Advertisment

ନାରିନଙ୍କ ଶତକକୁ ଫିକା କରିଦେଲେ ବଟଲର, ୨ ୱିକେଟରେ ଜିତିଲା ରାଜସ୍ଥାନ

ଇମ୍ପାକ୍ଟ ପ୍ଲେୟର ଭାବେ ଦଳରେ ସାମିଲ ହୋଇଥିବା ଜୋସ୍ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ।

KKR & RR Players

KKR & RR Players

Advertisment

ଚଳିତ IPL ସିଜିନରେ ଗତକାଲି ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଢୁଆ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ବିଜୟ ଭେଟି ଦେଇଛନ୍ତି ଇମ୍ପାକ୍ଟ ପ୍ଲେୟର ଜୋସ ବଟଲର। ୨୨୩ ରନର ଟାର୍ଗେଟକୁ ୨ ୱିକେଟରେ ଜିତି ନେଇଛି ରୟାଲ୍ସ ଟିମ୍।

Advertisment

କୋଲକାତାର ଇଡେନଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରାରମ୍ଭରୁ ଫିଲ୍ ସଲ୍ଟଙ୍କ ୱିକେଟ ଯାଇଥିଲେ ମଧ୍ୟ ସୁନୀଲ ନାରିନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ସେ ମାତ୍ର ୫୬ ବଲରେ ୧୦୯ ସଂଗ୍ରହ କରିଥିଲେ। ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ୱିକେଟ ବିନିମୟରେ ୨୨୩ ରନ୍ କରିଥିଲା।

ଜବାବରେ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ରୟାଲ୍ସ ଟିମକୁ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା। ଯଶସ୍ୱୀ ଜୈସ୍ୱାଲ ୧୯ ରନରେ ଆଉଟ୍ ହେବା ପରେ ଟିମକୁ ପ୍ରଥମ ଝଟକା ଲାଗିଥିଲା। ଏହାପରେ ଇମ୍ପାକ୍ଟ ପ୍ଲେୟର ଭାବେ ଦଳରେ ସାମିଲ ହୋଇଥିବା ଜୋସ ବଟଲର ନିଜର କରିସ୍ମା ଦେଖାଇଥିଲେ।

Advertisment

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଦେଇଥିଲା। ଚୌକା-ଛକାରେ କମ୍ପି ଉଠିଥିଲା ଷ୍ଟାଡିୟମ୍। ଅନ୍ୟପଟେ କୋଲକାତା ବୋଲର ମଧ୍ୟ ରାଜସ୍ଥାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଚାଲିଥିଲେ। ଦଳ ୮ଟି ୱିକେଟ ହରାଇ ସାରିଥିବା ବେଳେ ବଟଲର ନିଜ କାନ୍ଧକୁ ସମସ୍ତ ଦାୟିତ୍ୱ ନେଇ ଗୋଟିଏ ପଟେ ରହି ବ୍ୟାଟିଂ ସମ୍ଭାଳିଥିଲେ। ସେ ଶେଷ ପର୍ଯ୍ୟନ୍ତ ଷ୍ଟ୍ରାଇକରେ ରହିଥିଲେ ଏବଂ ଦଳକୁ ବିଜୟ ଭେଟି ଦେବାରେ ସଫଳ ହୋଇଥିଲେ। 

୬୦ ବଲରେ ୧୦୭ ରନ୍ କରିଥିଲେ ବଟଲର୍, ଯେଉଁଥିରେ ୯ଟି ଚୌକା ଏବଂ ୬ଟି ଛକା ରହିଥିଲା। ପ୍ରଭାବୀ ବ୍ୟାଟିଂ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ରୟାଲ୍ସ ଟିମ୍ ପଏଣ୍ଟ ଟେବଲୁର ପ୍ରଥମ ସ୍ଥାନ ବଜାୟ ରଖିଛି। ସେପଟେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦରେ ଖେଳାଯିବ ଏହି ମ୍ୟାଚ୍।  

IPL IPL 2024 Jos Buttler RR Vs KKR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe