ଅଧୁରା ରହିଲା ବିରାଟଙ୍କ ଟ୍ରଫି ସ୍ୱପ୍ନ, ହାରିଲା ବେଙ୍ଗାଲୁରୁ

ଗତକାଲି ଖେଳା ଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍‌ରେ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ।

ବିରାଟ କୋହଲି

  • Published: Thursday, 23 May 2024
  • , Updated: 23 May 2024, 08:11 AM IST

ଅଧୁରା ରହିଗଲା ଟ୍ରଫି ସ୍ୱପ୍ନ। ଏ ବର୍ଷ ଆଇପିଏଲ୍ ରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍‌ରେ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ।

ଲଗାତାର ୬ ମ୍ୟାଚ୍ ଜିତି ପ୍ଲେଅଫ୍‌କୁ ଆସିଥିଲା ବେଙ୍ଗାଲୁରୁ। ତେବେ ଗତକାଲିର ମ୍ୟାଚ୍ ହାରିବା ପରେ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି। RCB ପକ୍ଷରୁ ଦିଆଯାଇଥିବା ୧୭୩ ରନ୍ ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଛି।

ଯଶସ୍ୱୀ ଜୟସ୍ୱାଲ୍ ଲଢ଼ୁଆ ୪୫ ରନ୍ କରିଥିବା ବେଳେ ରିୟାନ ପରାଗଙ୍କ ୩୬ ରନ୍ ଟିମ୍‌କୁ ଜିତାଇବାରେ ସହାୟତା କରିଥିଲା। ଆସନ୍ତାକାଲି ହାଇଦ୍ରାବାଦ ସହ ରାଜସ୍ଥାନ କ୍ୱାଲିୟାଏର୍-୨ ମ୍ୟାଚ୍ ଖେଳିବ। ଏଥିରେ ଯିଏ ବିଜେତା ହେବ ସେହି ଟିମ୍ ଆସନ୍ତା ରବିବାର KKRକୁ ଫାଇନାଲ୍‌ରେ ଟକ୍କର ଦେବ।

Related story