Advertisment

ପୁଣି ନିରାଶ RCB, କୋଲକତାଠୁ ଗୋଟିଏ ରନରେ ପରାସ୍ତ

ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଅଳ୍ପକେ ବିଜୟରୁ ବଞ୍ଚିତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)।

ଅଦ୍ୟତନ ହୋଇଛି
Dinesh Karthik & Andre Russell

Dinesh Karthik & Andre Russell

Advertisment

ଚଳିତ ଆଇପିଏଲ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାରୁଲୁ(RCB)କୁ ବାରମ୍ବାର ନିରାଶ ହେବାକୁ ପଡୁଛି। ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଅଳ୍ପକେ ବିଜୟରୁ ବଞ୍ଚିତ ହେଉଛି ଦଳ। ଏହି କ୍ରମରେ ଗତକାଲି ମଧ୍ୟ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷ ମ୍ୟାଚରେ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ଆରସିବିକୁ ପରାସ୍ତ ହେବାକୁ ପଡିଛି।

Advertisment

ହାତରୁ ଏହି ମ୍ୟାଚେ ଯିବା ସହ ଦଳ କ୍ରମାନ୍ୱୟରେ ଷଷ୍ଠ ଥର ଏବଂ ସିଜିନର ସପ୍ତମ ପରାଜୟର ସାମ୍ନା କରିଛି। ସେପଟେ କମ୍ ବ୍ୟାକ୍ ସହ ପଞ୍ଚମ ବିଜୟ ହାସଲ କରିଛି କୋଲକତା ନାଇଟ୍ ରାଇଡର୍ସ। 

କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ରୋଚକ ମୋଡ଼ ନେଇଥିଲା ଅନ୍ତିମ ଓଭର। ଗୋଟିଏ ଓଭରରେ ୨୧ ରନ୍ ଆବଶ୍ୟକ ପଡୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ୩ଟି ଛକା ମାରି ରୋମାଞ୍ଚ ଭରିଥିଲେ କର୍ଣ୍ଣ ଶର୍ମା। ୪ ବଲ୍ ମଧ୍ୟରେ ଦଳ ୧୮ ରନ୍ ସଂଗ୍ରହ କରିନେଇଥିଲା। କିନ୍ତୁ ପଞ୍ଚମ ବଲରେ କର୍ଣ୍ଣ ଆଉଟ୍ ହୋଇ ଯାଇଥିଲେ।

Advertisment

ଏହାପରେ କେକେଆର ସପକ୍ଷରେ ଚାଲି ଯାଇଥିଲା ମ୍ୟାଚ୍। ବେଙ୍ଗାଲୁରୁକୁ ବିଜୟ ପାଇଁ ୩ ରନ୍ ଆବଶ୍ୟକ ପଡୁଥିବା ବେଳେ ଲକି ଫାଗୁସନ୍ ଗୋଟିଏ ରନ୍ କରି ରନ୍ ଆଉଟ୍ ହୋଇ ଯାଇଥିଲେ। ଫଳରେ ଦଳକୁ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ପରାଜିତ ହେବାକୁ ପଡିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୨ ରନ୍ ସଂଗ୍ରହ କରିଥିଲା କେକେଆର। ଦଳ ପକ୍ଷରୁ ଫିଲ ସଲ୍ଟ ଓ ଶ୍ରେୟାସ ଆୟର ସର୍ବାଧିକ ୪୮(୧୪) ଏବଂ ୫୦(୩୬) ରନ୍ କରିଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଣ୍ଡ୍ରେ ରସେଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସେହିପରି ଅନ୍ୟ ଏକ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ବିନିମୟରେ ୧୪୨ ରନ୍ କରିଥିଲା। ଜବାବରେ ୧୯.୧ ବଲରେ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଛି ଗୁଜରାଟ। ଘାତକ ବୋଲିଂ ପାଇଁ ସାଇ କିଶୋର ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।  

Cricket IPL KKR Vs RCB IPL 2024 Sports
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe