ଆରମ୍ଭ ହୋଇଯାଇଛି ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର। ୧୭ତମ ସଂସ୍କରଣ ପାଇଁ ପୂରା ପ୍ରସ୍ତୁତ ବିସିସିଆଇ। ନିଲାମ ପ୍ରକ୍ରିୟା ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଏଥର ଆଇପିଏଲ ପାଇଁ ୩୩୩ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି, ଯେଉଁମାନେ ଆଇପିଏଲ ଅକ୍ସନ ବା ନିଲାମୀରେ ସାମିଲ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୧୬ ଜଣ କ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା) ପ୍ଲେୟର୍ ଥିବାବେଳେ ୨୧୫ ଅନକ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ପ୍ଲେୟର୍ ଅଛନ୍ତି।
ସେହିପରି ୨୩ ଜଣ ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଭାରତୀୟ କ୍ରିକେଟର ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ ଏବଂ ହର୍ଷଲ ପଟେଲ ଅଛନ୍ତି। ଇଂଲଣ୍ଡର ହେରୀ ବୁକ୍ ଏବଂ ବିଶ୍ୱକପ୍ ଫାଇନାଲରେ ଶତକୀୟ ପାଳୀ ଖେଳିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ମଧ୍ୟରେ ଅଛନ୍ତି।
ଏଥିସହ ଦେଢ କୋଟି ବେସ୍ ପ୍ରାଇସ ମଧ୍ୟରେ ଅଛନ୍ତି ୧୩ ଜଣ ଖେଳାଳି। ଟିମ୍ ଗଠନ ପାଇଁ ମୋଟ ୧୦ ଫ୍ରାଞ୍ଚାଇଜ୍ ନିକଟରେ ୭୭ ସ୍ଲଟ୍ ଥିବାବେଳେ ଏଥିରୁ ୩୦ ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ଦୁବାଇରେ ଡିସେମ୍ବର ୧୯ରେ ହେବ ନିଲାମୀ କାର୍ଯ୍ୟକ୍ରମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।