Advertisment

ଆଇପିଏଲ ୨୦୨୪ ନିଲାମୀ, ୩୩୩ ଖେଳାଳିଙ୍କ ତାଲିକା ପ୍ରକାଶ

ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି।

ଅଦ୍ୟତନ ହୋଇଛି
IPL Cup

IPL Cup

Advertisment

ଆରମ୍ଭ ହୋଇଯାଇଛି ଫଟାଫଟ୍ କ୍ରିକେଟ ଆଇପିଏଲ୍ ସମର। ୧୭ତମ ସଂସ୍କରଣ ପାଇଁ ପୂରା ପ୍ରସ୍ତୁତ ବିସିସିଆଇ। ନିଲାମ ପ୍ରକ୍ରିୟା ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଏଥର ଆଇପିଏଲ ପାଇଁ ୩୩୩ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି, ଯେଉଁମାନେ ଆଇପିଏଲ ଅକ୍ସନ ବା ନିଲାମୀରେ ସାମିଲ ହୋଇଛନ୍ତି।

Advertisment

ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୧୬ ଜଣ କ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା) ପ୍ଲେୟର୍ ଥିବାବେଳେ ୨୧୫ ଅନକ୍ୟାପ୍ଡ(ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ପ୍ଲେୟର୍ ଅଛନ୍ତି।

ସେହିପରି ୨୩ ଜଣ ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଭାରତୀୟ କ୍ରିକେଟର ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ ଏବଂ ହର୍ଷଲ ପଟେଲ ଅଛନ୍ତି। ଇଂଲଣ୍ଡର ହେରୀ ବୁକ୍ ଏବଂ ବିଶ୍ୱକପ୍ ଫାଇନାଲରେ ଶତକୀୟ ପାଳୀ ଖେଳିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ମଧ୍ୟରେ ଅଛନ୍ତି।

Advertisment

ଏଥିସହ ଦେଢ କୋଟି ବେସ୍ ପ୍ରାଇସ ମଧ୍ୟରେ ଅଛନ୍ତି ୧୩ ଜଣ ଖେଳାଳି। ଟିମ୍ ଗଠନ ପାଇଁ ମୋଟ ୧୦ ଫ୍ରାଞ୍ଚାଇଜ୍ ନିକଟରେ ୭୭ ସ୍ଲଟ୍ ଥିବାବେଳେ ଏଥିରୁ ୩୦ ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି। ଦୁବାଇରେ ଡିସେମ୍ବର ୧୯ରେ ହେବ ନିଲାମୀ କାର୍ଯ୍ୟକ୍ରମ। 

IPL 2024 Cricket Auction Player Full List IPL 2024 Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe