ଜଣ ଅନକ୍ୟାପଡ୍ ଖେଳାଳି ରହିଛନ୍ତି। ସାତଜଣ ଖେଳାଳି ଆସୋସିଏଟ୍ ଦେଶର ରହିଛନ୍ତି।

https://twitter.com/IPL/status/1488438121260019715?s=20&t=GFh8jlmEUtqsXQ_HZP6fmg

Advertisment

ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି। ମୋଟ ୪୮ ଜଣ ଖେଳାଳି ଏହି ବ୍ରାକେଟରେ ନିଜକୁ ସାମିଲ୍ କରିଛନ୍ତି। ଅନ୍ୟପକ୍ଷରେ ୨୦ ଖେଳାଳି ଖେଳାଳି ୧.୫ କୋଟି ଟଙ୍କାର ବ୍ରାକେଟରେ ରହିଛନ୍ତି। ୩୪ ଜଣ ଖେଳାଳି ୧ କୋଟିର ରିଜର୍ଭ ପ୍ରାଇସରେ ଅଛନ୍ତି।

ବିସିସିଆଇ ଆଇପିଏଲ୍ ଅକ୍ସନ୍ ପାଇଁ ୧୦ ମାର୍କି ଖେଳାଳିଙ୍କ ନାଁ ଘୋଷଣା କରିଛି। ସେଥିମଧ୍ୟରେ ଶିଖର ଧୱନ୍, ମହମ୍ମଦ ଶାମି, ଫାଫ୍ ଡୁପ୍ଲେସିସ୍, ଡେଭିଡ୍ ୱାର୍ଣ୍ଣର୍, ପ୍ୟାଟ୍ କମିନ୍ସ, ଶ୍ରେୟସ ଆୟର, ଆର୍ ଅଶ୍ୱିନ୍, କ୍ୱିଣ୍ଟନ୍ ଡି’କକ୍, କାଗିସୋ ରବାଡା ଓ ଟ୍ରେଣ୍ଟ ବୋଲ୍ଡ ରହିଛନ୍ତି। ସେହିପରି ଭାରତର ୟୁଜବେନ୍ଦ୍ର ଚହଲ୍, ଦୀପକ ଚହର୍, ଦିନେଶ କାର୍ତ୍ତିକ, ଈଶାନ୍ କିଶନ, ଭୁବନେଶ୍ୱର କୁମାର, ଦେବଦତ୍ତ ପାଡିକଲ, କୃନାଲ୍ ପାଣ୍ଡ୍ୟା, ହର୍ଷଲ୍ ପଟେଲ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଶାର୍ଦ୍ଦୁଲ ଠାକୁର, ରବିନ୍ ଉଥାପ୍ପା ଓ ଉମେଶ ଯାଦବଙ୍କ ବେସ୍ ପ୍ରାଇସ୍ ୨କୋଟି ଟଙ୍କା ରହିଛି।

publive-image

ଈଶାନ୍ତ ଶର୍ମା ଓ ୱାଶିଂସନ୍ ସୁନ୍ଦରଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା ରହିଥିବା ବେଳେ ଅଜିଙ୍କ୍ୟ ରାହାଣେ ଓ କୁଲଦୀପ ଯାଦବଙ୍କ ବେସ୍ ପ୍ରାଇସ୍ ୧ କୋଟି ଏବଂ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି। ନିଲାମରେ ଭାରତୀୟ ଅଣ୍ଡର୍-୧୯ କ୍ରିକେଟ୍ ଟିମର କ୍ୟାପଟେନ୍ ୟଶ ଧୂଲ, ଭିକ୍କି ଓଟ୍ସୱାଲ୍ ଓ ରାଜବର୍ଦ୍ଧନ ହଙ୍ଗରଗେକର ନିଲାମ ପ୍ରକ୍ରିୟାରେ ଭାଗ ନେବେ।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସର୍ବାଧିକ ୪୭ ଜଣ ନିଲାମରେ ସାମିଲ୍ ହେବେ। ସେହିପରି ୱେଷ୍ଟଇଣ୍ଡିଜର ୩୪, ଦକ୍ଷିଣ ଆଫ୍ରିକାର ୩୩, ନ୍ୟୁଜିଲ୍ୟାଣ୍ଡର ୨୪, ଇଂଲଣ୍ଡର ୨୪, ଶ୍ରୀଲଙ୍କାର ୨୩, ଆଫଗାନିସ୍ତାନର ୧୭, ବାଂଲାଦେଶ ଓ ଆୟର୍ଲ୍ୟାଣ୍ଡର ୫ ଜଣ ଲେଖାଏ ଖେଳାଳି, ନାମିବିଆର ୩, ସ୍କଟଲ୍ୟାଣ୍ଡର ୨, ଜିମ୍ବାୱେ, ନେପାଳ ଓ ଆମେରିକାର ଜଣେ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ୍ ହେବେ।

publive-image

ଆଇପିଏଲ ନିଲାମ ପାଇଁ ପଞ୍ଜାବ କିଙ୍ଗସର ପର୍ସରେ ସର୍ବାଧିକ ୭୨ କୋଟି ଟଙ୍କା ରହିଛି। ଏହାବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ୬୮ କୋଟି, ରାଜସ୍ଥାନ ରୟାଲ୍ସ ପର୍ସରେ ୬୨ କୋଟି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପର୍ସରେ ୫୭ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮, ଚେନ୍ନାଇ ସୁପର୍ କିଙ୍ଗସ୍ ପର୍ସରେ ୪୮ କୋଟି, କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ୪୭.୫୦ କୋଟି, ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପର୍ସରେ ୫୯ କୋଟି ଏବଂ ଅହମ୍ମଦାବାଦ ପାଖରେ ୫୨ କୋଟି ଟଙ୍କା ମହଜୁଦ୍ ରହିଛି।

ଆଇପିଏଲର ଗୋଟିଏ ଟିମରେ ସର୍ବାଧିକ ୨୫ ଜଣ ଖେଳାଳି ରହିପାରିବେ, ଯେଉଁଥିରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ। ୧୦ ଟିମ୍ ମୋଟ ୩୩ ଜଣ ଖେଳାଳିଙ୍କୁ ରିଟେନ୍ ବା ଡ୍ରାଫ୍ଟ କରିଛନ୍ତି । ଅର୍ଥାତ୍ ନିଲାମରେ ସର୍ବାଧିକ ୨୧୭ ଜଣ ଖେଳାଳି ବିକ୍ରି ହୋଇପାରିବେ। କୋଲକାତା ୨ଟି ଓ ପଞ୍ଜାବ ଜଣେ ବିଦେଶୀ ଖେଳାଳିଙ୍କୁ ନିଲାମ ପୂର୍ବରୁ ଟିମରେ ରଖିଛି। ଅନ୍ୟ ସବୁ ଟିମ୍ ଜଣେ ଲେଖାଏ ଖେଳାଳି ରଖିଛନ୍ତି। ନିଲାମରେ ସର୍ବାଧିକ ୭୦ଜଣ ବିଦେଶୀ ଖେଳାଳି ଫ୍ରାଞ୍ଚାଇଜିମାନେ କିଣିପାରିବେ।

IPL 2022 Auction