Advertisment

ଦିଲ୍ଲୀ କ୍ୟାପିଟାଲ ଟିମକୁ ଫେରିବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଦ୍ୱିତୀୟବାର  ବିସିସିଆଇ ଅଧ୍ୟକ୍ଷ ପଦ ଆଶା ମଉଳିବା ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କୁ ମିଳିବ ଆଉ ଏକ ସୁଯୋଗ।  ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍(ଆଇପିଏଲ) ଦିଲ୍ଲୀ କ୍ୟାପିଟାଲ ମୁଖ୍ୟ କ୍ରିକେଟ୍ (ନିର୍ଦ୍ଦେଶକ) ଭାବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ସଭାପତି ଭାବେ କାର୍ଯ୍ୟ ଶେଷ କରିବା ପରେ ପ୍ରଫେସନାଲ କ୍ରିକେଟ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି।  ଗାଙ୍ଗୁଲି ଆଇପିଏଲ୍ ୨୦୧୯ ସିଜିନ୍‌ରେ […]

ଅଦ୍ୟତନ ହୋଇଛି
ନିଜ ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାଁନ୍ତି ଗାଙ୍ଗୁଲି

ganguli

Advertisment

ନୂଆଦିଲ୍ଲୀ: ଦ୍ୱିତୀୟବାର  ବିସିସିଆଇ ଅଧ୍ୟକ୍ଷ ପଦ ଆଶା ମଉଳିବା ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କୁ ମିଳିବ ଆଉ ଏକ ସୁଯୋଗ।  ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍(ଆଇପିଏଲ) ଦିଲ୍ଲୀ କ୍ୟାପିଟାଲ ମୁଖ୍ୟ କ୍ରିକେଟ୍ (ନିର୍ଦ୍ଦେଶକ) ଭାବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)ର ସଭାପତି ଭାବେ କାର୍ଯ୍ୟ ଶେଷ କରିବା ପରେ ପ୍ରଫେସନାଲ କ୍ରିକେଟ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି।  ଗାଙ୍ଗୁଲି ଆଇପିଏଲ୍ ୨୦୧୯ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । ସେ କୋଚ୍ ରିକି ପଣ୍ଟିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ୨୦୧୯ ଅକ୍ଟୋବର ରେ ସେ ବିସିସିଆଇ ସଭାପତି ଭାବରେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଲା। ସମ୍ବାଦ ସରବରାହ ସଂସ୍ଥା  ପିଟିଆଇ ଅନୁଯାୟୀ ସେ ମଧ୍ୟ  LT20 ଦଳ ଦୁବାଇ କ୍ୟାପିଟାଲ୍ ଏବଂ SA T230 ଲିଗ୍ ସାଇଡ୍ ପ୍ରିଟୋରିଆ କ୍ୟାପିଟାଲ୍ କ୍ରିକେଟ ଟିମକୁ ତଦାରଖ କରିବେ। ।

Advertisment

ଗତ  ଅକ୍ଟୋବର ୨୦୨୨ରେ ପୂର୍ବତନ ବିଶ୍ୱକପ ବିଜେତା ତଥା ଟିମ ଇଣ୍ଡିଆର ଅଲରାଉଣ୍ଡର ରୋଜର ବିନି ସର୍ବସମ୍ମତି କ୍ରମେ ସଭାପତି ଭାବେ ନିର୍ବାଚିତ ହେବା ପରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପରେ ସୌରଭ ଗାଙ୍ଗୁଲି ଆସନ୍ତା ସିଜିନ ପାଇଁ ଦିଲ୍ଲୀ କ୍ୟାପିଟାଲସକୁ ଫେରିଛନ୍ତି। ଉଲ୍ଲେଖ ଥାଉ କି ପୂର୍ବରୁ ସୌରଭ ଗାଙ୍ଗୁଲି ବିସିସିଆଇ ମୁଖ୍ୟ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସ ସହିତ ମଧ୍ୟ ଜଡିତ ଥିଲେ। ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଦାଦା ଦିଲ୍ଲୀ କ୍ୟାପିଟାଲସର ପରାମର୍ଶଦାତା ଥିଲେ।‌ ସୌରଭ ତାଙ୍କର ପ୍ରଶାସକ ଯାତ୍ରା ୨୦୧୫ରୁ ଆରମ୍ଭ କରିଥିଲେ। ସେହି ବର୍ଷ ସେ ପ୍ରଥମ କରି ସିଏବି(ବେଙ୍ଗଲ କ୍ରିକେଟ ସଂଘ)ର ସଭାପତି ପଦ ଅଳଙ୍କୃତ କରିଥିଲେ।

ପରେ ୨୦୧୯ ଅକ୍ଟୋବରରେ ସେ ବିସିସିଆଇର ନେତୃତ୍ବ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ କୋଭିଡ୍‌ ମହାମାରୀ ପ୍ରକୋପ ଯୋଗୁଁ ଭାରତୀୟ କ୍ରିକେଟ ଖରାପ ସମୟ ଦେଇ ଗତି କରିଥିଲା। ତଥାପି ନିଜର ବୁଦ୍ଧି ଖଟାଇ ଏହି ସମୟକୁ ସଫଳତାର ସହ ଅତିକ୍ରମ କରିବା ସାଙ୍ଗକୁ କ୍ରିକେଟ ପ୍ରଶଂସକଙ୍କ ପାଇଁ ଆନ୍ତର୍ଜାତିକ କ୍ରିକେଟ ଓ ଆଇପିଏଲ୍‌ ଫେରାଇ ଆଣିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe