Advertisment

IPL ଫାଇନାଲ୍: ବର୍ଷା ହେଲେ କିଏ ହେବ ୱିନର୍?

ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ IPL ୨୦୨୪ ଫାଇନାଲ ମ୍ୟାଚ୍।

ଅଦ୍ୟତନ ହୋଇଛି
Shreyas Iyer(KKR Captain) & Pat Cummins(SRH Captain)

Shreyas Iyer(KKR Captain) & Pat Cummins(SRH Captain)

Advertisment

ଚଳିତ IPL ସିଜିନରେ ଆଜି ଫାଇନାଲ୍ ମୁକାବିଲା। ଏହି ଟ୍ରଫି ବିଜୟୀ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ(KKR) ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ(SRH) ମୁହାଁମୁହିଁ ହେବାକୁ ଯାଉଛନ୍ତି। କୋଲକାତାର ପଲ୍ଲା ଭାରି ରହିଥିବା ବେଳେ ଏଲିମିନେଟରରେ କମ୍ ବ୍ୟାକ୍ କରି ହାଇଦ୍ରାବାଦର ମନୋବଳ ଦୃଢ ରହିଛି। ତେବେ ଆଜିର ମ୍ୟାଚକୁ ଯଦି ବର୍ଷା ଧୋଇନିଏ, ତେବେ କିଏ ପିନ୍ଧିବ ଆଇପିଏଲ-୨୦୨୪ ମୁକୁଟ, କଣ ରହିଛି ନିୟମ, ଜାଣନ୍ତୁ...

Advertisment

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ମ୍ୟାଚ୍। ବାତ୍ୟା 'ରେମାଲ'ର ପ୍ରଭାବ ଥିବାରୁ ବର୍ଷା ନେଇ ଆଶଙ୍କା କରାଯାଉଛି। weather.com ଅନୁଯାୟୀ, ଚେପକରେ ଦିନରେ ପ୍ରାୟ ୪୭% ବର୍ଷା ହେବାର ସମ୍ଭାବନା ଥିବାବେଳେ ସନ୍ଧ୍ୟାରେ ପ୍ରାୟ ୩୨% ହ୍ରାସ ହୋଇପାରେ। 

ଯଦି ବର୍ଷା ମ୍ୟାଚ୍ ଧୋଇନିଏ, ତେବେ ରିଜର୍ଭ ଡେ ଅର୍ଥାତ୍ ଆସନ୍ତାକାଲି(ମେ ୨୭)ରେ ମ୍ୟାଚ୍ ଖେଳାଯିବ। ବିସିସିଆଇ ପୂର୍ଣ୍ଣ ୨୦ ଓଭର ଖେଳ ପାଇଁ ଲକ୍ଷ୍ୟ ରଖିଛି, ତଥାପି ଯଦି ରିଜର୍ଭ ଡେରେ ବର୍ଷା ହୁଏ ତେବେ ଡକୱିଥ୍-ଲୁଇସ୍ ସିଷ୍ଟମରେ ଉଭୟ ଦଳ ପାଞ୍ଚ ଓଭର ଲେଖାଏଁ ଖେଳିବେ।

Advertisment

ରିଜର୍ଭ ଡେ ମ୍ୟାଚକୁ ଯଦି ବର୍ଷା ଧୋଇନିଏ ତେବେ ଆଇପିଏଲରେ ପୂର୍ବରୁ ଯାହା କେବେ ଘଟିନି ତାହା ହେବ। ଏପରି ହେଲେ ରାଙ୍କିଂ ଆଧାରରେ ବିଜେତା ଘୋଷଣା କରାଯିବ, ସେ ଦୃଷ୍ଟିରୁ କୋଲକାତା ନାଇଟ ରାଇଡର୍ସ ହେବ IPL-୨୦୨୪ ବିଜେତା।  

Cricket IPL KKR Vs SRH IPL 2024 Final Rain In IPL Final Match Chennai Stadium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe