Advertisment

ଲକ୍ଷ୍ନୌ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ

କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଟ୍ରାକକୁ ଫେରିଛି ଦିଲ୍ଲୀ। ଉଭୟ ବ୍ୟାଟିଂ ଓ ବୋଲିଂ ଲାଇରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
DC Players

DC Players

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ବିଜୟ ହାସଲ କରିଛି। କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଟ୍ରାକକୁ ଫେରିଛି ଦିଲ୍ଲୀ। ଉଭୟ ବ୍ୟାଟିଂ ଓ ବୋଲିଂ ଲାଇରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। 

Advertisment

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା ଲକ୍ଷ୍ନୌ। ଜବାବରେ ୧୮.୧ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା କୁଳଦୀପ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।  

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଗତକାଲିର ମ୍ୟାଚରେ ଝେୟ ରିଚାର୍ଡସନ୍ ଓ ଆନରିଚ ନର୍ଜଙ୍କ ବଦଳରେ ଜେକ୍ ଫ୍ରେଜର-ମ୍ୟାକଗର୍କ ଏବଂ ସାଇ ହୋପ୍ ସାମିଲ ହୋଇଥିଲେ। ସେହିପରି କୁଳଦୀପ ଯାଦବ ଓ ମୁକେଶ କୁମାର ଫିଟ୍ ହୋଇ ଦଳକୁ ଫେରିଥିଲେ। ଫଳରେ ଟିମର ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନ ଦୃଢ ସ୍ଥିତିରେ ରହିଥିଲା।

Advertisment

ପ୍ରଥମେ ବୋଲରଙ୍କ କମାଲ ପରେ ବ୍ୟାଟର୍ ମଧ୍ୟ ଶାଣିତ ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରୁ ଲକ୍ଷ୍ନୌ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ଦିଲ୍ଲୀ ବୋଲର୍। ଲକ୍ଷ୍ନୌ ୯୭ ରନରେ ୭ ୱିକେଟ୍ ହରାଇ ସାରିଥିଲା। ତଥାପି ଆୟୁଶ ବାଦୋନି ଓ ଅର୍ଷଦ ଖାଁ ମୂଲ୍ୟବାନ ଭାଗିଦାରୀ ଯୋଡ଼ିଥିଲେ। ଉଭୟ ଅପରାଜିତ ରହି ୭୩ ରନର ଭାଗିଦାରୀ ସହ ୧୬୭ ରନର ଟାର୍ଗେଟ ଦେଇଥିଲେ।

ଜବାବରେ ଦିଲ୍ଲୀ ପ୍ରାରମ୍ଭରୁ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ମ୍ୟାକଗର୍କ ପୃଥ୍ୱୀ ଶଙ୍କ ସାଥ୍ ଦେଇ ଦର୍ଶନୀୟ ସର୍ଟ୍ସ ଖେଳିଥିଲେ। ପୃଥ୍ୱୀ ଶ ୩୮ ରନ୍ କରି ପାଭିଲିଅନ ଫେରିବା ପରେ ଋଷଭ ପନ୍ତ ଓ ମ୍ୟାକଗର୍କ ଚୌକା-ଛକା ବର୍ଷା କରିଥିଲେ। ଉଭୟ ଯଥାକ୍ରମେ ୫୫(୩୫) ଓ ୪୧(୨୪) ରନ୍ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଥିଲେ। ଏହାପରେ ତ୍ରିସ୍ତାନା ଷ୍ଟବ୍ସ ଓ ସାଇ ହୋପ୍ ୨୬ ରନର ଭାଗିଦାରୀ ଯୋଡ଼ି ଲକ୍ଷ୍ୟ ପୂରା କରିନେଇଥିଲେ। 

IPL 2024 LSG Vs DC