Advertisment

ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା କ୍ୟାପଟେନଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ବେଙ୍ଗାଲୁରୁ: ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା ଟିମର କ୍ୟାପଟେନ୍ ୟଶ ଧୂଲଙ୍କୁ ଆଇପିଏଲର ମେଗା ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ଧୂଲଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣି ନିଜ ଟିମରେ ସାମିଲ୍ କରିଛି। ଧୂଲ ମଧ୍ୟ ଦିଲ୍ଲୀର ବାସିନ୍ଦା। ମେଗା ଅକ୍ସନର ଦ୍ୱିତୀୟ ଦିବସର ଲଞ୍ଚ୍ ପରେ ଦିଲ୍ଲୀ ଫ୍ରାଞ୍ଚାଇଜି ଲଗାତର ଡାକ ଲଗାଇଥିଲା। ୟଶଙ୍କୁ ନେବା ପାଇଁ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ […]

author-image
Ranjit Kumar Jena
ବିଶ୍ୱକପ୍ ଜିତିବା ପରେ ଭାରତ କ୍ୟାପଟେନଙ୍କୁ ବଡ଼ ସମ୍ମାନ ଦେଲା ଆଇସିସି

yash-dhull

ବେଙ୍ଗାଲୁରୁ: ଅଣ୍ଡର୍-୧୯ ବିଶ୍ୱକପ୍ ବିଜେତା ଟିମର କ୍ୟାପଟେନ୍ ୟଶ ଧୂଲଙ୍କୁ ଆଇପିଏଲର ମେଗା ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ଧୂଲଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣି ନିଜ ଟିମରେ ସାମିଲ୍ କରିଛି। ଧୂଲ ମଧ୍ୟ ଦିଲ୍ଲୀର ବାସିନ୍ଦା।

Advertisment

ମେଗା ଅକ୍ସନର ଦ୍ୱିତୀୟ ଦିବସର ଲଞ୍ଚ୍ ପରେ ଦିଲ୍ଲୀ ଫ୍ରାଞ୍ଚାଇଜି ଲଗାତର ଡାକ ଲଗାଇଥିଲା। ୟଶଙ୍କୁ ନେବା ପାଇଁ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ଡାହାଣହାତୀ ବ୍ୟାଟରଙ୍କୁ ନିଜ ଟିମରେ ସାମିଲ୍ କରିଥିଲା। ସେହିପରି ଅଣ୍ଡର୍-୧୯ ବିଶ୍ୱକପ୍ ଫାଇନାଲର ହିରୋ ରାଜ ବାୱାଙ୍କୁ ପଞ୍ଜାବ କିଙ୍ଗସ୍ ୨ କୋଟି ଟଙ୍କାରେ କିଣିଛି।

ଅଲରାଉଣ୍ଡର ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୧.୫ କୋଟି ଟଙ୍କାରେ କିଣିଛି। ସେହିପରି ସ୍ପିନର ୟଶ ଦୟାଲଙ୍କୁ ଗୁଜରାଟ ଟାଇଟନ୍ସ ୩.୨ କୋଟି ଟଙ୍କାରେ କିଣିଥିବା ବେଳେ ସିମରନଜିତ ସିଂହଙ୍କୁ ଚେନ୍ନାଇ ୨୦ ଲକ୍ଷ ଟଙ୍କାରେ ନିଜ ଟିମରେ ସାମିଲ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଯୁବ ଅଲରାଉଣ୍ଡର୍ ତିଲକ ବର୍ମାଙ୍କୁ ୧.୭୦ କୋଟି ଟଙ୍କାରେ ନେଇଥିବା ବେଳେ ଲଲିତ ଯାଦବଙ୍କୁ ୬୫ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ।

Advertisment

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଓଡେନ୍ ସ୍ମିଥଙ୍କୁ ପଞ୍ଜାବ କିଙ୍ଗସ୍ ୬ କୋଟି ଟଙ୍କାରେ କିଣିଥିବା ବେଳେ ଦକ୍ଷିଣ ଆଫ୍ରିକା ପେସର୍ ମାର୍କୋ ଜାନସେନଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୪.୨ କୋଟି ଟଙ୍କା, ଭାରତୀୟ ଅଲରାଉଣ୍ଡର ଶିବମ ଦୁବେଙ୍କୁ ଚେନ୍ନାଇ ୪ କୋଟି, ଭାରତୀୟ ସ୍ପିନର୍ କେ. ଗୌତମ ୯୦ ଲକ୍ଷ ଟଙ୍କାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍, ଦକ୍ଷିଣ ଆଫ୍ରିକାର ବ୍ୟାଟର ଏଡେନ୍ ମାର୍କରମଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨.୬ କୋଟି ଏବଂ ଇଂଲଣ୍ଡ ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୧୧.୫୦ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଛି।

ଅନ୍ୟପକ୍ଷରେ ଭାରତର ପୂର୍ବତନ ବ୍ୟାଟର୍ ସୁରେଶ ରାଇନା, ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ଇଂଲଣ୍ଡ ସୀମିତ ଓଭର ଟିମର କ୍ୟାପଟେନ୍ ଇଅନ୍ ମୋର୍ଗାନ୍, ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି।

IPL 2022 Auction