Advertisment

ମଉଳିଲା ମୁମ୍ବାଇର ପ୍ଲେ-ଅଫ୍ ଆଶା, କୋଲକାତାଠୁ ୨୪ ରନରେ ପରାସ୍ତ

୧୧ଟି ମ୍ୟାଚରୁ ଅଷ୍ଟମ ପରାଜୟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସି ଆସିଛି ପାଞ୍ଚ ଥରର ଟ୍ରଫି ବିଜୟୀ ଟିମ୍।

author-image
Debibandita Barick
KKR & MI Players

KKR & MI Players

ୱାଙ୍ଖଡେରେ କୋଲକାତାଠୁ ହାରି ମଉଳି ଯାଇଛି ମୁମ୍ବାଇର ପ୍ଲେ-ଅଫ୍ ଆଶା। ୧୧ଟି ମ୍ୟାଚରୁ ଅଷ୍ଟମ ପରାଜୟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସି ଆସିଛି ପାଞ୍ଚ ଥରର ଟ୍ରଫି ବିଜୟୀ ଟିମ୍। ସେପଟେ ୱାଙ୍ଖଡେରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସର ମନୋବଳ ଦୃଢ ହୋଇଛି। ଏହି ବିଜୟ ସହ ଦଳ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି।

Advertisment

ଗତକାଲି ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୦ ରନର ଟାର୍ଗେଟ ଦେଇଥିଲା ନାଇଟ ରାଇଡର୍ସ। ପ୍ରାରମ୍ଭରୁ କୋଲାକାତାର ବ୍ୟାଟିଂ ବିପର୍ଯ୍ୟ ଘଟିଥିଲା। ମାତ୍ର ୫୭ ରନ୍ ବେଳକୁ ଦଳ ମୂଲ୍ୟବାନ ୫ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା। କିନ୍ତୁ ଭେଙ୍କଟେଶ ଆୟର ଓ ମନିଶ ପାଣ୍ଡେ ପ୍ରଭାବୀ ବ୍ୟାଟିଂ କରି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଉଭୟ ଯଥାକ୍ରମେ ୭୦(୫୨) ଓ ୪୨(୩୧) ରନ୍ ସଂଗ୍ରହ କରିଥିଲେ।

ଗୋଟିଏ ବଲ୍ ବାକି ଥିବାବେଳେ ୧୬୯ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା କୋଲକାତା। ଏହାପରେ ୧୭୦ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ମାତ୍ର ୬୧ ରନରେ ଦଳ ଚାରୋଟି ମୂଲ୍ୟବାନ ୱିକେଟ ହରାଇଥିଲା। ଏହାପରେ ସୂର୍ଯ୍ୟକୁମାର ଯାଦବ ଦଳର ବିଜୟୀ ଆଶାକୁ ଉଜ୍ଜୀବିତ କରିଥିଲେ।

Advertisment

ସେ ସତର୍କତାର ସହ ପାଳିକୁ ଆଗେଇ ନେଇଥିଲେ। ହେଲେ ୧୫ ଓଭର ଖେଳ ଚାଲିଥିବା ବେଳେ ସୂର୍ଯ୍ୟକୁମାର ସୁନୀଲ ନାରିନଙ୍କ ବଲର ଶିକାର ହୋଇଥିଲେ। ୫୬(୩୫) ରନ୍ କରି ଆଉଟ୍ ହୋଇ ଯାଇଥିଲେ ସୂର୍ଯ୍ୟକୁମାର। ଏହାପରେ ପୁଣି ଥରେ ମୁମ୍ବାଇର ବିଜୟ ଆଶା ମଉଳି ଯାଇଥିଲା। ଅନ୍ୟମାନେ ଓଭର ଶେଷ ପର୍ଯ୍ୟନ୍ତ ମଧ୍ୟ ଖେଳିପାରିନଥିଲେ। 

୧୮.୫ ଓଭରରେ ଦଳ ସମସ୍ତ ୱିକେଟ ହରାଇ ୧୪୫ ରନ୍ ସଂଗ୍ରହ କରିଥିଲା। ଫଳରେ ଏହି ମ୍ୟାଚକୁ ୨୪ ରନରେ ଜିତି ନେଇଛି କୋଲକାତା ନାଇଟ ରାଇଡର୍ସ। ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ଭେଙ୍କଟେଶ ଆୟର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Mumbai Indians IPL 2024 Kolkata Knight Riders KKR Vs MI