Advertisment

IPL ୨୦୨୪: ବିଜୟ ସହ ଚେନ୍ନାଇର ଅଭିଯାନ ଆରମ୍ଭ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ସୁପର କିଙ୍ଗସ୍।

ଅଦ୍ୟତନ ହୋଇଛି
CSK Players

CSK Players

Advertisment

ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ। ଘରୋଇ ଗ୍ରାଉଣ୍ଡରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଦଳ। ଘାତକ ବୋଲିଂ ପାଇଁ ମୁସ୍ତାଫିଜୁର ରେହମାନ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 

Advertisment

୧୭ତମ ଆଇପିଏଲର ସଂସ୍କରଣରର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆରସିବି। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ୧୭୪ ରନକୁ ପିଛା କରି ଚେନ୍ନାଇ ୧୮.୪ ଓଭରରେ ୪ ୱିକେଟ ବିନିମୟରେ ଜିତି ନେଇଛି।    

ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ଡୁପ୍ଲେସିସ୍ ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ୪୧ ରନ୍ ସଂଗ୍ରହ କରିଥିଲା। ୪.୩ ଓଭର ଖେଳ ଚାଲିଥିବା ବେଳେ ଡୁପ୍ଲେସିସଙ୍କୁ ପାଭିଲିଅନ ପଠାଇଥିଲେ ମୁସ୍ତାଫିଜୁର। ସେ ୩୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଦଳ ବିପର୍ଯ୍ୟର ସାମ୍ନା କରିଥିଲା।

Advertisment

ଡୁପ୍ଲେସିସଙ୍କ ପରେ ୩ ନଂରେ ଆସିଥିବା ରଜତ ପଟିଦାର ଖାତା ଖୋଲି ପାରିନଥିଲେ। ତାଙ୍କୁ ମଧ୍ୟ ମୁସ୍ତାଫିଜୁର ଆଉଟ୍ କରାଇ ନେଇଥିଲେ। ଏହାପରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପାଭିଲିଅନ ପଠାଇଥିଲେ ଦୀପକ ଚହର। ସେ ମଧ୍ୟ ଖାତା ଖୋଲି ପାରିନଥିଲେ। ୪୨ ରନରେ ଦଳ ୩ ୱିକେଟ୍ ହରାଇଥିଲା। ସତର୍କତାର ସହ ଖେଳୁଥିବା କୋହଲି ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲେ। 

ସେ ୨୧(୨୦) ରନ୍ କରି ଆଉଟ୍ ହୋଇ ଯାଇଥିଲେ। କୋହଲିଙ୍କୁ ମଧ୍ୟ ମୁସ୍ତାଫିଜୁର ଆଉଟ୍ କରାଇଥିଲେ। ଦଳୀୟ ସ୍କୋର୍ ୭୭ ହୋଇଥିବା ବେଳେ ପାଭିଲିଅନ ଫେରିଥିଲେ କୋହଲି। ଏହାପରେ ଦୀନେଶ କାର୍ତ୍ତିକ ଓ ଅନୁଜ ରାୱତ ଲଢୁଆ ବ୍ୟାଟିଂ କରିଥିଲେ। ଉଭୟ ୱିକେଟ ରଖିବା ସହ ବଡ଼ବଡ଼ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। 

ରାୱତ ୨୫ ବଲରେ ୪୮ ରନ କରିଥିବା ବେଳେ କାର୍ତ୍ତିକ ୨୬ ବଲରେ ୩୮ ରନ୍ କରି ଅପରାଜିତ ରହିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୭୩ ରନ୍ ସଂଗ୍ରହ କରିଥିଲା।

୧୭୪ ରନର ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିନେଇଛି ଚେନ୍ନାଇ। ଦଳ ପକ୍ଷରୁ ଋତୁରାଜ ଗାଏକ୍ୱାଡ ଏବଂ ରଚିନ ରବିନ୍ଦ୍ର ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ୩୮ ରନ୍ କରିଥିଲା। ଚତୁର୍ଥ ଓଭରରେ ୟଶ ଦୟାଲ ଋତୁରାଜ (୧୫)ଙ୍କୁ ଆଉଟ୍ କରାଇ ନେଇଥିଲେ। ଏହାପରେ ରଚିନଙ୍କ ସାଥ୍ ଦେଇଥିଲେ ଅଜିଙ୍କ୍ୟ ରାହାଣେ। 

୬.୬ ଓଭର ବେଳକୁ ଦଳୀୟ ସ୍କୋର୍ ୭୧ ରନ୍ ହୋଇଥିବା ବେଳେ କରଣ ଶର୍ମାଙ୍କ ଶିକାର ହୋଇଥିଲେ ରଚିନ। ସେ ୩୭(୧୫) ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ ରାହେଣଙ୍କ ସାଥ୍ ଦେଇଥିଲେ ଡାରିଲ ମିଚେଲ୍। ଅଳ୍ପ କିଛି ସମୟ ପରେ ରାହାଣେ (୨୭) ଏବଂ ମିଚେଲ୍ (୨୨) କରି ଆଉଟ୍ ହୋଇ ଯାଇଥିଲେ।

୪ଟି ୱିକେଟ୍ ଯିବା ପରେ ଶିବମ ଦୁବେ ଏବଂ ରବୀନ୍ଦ୍ର ଜାଡେଜା ସତର୍କତାର ସହ ଖେଳି ବିଜୟ ଲକ୍ଷ୍ୟକୁ ପୂରା କରି ନେଇଥିଲେ। ଶିବମ ଦୁବେ ୩୪(୨୮) ଏବଂ ଜାଡେଡା ୨୫(୧୭) କରି ଅପରାଜିତ ରହିଥିଲେ। ଦଳ ପକ୍ଷରୁ ୪ ୱିକେଟ୍ ନେଇଥିବା ମୁସ୍ତାଫିଜୁରଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। 

IPL 2024 CSK Vs RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe