/odisha-reporter/media/post_attachments/uploadimage/library/16_9/16_9_0/IMAGE_1716432078.jpg)
Virat Kohli
ଅଧୁରା ରହିଗଲା ଟ୍ରଫି ସ୍ୱପ୍ନ। ଏ ବର୍ଷ ଆଇପିଏଲ୍ ରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍ରେ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ।
Advertisment
ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍କୁ ଆସିଥିଲା ବେଙ୍ଗାଲୁରୁ। ତେବେ ଗତକାଲିର ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି। RCB ପକ୍ଷରୁ ଦିଆଯାଇଥିବା ୧୭୩ ରନ୍ ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି।
ଯଶସ୍ୱୀ ଜୟସ୍ୱାଲ୍ ଲଢ଼ୁଆ ୪୫ ରନ୍ କରିଥିବା ବେଳେ ରିୟାନ ପରାଗଙ୍କ ୩୬ ରନ୍ ଟିମ୍କୁ ଜିତାଇବାରେ ସହାୟତା କରିଥିଲା। ଆସନ୍ତାକାଲି ହାଇଦ୍ରାବାଦ ସହ ରାଜସ୍ଥାନ କ୍ୱାଲିୟାଏର୍-୨ ମ୍ୟାଚ୍ ଖେଳିବ। ଏଥିରେ ଯିଏ ବିଜେତା ହେବ ସେହି ଟିମ୍ ଆସନ୍ତା ରବିବାର KKRକୁ ଫାଇନାଲ୍ରେ ଟକ୍କର ଦେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
