/odisha-reporter/media/post_attachments/uploadimage/library/16_9/16_9_0/IMAGE_1711768775.jpg)
KKR Players
ବିରାଟ କୋହଲିଙ୍କ ଅପରାଜିତ ୮୩ ରନ୍ ସତ୍ତ୍ୱେ ଘରୋଇ ମାଟିରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ୭ ୱିକେଟରେ ଆରସିବିକୁ ହରାଇଛି କୋଲକତା ନାଇଟ୍ ରାଇଡର୍ସ। ପ୍ରଥମେ ବ୍ୟାଟିଂ କରି ଆରସିବି ୬ ୱିକେଟ ବିନିମୟରେ ୧୮୨ ରନ୍ କରିଥିଲା, ଯାହାକୁ ଅତି ସହଜରେ ମାତ୍ର ୧୬.୫ ବଲରେ ଜିତି ନେଇଛି କେକେଆର୍।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଆରସିବି ବଡ଼ ସ୍କୋରର ଟାର୍ଗେଟ ଦେଇଥିଲା। ବିରାଟ କୋହଲି କ୍ୟାରିଅରର ୫୩ତମ ଅର୍ଦ୍ଧଶତକ ସହ ବ୍ୟକ୍ତିଗତ ଅପରାଜିତ ୮୩ ରନ୍ କରି ଏକାଧିକ ରେକର୍ଡ କରିଥିଲେ। ତଥାପି କେକେଆରର ବ୍ୟାଟର୍ ବେଙ୍ଗାଲୁରୁକୁ ଅତି ସହଜରେ ମାତ୍ ଦେଇଛନ୍ତି।
ଦଳ ପାୱାର ପ୍ଲେରେ ୮୫ ରନ୍ ସଂଗ୍ରହ କରି ନେଇଥିଲା। ଏହାପରେ ସୁନୀଲ ନାରିନ ଓ ଫିଲ୍ ସଲ୍ଟଙ୍କ ଯୋଡ଼ି ଭାଙ୍ଗିଥିଲେ ବି ଦଳ ଉପରେ ସେପରି କୌଣସି ଚାପ ପଡିନଥିଲା। ଭେଙ୍କଟେସ ଆୟର ଏବଂ ଶ୍ରେୟାସ ଆୟର ଦର୍ଶନୀୟ ସର୍ଟ୍ସ ଖେଳି ଆବଶ୍ୟକୀୟ ରନ୍ ସଂଗ୍ରହ କରି ନେଇଥିଲେ। ଏହି ବିଜୟ ସହ କେକେଆର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି।
କେକେଆର ପକ୍ଷରୁ ସୁନୀଲ ନାରିନ ୪୭(୨୨), ଭେଙ୍କଟେଶ ଆୟର ୫୦(୩୦), ଫିଲ ସର୍ଟ ୩୦(୨୦) ରନ୍ କରିଥିବା ବେଳେ ଶ୍ରେୟାସ ଆୟର ୩୯(୨୪) ଏବଂ ରିଙ୍କୁ ସିଂହ ୫ ବଲରେ ୫ ରନ୍ କରି ଅପରାଜିତ ରହିଥିଲେ।
ସେପଟେ, ଆରସିବି ପକ୍ଷରୁ ବିରାଟ କୋହଲିଙ୍କ ଅପରାଜିତ ୮୩ ରନ୍ ବ୍ୟତୀତ କାମରୋନ ଗ୍ରୀନ ୩୩(୨୧), ଗ୍ଲେନ୍ ମାକ୍ସୱେଲ ୨୮(୧୯), ଫାପ ଡୁପ୍ଲେସିସ୍ ୮(୬), ରଜତ ପଟିଦାର ୩(୪), ଅନୁଜ ରାୱତ ୩(୩) ଏବଂ ଦୀନେଶ କାର୍ତ୍ତିକ ୨୦(୮) ରନ୍ କରି ଅପରାଜିତ ରହିଥିଲେ।
ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ପଞ୍ଜାବ ସୁପର କିଙ୍ଗସ୍ ମ୍ୟାଚ୍ ଅଛି। ଲକ୍ଷ୍ନୌରେ ଏହି ମ୍ୟାଚ୍ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
