Advertisment

ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇ ପ୍ଲେ-ଅଫରେ RCB

ଏକ ସମୟରେ ପଏଣ୍ଟ ଟେବୁଲର ଶେଷରେ ଥିବା ରୟାଲ୍ସ ଟିମ୍ ଅବିଶ୍ୱସନୀୟ ବିଜୟ ହାସଲ କରିଛି।

author-image
Debibandita Barick
RCB Players

RCB Players

ପ୍ଲେ-ଅଫ୍ ମୁକାବିଲାରେ ରୟାଲ୍ ବିଜୟ ହାସଲ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇ ଚତୁର୍ଥ ଟିମ୍ ଭାବେ ପ୍ଲେ-ଅଫରେ ସ୍ଥାନ ପାଇଛି। ଫଳରେ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗସର ଯାତ୍ରା ଶେଷ ହୋଇଛି। 

Advertisment

ଗତକାଲି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ବର୍ଷା ବାଧକ ସତ୍ତ୍ୱେ ଏକାଧିକ ଆହ୍ୱାନର ସମ୍ନା କରୁଥିବା ଘରୋଇ ଟିମ୍ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା। 

ନିୟମ ଅନୁସାରେ ଆରସିବିକୁ ୧୮ ରନ୍ ବ୍ୟବଧାନରେ ଜିତିବାର ଥିଲା। ଫଳରେ ଚେନ୍ନାଇ ଆଗରେ ଟାର୍ଗେଟ ରହିଥିଲା ୨୦୧ ରନ୍। ଏହି ଟାର୍ଗେଟକୁ ପିଛା କରି ୧୯୧ ରନରେ ଅଟକି ଯାଇଥିଲା ଚେନ୍ନାଇ। ଫଳରେ ଏକ ସମୟରେ ପଏଣ୍ଟ ଟେବୁଲର ଶେଷରେ ଥିବା ରୟାଲ୍ସ ଟିମ୍ ଅବିଶ୍ୱସନୀୟ ବିଜୟ ହାସଲ କରିଛି।

Advertisment

ପ୍ରଭାବୀ ପ୍ରଦର୍ଶନ ପାଇଁ କ୍ୟାପ୍ଟେନ ଡୁ ପ୍ଲେସିସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ୨୧ ଓ ୨୨ରେ ପ୍ରଥମ ଓ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ଲେ-ଅଫରେ ଥିବା ଚାରି ଟିମ୍ ହେଉଛନ୍ତି, କୋଲକାତା ନାଇଟ ରାଇଡର୍ସ(KKR), ରାଜସ୍ଥାନ ରୟାଲ୍ସ(RR), ସନ୍ ରାଇଜର୍ସ ହାଇଦ୍ରାବାଦ(SRH) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)। 

CSK RCB IPL 2024 CSK Vs RCB