Advertisment

ବଦଳିଲା ଆଇପିଏଲ୍ ଫର୍ମାଟ୍, ଖେଳାଯିବ ମୋଟ ୭୪ ମ୍ୟାଚ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲର ୧୫ଶ ସଂସ୍କରଣ ପାଇଁ ତାରିଖ ଘୋଷଣା କରିସାରିଛି ବିସିସିଆଇ। ଏଥର ଆଇପିଏଲ୍ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଅନୁଷ୍ଠିତ ହେବ। ତେବେ ଏଥରର ଆଇପିଏଲ୍ ସମ୍ପୂର୍ଣ୍ଣ ଅଲଗା ହେବ। ଏଥର ଆଇପିଏଲରେ ୧୦ଟି ଟିମ୍ ଭାଗ ନେବେ। ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ। କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା। […]

ଅଦ୍ୟତନ ହୋଇଛି
ବଦଳିଲା ଆଇପିଏଲ୍ ଫର୍ମାଟ୍, ଖେଳାଯିବ ମୋଟ ୭୪ ମ୍ୟାଚ୍

IPL-2022

Advertisment

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲର ୧୫ଶ ସଂସ୍କରଣ ପାଇଁ ତାରିଖ ଘୋଷଣା କରିସାରିଛି ବିସିସିଆଇ। ଏଥର ଆଇପିଏଲ୍ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଅନୁଷ୍ଠିତ ହେବ। ତେବେ ଏଥରର ଆଇପିଏଲ୍ ସମ୍ପୂର୍ଣ୍ଣ ଅଲଗା ହେବ। ଏଥର ଆଇପିଏଲରେ ୧୦ଟି ଟିମ୍ ଭାଗ ନେବେ। ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ। କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା। ହେଲେ ଏଥର ବିସିସିଆଇ ଲିଗକୁ ଭାରତରେ କରାଇବାକୁ ପୂରା ପ୍ରସ୍ତୁତି କରିଛି।

Advertisment

ଏଥର ଆଇପିଏଲରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସେଥିମଧ୍ୟରୁ ୭୦ଟି ଲିଗ୍ ପର୍ଯ୍ୟାୟ ସହ ୪ଟି ପ୍ଲେଅଫ୍ ମ୍ୟାଚ୍ ରହିଛି। ତେବେ ପ୍ରଥମଥର ଲାଗି ଆଇପିଏଲରେ ଟିମ ଗୁଡ଼ିକୁ ୨ଟି ଗ୍ରୁପରେ ଭାଗ କରାଯିବ। ସମସ୍ତ ୧୦ଟି ଯାକ ଟିମ୍ ୧୪ଟି ଲେଖାଏ ମ୍ୟାଚ୍ ଖେଳିବ। ସେଥିମଧ୍ୟରୁ ପ୍ରତି ଟିମ୍ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ୍ ଖେଳିବେ। ଏହା ପ୍ରତି ଗ୍ରୁପର ଟିମ୍ ୫ଟି ଟିମ୍ ସହ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ତେବେ ବାକି ୪ଟି ଟିମ୍ ସହ ଥରେ ଲେଖାଏ (୨ଟି ଘରେ ଏବଂ ୨ଟି ବାହାରେ) ଖେଳିବେ। ତେବେ ପ୍ଲେଅଫ୍ ଓ ଫାଇନାଲ୍ ଭେନ୍ୟୁ ବିସିସିଆଇ ପରେ ଘୋଷଣା କରିବ।

ଚଳିତ ସଂସ୍କରଣରେ ମୁମ୍ବାଇରେ ମୋଟ ୫୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୱାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ୧୫ ଏବଂ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବ। ସେହିପରି ପୁନେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରତି ଟିମ୍ ୱାଙ୍ଖଡେ ଓ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪ଟି ଲେଖାଏ ମ୍ୟାଚ୍ ଖେଳିବେ। ସେହିପରି ପ୍ରତି ଟିମ୍ ବ୍ରାବୋର୍ଣ୍ଣ ଓ ଏମସିଏରେ ୩ଟି ଲେଖାଏ ମ୍ୟାଚ୍ ଖେଳିବେ।

Advertisment

୨୦୧୧ ସଂସ୍କରଣ ଭଳି ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ୍ ରହିବେ। ଗ୍ରୁପ୍-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ରଖାଯାଇଛି। ସେହିପରି ଗ୍ରୁପ୍-ବି’ରେ ଚେନ୍ନାଇ ସୁପର୍ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍ ଓ ଗୁଜରାଟ ଟାଇଟ୍ସକୁ ସ୍ଥାନ ମିଳିଛି।

ପ୍ରତି ଟିମ୍ ନିଜ ଗ୍ରୁପର ବାକି ଟିମ୍ ସହ ୨ଟି ଲେଖାଏ ମ୍ୟାଚ୍ ଖେଳିବେ ଏବଂ ଅନ୍ୟ ଗ୍ରୁପର ସମାନ ରୋ (ଧାଡ଼ି)ରେ ଥିବା ଟିମ୍ ସହ ଦୁଇଥର ମ୍ୟାଚ୍ ଖେଳିବ। ତେବେ ଏହି ଟିମ୍ ଦ୍ୱିତୀୟ ଗ୍ରୁପର ବାକି ଟିମ୍ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବ।

ଉଦାହରଣ ସ୍ୱରୂପ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଗ୍ରୁପରେ କେକେଆର୍, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିପକ୍ଷରେ ଦୁଇଥର ଲେଖାଏ ମ୍ୟାଚ୍ ଖେଳିବ। ସେହିପରି ମୁମ୍ବାଇ ଗ୍ରୁପ୍-ବି’ରେ ଚେନ୍ନାଇ ସହ ଦୁଇଥର ଭେଟିବେ। ତେବେ ସନରାଇଜର୍ସ ହାଇଦ୍ରାବାଦ, ଆରସିବି, ପଞ୍ଜାବ କିଙ୍ଗସ୍ ଓ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଥରେ ଲେଖାଏ ମ୍ୟାଚ୍ ଖେଳିବ।

ନିକଟରେ ଆୟୋଜିତ ଆଇପିଏଲ୍ ନିଲାମରେ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ଏହା ପୂର୍ବରୁ ସବୁ ଫ୍ରାଞ୍ଚାଇଜି ମୋଟ ୩୩ ଖେଳାଳିଙ୍କୁ ରିଟେନ୍ କରିଥିଲେ। ଅର୍ଥାତ୍ ଏଥୀ ମୋଟ ୨୩୭ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଖେଳିବେ।

ଏଥର ଆଇପିଏଲ୍ ପାଇଁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିପାରେ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସ ମୁତାବକ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ। ଏବେ କୋଭିଡ୍-୧୯ ସ୍ଥିତିରେ ନିୟନ୍ତ୍ରଣରେ ଅଛି ଏବଂ ଆଗକୁ ଯଦି ସ୍ଥିତି ଆହୁରି ଭଲ ରୁହେ, ତାହେଲେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ।

IPL 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe