Advertisment

ଚିପକରେ ଚେନ୍ନାଇର ଦମଦାର ବିଜୟ, ୭୮ ରନରେ ପରାସ୍ତ ହାଇଦ୍ରାବାଦ

ଏହି ବିଜୟ ସହ ସିଧା ପଏଣ୍ଟ ଟେବୁଲର ଷଷ୍ଠରୁ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍।

CSK Players

CSK Players

Advertisment

ଲଗାତାର ଦୁଇଟି ପରାଜୟ ପରେ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ୍। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ସହ ଶକ୍ତିଶାଳୀ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ମାତ୍ ଦେଇଛି। ଏହି ବିଜୟ ସହ ସିଧା ପଏଣ୍ଟ ଟେବୁଲର ଷଷ୍ଠରୁ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍। 

Advertisment

ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯାଇଥିବା ୪୬ତମ ଲିଗ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ ସଂଗ୍ରହ କରିଥିଲା CSK। ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୯୮(୫୪) ରନ୍ କରିଥିବା ବେଳେ ଡାରିଲ ମିଚେଲ ୫୨(୩୨), ଅଜିଙ୍କ୍ୟ ରାହାଣେ ୯(୧୨) ଏବଂ ଶିବମ ଦୁବେ ଓ ମହେନ୍ଦ୍ର ସିଂହ ଧୋନି ଅପରାଜିତ ରହି ଯଥାକ୍ରମେ ୩୯(୨୦), ୫(୨) ରନ୍ ସଂଗ୍ରହ କରିଥିଲେ।

ପୂର୍ବରୁ ଲମ୍ବା ସ୍କୋର୍ କରିଥିବା ହାଇଦ୍ରାବାଦ ପାଇଁ ୨୧୩ ରନର ଟାର୍ଗେଟ ସହଜ ହୋଇପାରେ ବୋଲି ମନେହେଉଥିଲା। କିନ୍ତୁ ଚେନ୍ନାଇ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇ ଯାଇଥିଲେ ହାଇଦ୍ରାବାଦ ବ୍ୟାଟର। ଦଳୀୟ ସ୍କୋର୍ ୨୧ ହୋଇଥିବା ବେଳେ ଟ୍ରାଭିସ ହେଡ ଓ ଅନମୋଲପ୍ରୀତ ସିଂହଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ହାଇଦ୍ରାବାଦ। ଅନମୋଲପ୍ରୀତ ଖାତା ଖୋଲି ପାରିନଥିବା ବେଳେ ହେଡ୍ ୧୩(୭) ରନ୍ କରି ପାଭିଲିଅନ ଫେରିଥିଲେ।

Advertisment

ଏହାପରେ ଅଭିଷେକ ଶର୍ମା, ଆଡେନ ମାକ୍ରମ, ନୀତୀଶ ରେଡ୍ଡି, ହେନରିଚ କାଲସେନଙ୍କ ୱିକେଟ ହରାଇ ଦଳ ଦୁର୍ବଳ ହୋଇ ପଡିଥିଲା। ଗୋଟିଏ ଓଭର ବାକି ଥାଇ ମଧ୍ୟ ୧୩୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ହାଇଦ୍ରାବାଦ। ଫଳରେ ଏହି ମ୍ୟାଚକୁ ୭୮ ରନରେ ଜିତି ନେଇଛି ଚେନ୍ନାଇ ସୁପର କିଙ୍ଗସ।

ଚେନ୍ନାଇ ପକ୍ଷରୁ ତୁଶାର ଦେଶପାଣ୍ଡେ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମୁସ୍ତାଫିର ରେହମାନ ଓ ମଥୀଶା ପତିରାଣା ଦୁଇଟି ଲେଖାଏଁ ଏବଂ ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସର୍ବାଧିକ ରନ୍ କରିଥିବା ଅଧିନାୟକ ଋତୁରାଜ ଗାଏକ୍ୱାଡ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। 

CSK IPL 2024 SRH Chennai Super Kings
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe