Advertisment

ଚେନ୍ନାଇ ବିପକ୍ଷରେ ପଞ୍ଜାବର ସହଜ ବିଜୟ

୧୬୩ ରନର ଟାର୍ଗେଟକୁ ମାତ୍ର ୧୭.୫ ଓଭରରେ ଜିତି ନେଇଛି ପଞ୍ଜାବ କିଙ୍ଗସ୍।

author-image
Debibandita Barick
CSK & PBKS Players

CSK & PBKS Players

ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସହଜ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ। ୧୬୩ ରନର ଟାର୍ଗେଟକୁ ମାତ୍ର ୧୭.୫ ଓଭରରେ ଜିତି ନେଇଛି ପଞ୍ଜାବ। କୋଲକାତା ବିପକ୍ଷରେ ଦମଦାର ବିଜୟ ପରେ ଚେନ୍ନାଇକୁ ହରାଇ କମ୍ ବ୍ୟାକ୍ କରିଛି କିଙ୍ଗସ୍ ବାହିନୀ।

Advertisment

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ। ପ୍ରାରମ୍ଭରୁ ପଞ୍ଜାବର ପ୍ରଭାବୀ ବୋଲିଂ ଟିମକୁ ୧୬୨ ରନରେ ରୋକିବାରେ ସଫଳ ହୋଇଥିଲା। ଦୁଇ ଓପନର ଅଜିଙ୍କ୍ୟ ରାହାଣେ ଓ ଋତୁରାଜ ଗାଏକ୍ୱାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ଉଭୟଙ୍କ ଯୋଡ଼ି ବେଶି ସମୟ ତିଷ୍ଟି ପାରିନଥିଲେ। ସେହିପରି ଶିବମ ଦୁବେ କୌଣସି ରନ୍ କରିନପାରିବା ଏବଂ ରବୀନ୍ଦ୍ର ଜାଡେଜା ୨ ରନରେ ଆଉଟ୍ ହୋଇଯିବା ଦଳୀୟ ସ୍କୋରକୁ ଧିମେଇ ଦେଇଥିଲା।

କେବଳ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୬୨(୪୮) ରନ୍ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେହି ବଡ଼ ସ୍କୋର୍ କରିପାରିନଥିଲେ। ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ୭ ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା।

Advertisment

ଏହି ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିନେଇଛି ପଞ୍ଜାବ କିଙ୍ଗସ। ପୁଣି ଥରେ ଜନ୍ନି ବେୟାରଷ୍ଟୋ ଓ ରାଇଲ ରସୋଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି। ଉଭୟ ଯଥାକ୍ରମେ ୪୬(୩୦) ଏବଂ ୪୩(୨୩) ରନ୍ ସଂଗ୍ରହ କରିଥିଲେ। ଉଭୟଙ୍କ ୱିକେଟ ଯାଇଥିଲେ ମଧ୍ୟ ରନ୍ ଚାପ ନଥିବାରୁ ସହଜରେ ବିଜୟ ହାସଲ କରିନେଇଥିଲା ପଞ୍ଜାବ। 

ରସୋ ଓ ବେୟାରଷ୍ଟୋ ଆଉଟ୍ ହେବା ପରେ ଶଶାଙ୍କ ସିଂହ ୨୫(୨୬) ଏବଂ ସାମ କୁରେନ ୨୬(୨୦) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଘାତକ ବୋଲିଂ ପାଇଁ ହରପ୍ରୀତ ବ୍ରାର ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।   

IPL 2024 Punjab Kings Chennai Super Kings CSK Vs PBKS